Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ଆଇ ଆମ୍‌ ଉଇଥ୍‌ ନେଚର’ ଉଦଯାପିତ, ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ସ୍ମୃତିଚାରଣ
ଆଞ୍ଚଳିକ

‘ଆଇ ଆମ୍‌ ଉଇଥ୍‌ ନେଚର’ ଉଦଯାପିତ, ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ସ୍ମୃତିଚାରଣ

January 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ଆଇ ଆମ୍‌ ଉଇଥ୍‌ ନେଚର’ ଉଦଜାପିତ, ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ସ୍ମୃତିଚାରଣ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର, ପ୍ରସିଦ୍ଧ ନାଟ୍ୟକାର ଗୋ ପାଳ ଛୋଟରାୟଙ୍କ ସରଳ ଓ ନିରାଡଞ୍ଚର ବ୍ୟକ୍ତିତ୍ୱରେ ଆନ୍ତରିକତା ଓ ବୌଦ୍ଧିକତା ଭରି ରହିଥିଲା। କଟକ ସହିତ ତାଙ୍କର ନିବିଡ଼ ସଂ ପର୍କ ରହିଥିଲା ବୋଲି ସାଂସଦ ପ୍ରଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ କେତକୀ ଫାଉଣ୍ଡେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ‘ଆଇ ଆମ୍‌ ଉଇଥ୍‌ ନେଚର’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ନିଜ ଅଭିନେତା ଜୀବନର ଦ୍ରୋଣ ଭାବରେ ଅଭିହିତ କରିଥିଲେ। ଗୋପାଳ ଛୋଟରାୟଙ୍କ ସହିତ ଏକ ଅବିସ୍ମରଣୀୟ ଅନୁଭୂତିର ଅବତାରଣା କରି ନନ୍ଦ ତାଙ୍କ ଉଦ୍ଦେଶ୍ୟରେ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଗୋପାଳ ଛୋଟରାୟଙ୍କ ରଚିତ ଓ ଫାଉଣ୍ଡେସନ୍‌ ପ୍ରକାଶିତ ‘ଫେରିଆ’ ଓ ‘ ପରକଲମ’ ନାଟକ ଏବଂ ଆତ୍ମଜୀବନୀ ‘ ପଥିକ’ ଲୋକାର୍ପିତ ହୋଇଥିଲା। ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ଯତୀନ୍ଦ୍ର ନାୟକ ‘ ପଥିକ’ ଉପରେ ଆଲୋଚନା କରି ଗୋଟିଏ ଆତ୍ମଜୀବନୀର ସ୍ୱାତନ୍ତ୍ର୍ୟ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଦେବଦାସ ଛୋଟରାୟଙ୍କ ଲିଖିତ ସିନେମା ଗୀତର ଏକ ସଂକଳନ ମଧ୍ୟ ଉନମୋଚିତ ହୋଇଥିଲା। ବିଶିଷ୍ଟ ଲେଖିକା ଶ୍ରୀମତୀ ବିୟତ୍‌ ପ୍ରଜ୍ଞା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କେତକୀ ଫାଉଣ୍ଡେସନ୍‌ର ଟ୍ରଷ୍ଟି ଚିତ୍ରଶିଳ୍ପୀ ଶ୍ରୀ ରାମହରି ଜେନା କାଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହା ପରେ ଗୋ ପାଳ ଛୋଟରାୟଙ୍କ ନାଟକର ଊଦ୍ଧୃତାଂଶ ଶ୍ରୀ ଦେବଦତ୍ତ ପତି ଓ ସାଥିମାନଙ୍କ ଦ୍ୱାରା ଅଭିନୀତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

March 28, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.