Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅବ୍ୟବସ୍ଥାରେ ଶିକ୍ଷା ବ୍ୟବସ୍ଥା: ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ
ଆଞ୍ଚଳିକ

ଅବ୍ୟବସ୍ଥାରେ ଶିକ୍ଷା ବ୍ୟବସ୍ଥା: ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ

February 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ସରକାର ଶିକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କର ବିକାଶ ପାଇଁ ଶିକ୍ଷକମାନଙ୍କୁ ବର୍ଷ ତମାମ୍ ତାଲିମ୍ ଦିଆଯାଉଛି। ହେଲେ ଶିକ୍ଷାର ମାନ ରହୁନାହିଁ। ଏଥିପାଇଁ ଶିକ୍ଷକମାନଙ୍କୁ ବହୁ ଗୁରୁଦାୟିତ୍ୱ ସରକାର ଲଦି ଦେଉଛନ୍ତି। ଯାହା ଫଳରେ ଶିକ୍ଷାଦାନରେ ମଧ୍ୟ ବାଧା ସୃଷ୍ଟି ହେଉଛି। ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପନିପରିବା କିଣିବା ଆଦି କାମ ଜୋର ଜବରଦସ୍ତ ଲଦି ଦିଆଯାଇଛି ଶିକ୍ଷକମାନଙ୍କ ଉପରେ। ଯାହା ଫଳରେ ଶିକ୍ଷାର ବିକାଶ ନ ହୋଇ ଅଧୋପତନ ଆଡକୁ ଯାଇଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶେଣୀଗୃହର ଅଭାବଯୋଗୁଁ ଶିକ୍ଷାଦାନରେ ବ୍ୟାଘାତ ହେଉଛି
ସେମିତି ଏକ ବିଦ୍ୟାଳୟ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ୍ କିସିଣ୍ଡା ପଞ୍ଚାୟତରେ ଥିବା ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟ। ଏହି ବିଦ୍ୟାଳୟଟି ତା-୨୦/୦୭/୧୯୫୬ ମସିହାରେ ସ୍ଥାପିତ ହୋଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏହି ବିଦ୍ୟାଳୟରେ ବର୍ମାନ ୭୮ ଜଣ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଛାତ୍ରୀମାନେ ରହିବା ପାଇଁ ଏକ ଛାତ୍ରୀନିବାସର ସୁବିଧା ରହିଛି। ଛାତ୍ରୀନିବାସରେ ମୋଟ୍ ୫୯ ଜଣ ଛାତ୍ରୀ ରହୁଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ୨ ଜଣ ମାତ୍ର ଶିକ୍ଷକ ରହୁଛନ୍ତି। ୫ ଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ ଅଛନ୍ତି। ହେଲେ ସରକାର ଏଥିପ୍ରତି ଟିକିଏ ଧ୍ୟାନ ଦେବା ଉଚିତ୍। ବିଦ୍ୟାଳୟ ପାଇଁ ୪ ଜଣ ଶିକ୍ଷକର ଆବଶ୍ୟକତା ଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଯାହା ଫଳରେ ସୁଚାରୁ ରୂପେ ଶିକ୍ଷାଦାନ ହୋଇପାରୁନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଛାତ୍ରୀନିବାସ ସୁପରିଚାଳନା ପାଇଁ ଜଣେ ମହିଳା ଶିକ୍ଷକ ରହିବା ନିହାତି ଜରୁରୀ ମନେ ହେଉଛି। କିନ୍ତୁ ଦୀର୍ଘ ୩ ବର୍ଷ ହେଲା ଏଠାରେ କେହି ମହିଳା ଶିକ୍ଷକ ନିଯୁକ୍ତି ପାଇନାହାନ୍ତି। ବିଦ୍ୟାଳୟରେ ଥିବା ସ୍କୁଲ ପାଚେରୀ କମ୍ ଉଚ୍ଚତା ଥିବାରୁ ଏବଂ ପାଚେରୀ ଭାଙ୍ଗି ଯାଇଥିବାରୁ ଛାତ୍ରୀମାନେ ନିଜକୁ ନିରାପଦ ମଣୁନାହାନ୍ତି। ଛାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ଏହି ଅବହେଳିତ ସେବାଶ୍ରମ ବିଦ୍ୟାଳୟ ପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

 

ନାକ୍ଟିଦେଉଳ ବ୍ଲକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026
Latest News

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

April 2, 2026

ଆଜି କିଏ ଜିତିବ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ କାହାର ପଲ୍ଲା ଭାରି?

April 2, 2026

ଆମେରିକା ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ଶକ୍ତିଶାଳୀ ବାର୍ତ୍ତା ପଠାଇଲା ଇରାନ: ଜାଣନ୍ତୁ….

April 2, 2026

ରାଜ୍ୟସଭାର ଏହି ପଦବୀରୁ ହଟିବେ ରାଘବ ଚଢା: ବଡ଼ ପଦକ୍ଷେପ ନେଲା ‘ଆପ’

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.