Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅଜୟ ଉତ୍ସବ-୨୦୨୦: ଅଜୟ ମହାପାତ୍ରଙ୍କୁ ଅଜୟ ଉତ୍ସବ ସମ୍ମାନ
ଆଞ୍ଚଳିକ

ଅଜୟ ଉତ୍ସବ-୨୦୨୦: ଅଜୟ ମହାପାତ୍ରଙ୍କୁ ଅଜୟ ଉତ୍ସବ ସମ୍ମାନ

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୂବନେଶ୍ୱର : ପବିତ୍ର ସରସ୍ୱତୀ ପୂଜା ଅବସରରେ ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଓ ଅଜୟ ସ୍ୱାଇଁଙ୍କ ନାମରେ ନାମିତ ‘ଅଜୟ ଉତ୍ସବ-୨୦୨୦’ ଭାରତୀୟ ବିଦ୍ୟାଭବନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଶତାଧିକ କଳା, ସଂସ୍କୃତି ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ରହି ଏହି ଉତ୍ସବକୁ ସଫଳ କରିଥିଲେ । ଏହି କମିଟିର ଅଧ୍ୟକ୍ଷା ସାବିତ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଅକ୍ଷୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବକୁ ପରିଚାଳନା କରିଥିଲେ କମିଟିର ସଭାପତି କବି ଅଶୋକ କୁମାର ପୁହାଣ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକଙ୍କ ଦ୍ୱାରା ଅଜୟ ଉତ୍ସବର ଥିମ୍ ସଙ୍ଗ୍ ପରିବେଷଣ ସାଙ୍ଗକୁ ସୀମାଦ୍ରି ରାଓଙ୍କ ଯନ୍ତ୍ର ସଙ୍ଗୀତ ବାଦନ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଏହି ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ, ଦେବଦାସ ଛୋଟରାୟ, ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବିଶିଷ୍ଟ ଗାଳ୍ପିକ ଗୌରହରି ଦାସ, ବିଶିଷ୍ଟ ସଂଳାପକାର ଡ. ରଜନୀ ରଞ୍ଜନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଗାଳ୍ପିକ, ଔପନ୍ୟାସିକ ଅଜୟ ମହାପାତ୍ରଙ୍କୁ ‘ଅଜୟ ଉତ୍ସବ ସମ୍ମାନ-୨୦୨୦’ (ସାହିତ୍ୟ) ପ୍ରଦାନ କରାଯାଇଥିବା ବେଳେ ତରୁଣ ପିଢୀର କବି ଦିପୁନ୍ ପୁହାଣଙ୍କୁ ଅଜୟ ଉତ୍ସବ ତରୁଣ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ପରିଶେଷରେ ଅଜୟ ଉତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ପକ୍ଷୀଘରର ସମ୍ପାଦକ ଶ୍ରୀ ବନୋଜ ତ୍ରିପାଠୀ ପରିଚାଳନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.