Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସମସ୍ୟାଘେରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଡାକ୍ତର ନାହାନ୍ତି,ସ୍ବାସ୍ଥ୍ୟସେବା ଠପ୍‌
ଆଞ୍ଚଳିକ

ସମସ୍ୟାଘେରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଡାକ୍ତର ନାହାନ୍ତି,ସ୍ବାସ୍ଥ୍ୟସେବା ଠପ୍‌

November 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର, ୨୩.୧୧:(ସମୀକ୍ଷା ବ୍ୟୁରୋ) ଅବିଭିକ୍ତ ପୁରୀ ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଅବହେଳିତ ଅବସ୍ଥାରେ। ୧୮୬୪ ମସିହା ବ୍ରିଟିଶ୍‌ ଅମଳରେ ଅବିଭକ୍ତ ପୁରୀ ମଧ୍ୟରେ  ନିର୍ମିତ ହୋଇଥିଲା ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୧ରେ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା। କିନ୍ତୁ ବାଣପୁରର ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟସେବା ପ୍ରତି ବିଶେଷ ଧ୍ୟାନ ଦେଉଥିବାବେଳେ ସରକାରୀ ଆଢୁଆଳରେ ରହିଛି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସରକାରଙ୍କ ୫ଟି ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଅର୍ଥ ବିନିଯୋଗ ହେଉଥିବାବେଳେ ବାଣପୁରରେ ଏହାର ବ୍ୟତିକ୍ରମ ଦେଖାଦେଇଛି।

ଡାକ୍ତରଖାନାରେ ରହିଥିବା ବିଭିନ୍ନ ସମସ୍ୟା :

ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଛି।

୧୦ ବର୍ଷର ଉର୍ଦ୍ଧ୍ବ ହେବ ଏକ୍ସରେ ବିଭାଗ ଅଚଳ ହୋଇପଡିଛି।

ଏଠାରେ ୯ଟି ବିଭାଗର ଡାକ୍ତର ପଦବୀ ରହିଥିବାବେଳେ ମାତ୍ର ଦୁଇଜଣ ଠିକା ଡାକ୍ତର ରହିଛନ୍ତି।

ଏଠାରେ କେବଳ ସ୍ତ୍ରୀରୋଗ ବିଶେଷଜ୍ଞରେ ଠିକା ଡାକ୍ତର ରୂପେ ଡ. ମହାରଣା ରହିଥିବାବେଳେ ଅନ୍ୟ ୮ଟି ବିଶେଷଜ୍ଞ ପଦବୀ ଖାଲି ରହିଛି।

ସେହିପରି ଏଠାରେ ୧୨ ଜଣ ଷ୍ଟାଫ ନର୍ସ ରହିଥିବାର ନିୟମ ଥିବାବେଳେ  ମାତ୍ର୨ ଜଣ ନର୍ସ ରହିଛନ୍ତି।

ସ୍ବଚ୍ଛତା ଓ ସୁରକ୍ଷାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ପାଚେରୀ ଭଙ୍ଗାଯାଇଥିବା କାରଣରୁ ଅବାଧରେ ପଶୁ ଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯା’ଆସ କରୁଛନ୍ତି।

ପ୍ରତି ଓ୍ବାର୍ଡରେ ମଶା ମାଛିଙ୍କ ଉପଦ୍ରବ ହେଉଥିବାବେଳେ ଏହାର ମୁଖ୍ୟଫାଟକ ଅଧାଦିନ ବନ୍ଦ ରହୁଛି। ଯାହାଫଳରେ ରୋଗୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଯିବା ପାଇଁ ବୁଲି ବୁଲି ଯାଉଛନ୍ତି।

ଏଠାରେ ଷ୍ଟାଫ୍‌ ନର୍ସ ଓ ଡାକ୍ତରଙ୍କ ରୁମ୍‌ ନାହିଁ।

ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା ରଖିଥିବାବେଳେ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି। ବାଣପୁର ବ୍ଲକ୍‌ର ୧୭ ପଞ୍ଚାୟତ, ଏନ୍‌ଏସିର ୧୫ଟି ଓ୍ବାର୍ଡ, ଜେଲର କଏଦୀ ମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା କରୁଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ମୌଳିକ ସୁବିଧା ମିଳିପାରୁନଥିବାରୁ ସାଧାରଣ ରୋଗ ପାଇଁ ମଧ୍ୟ କଟକ ଓ ଭୁବନେଶ୍ବର ଯାଉଛନ୍ତି। ସେହିପରି ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଏଠାରେ ସଠିକ୍‌ ସମୟରେ ଉପଲବ୍ଧ ହେଉନାହିଁ।

ଏକମାତ୍ର ସ୍ଥାୟୀ ଡାକ୍ତର ଧୁର୍ଜଟି ପ୍ରସାଦ ମହାପାତ୍ର ଏହି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଦାୟିତ୍ବ ସମ୍ଭାଳୁଥିବାବେଳେ ତାଙ୍କ ଅଧୀନରେ ଅନେକ ଉପସ୍ଥାସ୍ଥ୍ୟ କେନ୍ଦ୍ରର ପ୍ରଶାସନିକ ଦାୟିତ୍ବ ରହିଛି। ତେଣୁ ସେ ସପ୍ତାହରେ ମାତ୍ର ଦୁଇଦିନ ଏଠାକୁ ଆସୁଛନ୍ତି।

ଆଗକୁ ବାଣପୁର ସବ୍‌ଡିଭିନଜନ୍‌ ମାନ୍ୟତା ପାଇବାକୁ ଥିବାବେଳେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଆନ୍ଦୋଳନ କରିବା ପାଇଁ ଇନ୍ଧନ ଯୋଗାଉଛି। କିଛି ଦିନ ତଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରଠାରେ ବିଧାୟକ ଏକ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। ମାତ୍ର ଜୀବନରକ୍ଷାକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣଦେଖା କରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆୟୁଷ ଡାକ୍ତର, ଟେକ୍‌ନିସିଆନ୍‌ ଆଦି ମିଳିବା ନେଇ ଦାବି ରହିଥିବାବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯିବା ଲାଗି ସରକାର ପଦେକ୍ଷପ ନେବା ନିତାନ୍ତ ଜରୁରୀ ହୋଇପଡିଛି।

AYUSH BANAPUR doctor INFRASTRUCTURE
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.