Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁରରେ ଜିଲ୍ଲା ସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲା ସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ

January 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Jagtsinghpur Health Camp

ରମେଶ ମହାନ୍ତି

ଜଗତସିଂହପୁର: ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଡି.ଇ.ଆଇ.ସି ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରକୁ ହୃଦରୋଗ ବିଶେଷଜ୍ଞ ଡଃ. ପଙ୍କଜ ଗୁପ୍ତା ଇକୋ ମେସିନ ଜରିଆରେ ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରୁ ଏକ ଶହରୁ ଉର୍ଦ୍ଧ୍ଵ ଜନ୍ମରୁ ୧୮ ବର୍ଷ ବୟଷ୍କ ଶିଶୁଙ୍କୁ ପରୀକ୍ଷଣ କରି ଆବଶ୍ୟକ ମୁତାବକ ଔଷଧ ବଣ୍ଟନ କରାଯାଇଥିଲା। ଡଃ. ଗୁପ୍ତାଙ୍କ ସହିତ ନାରାୟଣ ହୃଦୟାଳୟର ତିନି ଜଣ ଟେକ୍ନିସିଆନ, ବି.ଏନ.ଏମ.ଏଚ ଜାମସେଦପୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡିଶା ଶାଖା ତରଫରୁ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବିଜୟା ପଣ୍ଡା, ଏ.ଡି.ପି.ଏଚ.ଓ, ଡଃ. ପ୍ରମୋଦ କୁମାର ବାରିକ, ଡଃ.ଲାଲମୋହନ ରାଉତ, ଡଃ. ବସନ୍ତ କୁମାର ବାରିକ, ଡଃ. ଗୁଞ୍ଜର ଚରଣ ମହନ୍ତ, ଡଃ. ଅଜୟ କୁମାର ସ୍ଵାଇଁ, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡି.ପି.ଏମ ଚକ୍ରଧର ଜେନା।, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସମେତ ବ୍ଲକସ୍ତରୀୟ ମୋବାଇଲ ହେଲଥ ଟିମ, ପୁରୀ ଜିଲ୍ଲାର ଡାକ୍ତର ଓ ଫାର୍ମାସିଷ୍ଟ ଏବଂ ସ୍ଟାଫ ନର୍ସମାନେ ସହାୟତା କରିଥିଲେ। ହୃଦରୋଗ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପ୍ରସଂଶା କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଆୟୋଜିତ ଏହି ହୃଦରୋଗ ପରୀକ୍ଷଣ ଶିବିର ଆସିଥିବା  ଶିଶୁମାନଙ୍କୁ ମୋବାଇଲ ହେଲଥ ଟିମ ଦ୍ବାରା ସଠିକ ଚିହ୍ନଟ ହୋଇଥିବାରୁ ଡଃ. ପଙ୍କଜ ଗୁପ୍ତା ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପ୍ରସଂଶା  କରିଥିଲେ। ଏହି ଶିବିରରେ ରକ୍ତଚାପ ପରୀକ୍ଷା, ହାର୍ଟ ରେଟ ପରୀକ୍ଷା, ବି.ଏସ.ଆଇ ଟେଷ୍ଟ କରାଯାଇଥିଲା।

ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାସ୍ତରୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.