ସ୍ତ୍ରୀର ଶାଢୀ ବେକରେ ଲଗାଇ ସ୍ଵାମୀର ଆତ୍ମହତ୍ୟା

Published: Jan 1, 2020, 9:21 am IST

ସମୀକ୍ଷା ବ୍ୟୁରୋ
କଳାହାଣ୍ଡି,01/01 : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ବିଜମରାରଏକ ଅଘଟଣ ଘଟିଯାଇଛି। ନିଜ ସ୍ତ୍ରୀର ଶାଢୀ ସହିତ ଜଣେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମିନି ଷ୍ଟାଡିୟମ୍‌ ନିକଟରେ ଥିବା ମଶାଣି ନିକଟରେ ଜଣେ ଯୁବକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ଦୁର୍ଯ୍ୟୋଧନ ବାଗ(35)।

ତିନି ମାସ ପୂର୍ବରୁ ତାଙ୍କ ପତ୍ନୀ ରୋଗ ଗ୍ରସ୍ତହୋଇ ପ୍ରାଣ ହରାଇଥିଲେ। ଏହା ପରଠାରୁ ଦୁର୍ଯ୍ୟୋଧନ ମାନସିକ ଭାବରେ ଚାପଗ୍ରସ୍ତ ଥିଲେ ବୋଲି ତାଙ୍କ ମା କହିଛନ୍ତି। ଦୁର୍ଯ୍ୟୋଧନଙ୍କ ମୃତ୍ୟୁପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ଅପରାହ୍ନ 5ଟାରୁ ଘରୁ ଯାଇଥିବା ବେଳେ ଦୁର୍ଯ୍ୟୋଧନ ଘରକୁ ଫେରିନଥିଲେ। ଜୟପାଟଣା ଓ କୁଟୁରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।

Related posts