Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀ ପ୍ରିମିଅର ଲିଗରେ ହାଲିମସାନ ଦଳ ହେଲା ଚମ୍ପିୟାନ
ଆଞ୍ଚଳିକ

ନାଚୁଣୀ ପ୍ରିମିଅର ଲିଗରେ ହାଲିମସାନ ଦଳ ହେଲା ଚମ୍ପିୟାନ

December 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନାଚୁଣୀ, ୮/୧୨: ଆଜି ନାଚୁଣୀ ଗୋଦାବରୀଶ ବିଦ୍ୟାପୀଠ ଖେଳ ପଡିଆଠାରେ ନାଚୁଣୀ ପ୍ରିମିଅର ଲିଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ହାଲିମସାନ ଦଳ ଏବଂ ଭାଇଜାନ ଫାଇଟର ମଧ୍ୟରେ ଟକ୍କର ହୋଇଥିଲା। ହାଲିମସାନ ଦଳ ବିଜୟ ହୋଇ ଚମ୍ପିୟାନ ଟ୍ରଫି ଅକ୍ତିଆର କରିଥିବାବେଳେ ଭାଇଜାନ ଫାଇଟର ଉପ-ବିଜେତା ଟ୍ରଫି ଅକ୍ତିଆର କରିଛି।

ହାଲିମସାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର(୧୫)ରେ ୧୩୦ ରନ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଭାଇଜାନ ଫାଇଟର ୧୩୧ ରନର ଲକ୍ଷକୁ ପୂରଣ କରିବା ଆଶାରେ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ଦଳ ମାତ୍ର ୮୦ ରନ କରି ସମସ୍ତ ୱିକେଟ ହରାଇଥିଲା। ହାଲିମସାନ ଦଳର ନାସୀର ସର୍ବାଧିକ ୨୦ଟି ବଲରେ ୪୦ ରନ କରିଥିବାବେଳେ ମୁସାରଫ ସର୍ବାଧିକ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

ଏହି ନାଚୁଣୀ ପ୍ରିମିଅର ଲିଗରେ ଅଲରାଉଣ୍ଡର ପ୍ରଶାନ୍ତ ବେହେରାଙ୍କୁ ‘ମ୍ୟାନ ଅଫ ଦି ସିରିଜ’ ରୂପେ ପୁରସ୍କୃତ କରାଯାଇଥିଲା। ସେ ସମୁଦାୟ ୧୪୦ ରନ ଏବଂ ୧୪ଟି ଅକ୍ତିଆର କରିଥିଲେ। ସେହିପରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପିଣ୍ଟୁ(୧୭୦ରନ) ଏବଂ ଶ୍ରେଷ୍ଠ ବୋଲର ଭାବେ ମୁସାରଫଙ୍କୁ (୧୯ ୱିକେଟ) ପୁରଷ୍କୃତ କରାଯାଇଥିଲା।

ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଉପରୋକ୍ତ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ନାଚୁଣୀ ପ୍ରିମିଅର ଲିଗ-୨୦୧୯ ଦ୍ଵାରା ବିଜେତା ଦଳକୁ ଟ୍ରଫି ସହ ୩୫୦୦୦ ଟଙ୍କାର ଧନରାଶି ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୨୫୦୦୦ ଟଙ୍କାର ଧନରାଶି ରଖାଯାଇଥିଲା। ଏହାକୁ  ଶ୍ରୀ ଜଗଦ୍ଦେବଙ୍କ ଦ୍ଵାରା ଦୁଇଦଳକୁ ପ୍ରଦାନ କରଯାଇଥିଲା।

 

ରିପୋର୍ଟର: ସୁନୀଲ କୁମାର ଭୋଳ (ବିଜୁ)

ଭାଇଜାନ ଫାଇଟର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପ୍ରଧାନମନ୍ତ୍ରୀ, ପୂଜାପାଠ ସହିତ ଗାଁ ବୁଲିଲେ ମୋଦି

June 20, 2026

ମାତ୍ର ୫ ଦିନରେ ୧.୪୫ କୋଟି ଖର୍ଚ୍ଚ! ମହାନଦୀ ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଚର୍ଚ୍ଚା

June 20, 2026

ମୋଦି ସରକାରଙ୍କୁ ପ୍ରଶଂସା କଲେ ମହୁଆ ମୋଇତ୍ରା: ଏବେ ଦଳ ଛାଡିବେ କି ଟିଏମସି ସାଂସଦ?

June 20, 2026

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ, ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା, କହିଲେ..

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.