Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ବାଇପାସ୍‌ର ସୁବୁଦ୍ଧିପାଟଣା ଛକରେ ଓଲଟିଲା ଔଷଧ ବୋଝେଇ ଟ୍ରକ୍‌
ଆଞ୍ଚଳିକ

ବାଲୁଗାଁ ବାଇପାସ୍‌ର ସୁବୁଦ୍ଧିପାଟଣା ଛକରେ ଓଲଟିଲା ଔଷଧ ବୋଝେଇ ଟ୍ରକ୍‌

December 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୪/୧୨ : ବାଲୁଗାଁ ବାଇପାସ୍‌ ରୋଡ୍‌ର ସୁବୁଦ୍ଧିପାଟଣା ଛକ ନିକଟରେ ଆଜି ସକାଳୁ ଘଟିଯାଇଛି ପୁଣି ଏକ ଦୁର୍ଘଟଣା। ପଶୁପକ୍ଷୀଙ୍କ ଔଷଧ ବୋଝେଇ ଏକ ଟ୍ରକ ଓଲଟି ପଡିବା ସହିତ ଦୁଇ ଜଣ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଟକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଔଷଧ ବୋଝେଇ ଟ୍ରକ (ଓଏସଜି-୦୨୪୯) ସୁବୁଦ୍ଧି ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଆଶଙ୍କା କରାଯାଉଛି। ଦୁଇ ଆହତ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସିନ୍ଦା ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଆହତ ଦୁଇ ଜଣକ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ଉକ୍ତ ସ୍ଥାନରେ ବିଗତ ଏକ ମାସ ମଧ୍ୟରେ ଏହା ତୃତୀୟ ଦୁର୍ଘଟଣା। ଗତମାସରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟର: ସୀତାରାମ ଅଗ୍ରୱାଲ

accident balugaonbypass road
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଉଭୟ ଡ୍ରାଇଭରଙ୍କ ମୃତ୍ୟୁ

December 27, 2025

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025
Latest News

ଖଣ୍ଡଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର

December 29, 2025

ଓଡିଶାରେ ସ୍ବତନ୍ତ୍ର ଭୋଟର ସଂଶୋଧନ ପାଇଁ ଆଜି ବିଏଲଓଙ୍କ ବୈଠକ ନେବେ ମୁଖ୍ୟ ନିର୍ବାଚନ କମିଶନର

December 29, 2025

ପାର୍ବତୀ-ଅର୍ଗ ପକ୍ଷୀ ଅଭୟାରଣ୍ୟକୁ ଏକ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା

December 29, 2025

ଭାରତୀୟ ରେଳବାଇ ୨୦୨୫: ଆଗକୁ ଗଡିଛି କେତେ, ପଛକୁ ଝୁଣ୍ଟିଛି କେତେ !!

December 29, 2025

ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଫେଇ କାର୍ଯ୍ୟକ୍ରମ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.