ସମୀକ୍ଷା ବ୍ୟୁରୋ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବିଭିନ୍ନ ବିଷୟକୁ ନେଇ ସର୍ବଦା ଚର୍ଚ୍ଚା ରହିଥିବା ସମୟରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟ ସର୍ବଦା ଉଦାହରଣ ସ୍ରୁଷ୍ଟି କରିଥାଏ। ଠିକ୍ ସେଭଳି ଗଞ୍ଜାମର ଛତ୍ରପୁର ସହରରେ ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାଇକେଲରେ ପରିଭ୍ରମଣ କରି ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରିଛନ୍ତି । ଯେଉଁ ବ୍ୟବସାୟୀମାନେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି କିମ୍ବା ପରିବେଶକୁ ଦୂଷିତ କରୁଛନ୍ତି,ସେମାନଙ୍କୁ ତାଗିଦ୍ କରିବା ଦେଖିବାକୁ ମିଳିଛି। ଏହାସହ ସେମାନଙ୍କଠାରୁ ଫାଇନ ଆଦାୟ କରୁଛନ୍ତି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ପରିବେଶବିତ୍ ସମେତ ସାଧାରଣ ଜନସାଧାରଣ ପ୍ରଂଶସା କରିବା ମତପ୍ରକାଶ ପାଉଛି।
Tags: