Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦିନ ଦ୍ବିପ୍ରହରରେ ନାଚୁଣୀ ବଜାରରୁ ଚୋରି: ପୋଲିସ୍‌କୁ ସିଧା ଚ୍ୟାଲେଞ୍ଜ
ଆଞ୍ଚଳିକ

ଦିନ ଦ୍ବିପ୍ରହରରେ ନାଚୁଣୀ ବଜାରରୁ ଚୋରି: ପୋଲିସ୍‌କୁ ସିଧା ଚ୍ୟାଲେଞ୍ଜ

December 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର, ୧/୧୨: ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଧୀନ ନାଚୁଣୀ ବଜାରରୁ ଶନିବାର ଦିନ ଦ୍ବିପ୍ରହରରେ ଚୋରି ହୋଇଛି। ନାଚୁଣୀ ବଜାର ମଧ୍ୟସ୍ଥଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଆଲମାରୀ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାରମାନ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାଚୁଣୀ ବଜାରରେ ରହୁଥିବା ଗୋତପଲ୍ଲୀ ଗ୍ରାମର ଭାଗିରଥୀ ରାଉତରରାୟ ନାମକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି। ଶନିବାର ଦିନ ଦ୍ବିପ୍ରହରରେ ଭାଗିରଥୀ ତାଙ୍କ ପତ୍ନୀଙ୍କ ସହିତ ପାଣ୍ଡବାଶୁଣୀ ମନ୍ଦିରରେ ମାନସିକ ଭୋଜିରେ ବ୍ୟସ୍ତ ଥିବାବେଳେ ତାଙ୍କ ଘର ମୁଖ୍ୟ ଦରଜା ଓ ଆଲମାରୀ ଖୋଲାଥିବା ସମ୍ପର୍କରେ ତାଙ୍କ ନାବାଳକ ପୁତ୍ର ମା’ ବାପାଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଭାଗିରଥୀ ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିବା ପରେ ତାଙ୍କ ଘର ତାଲା ଭଙ୍ଗାଯାଇଥିଲା ଓ ଆଲମାରିରୁ ନଗଦ ଟଙ୍କା ଏବଂ ସୁନାଅଳଙ୍କାର ଲୁଟ୍‌ ହୋଇଥିବାର ଜାଣିଥିଲେ। ଏବଂ ଏ ସମ୍ପର୍କରେ ସେ ତୁରନ୍ତ ନାଚୁଣୀ ଫାଣ୍ଡିରେ ଅଭିଯୋଗ କରିଥିଲେ।

ଦିନ ଦ୍ବିପ୍ରହରରେ ନାଚୁଣୀ ବଜାର ମଧ୍ୟରେ ଏଭଳି ଘଟଣା ଘଟିଥିବାରୁ ଏହା ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ସମ୍ପୃକ୍ତ ଅଭିଯୋଗକାରୀଙ୍କ ଘରେ ନଅଟି ପରିବାରକୁ ଭଡ଼ା ଦିଆଯାଇଥିବାବେଳେ ଦିନବେଳେ ଏପରି ବଡଧରଣର ଲୁଟ୍‌କୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏହି ଘଟଣାର ବାଣପୁର ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ଵରେ ନାଚୁଣୀ ଫାଣ୍ଡି ପୁଲିସ୍‌ ଅଧିକାରୀ ଉମାକାନ୍ତ ସାହୁ ତଦନ୍ତ କରୁଛନ୍ତି। ଏପର୍ଯ୍ୟନ୍ତ ଲୁଟେରା କିମ୍ବା ଲୁଟ୍‌ ଦ୍ରବ୍ୟ ଉଦ୍ଧାର ହୋଇପାରିନାହିଁ।

theft case ନାଚୁଣୀ ଫାଣ୍ଡି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Latest News

ଆଜି ହେଉଛି ନାଗ ପଞ୍ଚମୀ: ଜାଣନ୍ତୁ ଏହି ପୂଜା କ’ଣ ଏବଂ ଏହାର ବିଧିବିଧାନ?

August 17, 2026

ସାଂସଦ ଅଫଜଲ ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି: ୧୨ କୋଟିର ଜବତ ସମ୍ପତ୍ତି ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 17, 2026

OCS Exam କଟକଣା ହଟିବା ପରେ ଆଶାୟୀଙ୍କ ଖୁସି, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇଲେ ଶୁଭେଚ୍ଛା

August 17, 2026

‘ଅତ୍ୟନ୍ତ ଭାବପ୍ରବଣ ଥିଲା’: ଦଳରୁ ଇସ୍ତଫା ପରେ ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା

August 17, 2026

UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.