Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 
ଆଞ୍ଚଳିକ

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 
ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

ଭୁବନେଶ୍ଵର: ନୀତିନିଷ୍ଠ ପ୍ରଧାନ ଶିକ୍ଷକ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକ ଉତ୍ସବ ମହେଶ୍ୱର ମଲ୍ଲ ହାଇସ୍କୁଲ୍ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ମହେଶ୍ୱର ଗୁରୁଜୀ ବାନର ସେନାରେ ଯୋଗଦାନ କରି ବରୀ ଅଞ୍ଚଳରେ ଆନ୍ଦୋଳନର ବାର୍ତ୍ତା ପ୍ରଦାନ କରୁଥିଲେ।

ରାମଚନ୍ଦ୍ରପୁର ମୌଳିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତି ପରେ ୧୯୫୨ ମସିହାରେ ଦ୍ୱାଦଶ ଶ୍ରେଣୀ କୃତିତ୍ତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଏକ ସମାବର୍ତ୍ତନ ଉତ୍ସବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ  ଠାରୁ ସମ୍ବର୍ଦ୍ଧିତ  ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଢେଙ୍କାନାଳସ୍ଥ ବାଜି ରାଉତ ଛାତ୍ରାବାସରୁ ଶିକ୍ଷକତା ଜୀବନ ଆରମ୍ଭ କରି ଅବସର ପରେ ୯୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ।

ଆଜିର ଏହି ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଦେବପ୍ରସାଦ ସାମଲ, ମୁଖ୍ୟବକ୍ତା ଡ. ନୃସିଂହ ଚରଣ ବେହେରା, ଗଗନ ବିହାରୀ ଜେନା, କର୍ଣ୍ଣଚନ୍ଦ୍ର ଘଡ଼ାଇ, ପ୍ରଭାସ ଚନ୍ଦ୍ର ଦାସ, କପିଳଚରଣ ସାମଲ, ଉତ୍ସବାନନ୍ଦ ରାଉତ, ହରିଶ୍ଚନ୍ଦ୍ର ଦାସ, ବାବାଜୀ ଚରଣ ଦାସ, ସି.ଆର.ସି.ସି. ଅଜୟ ସାମଲ, କୈଳାସ ଦାସ, ପ୍ରଫୁଲ୍ଲ ଓଝା, ଖଗେଶ୍ୱର ନାୟକ, ମୂରଲୀ ଘଡ଼େଇ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରମୋଦ କୁମାର ଦାସ ଅତିଥିମାନଙ୍କ ପରିଚୟ, ସ୍ମୃତି କମିଟିର ସମ୍ପାଦକ ଅନିରୁଦ୍ଧ ମଲ୍ଲ ସ୍ୱାଗତ ଭାଷଣ ଓ ରାଜକିଶୋର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରୁ ଉତ୍ତୀର୍ଣ୍ଣ କୃତି ପ୍ରତିଯୋଗୀଙ୍କୁ ରାଜ୍ୟ କର୍ମଚାରୀ ସଂଘ ସଭାପତି ବିଜୟ ମଲ୍ଲ ପୁରସ୍କୃତ କରିଥିଲେ।

ମହେଶ୍ୱର ମଲ୍ଲ ଶ୍ରାଦ୍ଧବାର୍ଷିକୀ
Share. Facebook Twitter LinkedIn Email WhatsApp Copy Link

Related Posts

ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ

September 29, 2026

ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

September 29, 2026

ବସ ଧକ୍କାରେ ୧୫ରୁ ଊର୍ଦ୍ଧ୍ୱ ଆହତ

September 28, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026
Latest News

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026

ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସର ଶ୍ରେୟ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କର: ମୁଖ୍ୟମନ୍ତ୍ରୀ

September 29, 2026

ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା

September 29, 2026

ଭିଜିଲାନ୍ସ ଜାଲରେ ବଡ଼ଚଣା ସହକାରୀ ଯନ୍ତ୍ରୀ ଓ ସହଯୋଗୀ: ଘରୁ ୫.୧୫ ଲକ୍ଷ ଟଙ୍କା ଜବତ

September 29, 2026

ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.