Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିସ୍‌ର ବର୍ବର ଆକ୍ରମଣ ବିରୋଧରେ ଭୁବନେଶ୍ୱରରେ ଗଣପ୍ରତିବାଦ
ଆଞ୍ଚଳିକ

ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିସ୍‌ର ବର୍ବର ଆକ୍ରମଣ ବିରୋଧରେ ଭୁବନେଶ୍ୱରରେ ଗଣପ୍ରତିବାଦ

February 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ‘ଆମେ ଭାରତବାସୀ’-ଓଡ଼ିଶା ତରଫରୁ ଜମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିିସ୍‌ର ବର୍ବର ଆକ୍ରମଣ ବିରୋଧରେ ପ୍ରତିବାଦ ବିକ୍ଷୋଭ ସଂଗଠିତ କରାଯାଇଛି । ଜାମିଆ ମିଲିଆର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ୍‌, ଜାତୀୟ ଜନସଂଖ୍ୟା ପଞ୍ଜିକା ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଲାବେଳେ ପୋଲିସ୍ ଯେଉଁଭଳି ଭାବରେ ଅତି ଲଜ୍ଜାଜନକ ମରଣାନ୍ତକ ଆକ୍ରମଣ ଏବଂ ଅସଦାଚରଣ କରିଛି, ତାହା ଘୋର ନିନ୍ଦନୀୟ କାର୍ଯ୍ୟ।

ସରକାରୀ କଳ, ପୋଲିସ୍ ବଳ ଏବଂ ଗୁଣ୍ଡା ବାହିନୀର ଦମନ ଦ୍ୱାରା କୌଣସି ଗଣତାନ୍ତ୍ରିକ ଆନ୍ଦୋଳନ ଦବି ଯିବ ନାହିଁ ବୋଲି କୁହାଯାଇଛି। ଆଜି ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଆମେ ଭାରତବାସୀ’ ତରଫରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ବିଭିନ୍ନ ନେତୃବୃନ୍ଦ କହିଥିଲେ ଯେ, ‘ବେଟୀ ବଢାଓ-ବେଟୀ ପଢାଓ’ ସ୍ଲୋଗାନ ଦେଉଥିବା ଶାସକ ଦଳର ଗୁଣ୍ଡାମାନେ ଦିଲ୍ଲୀର ଗାର୍ଗୀ ମହିଳା କଲେଜରେ ଜୟ ଶ୍ରୀରାମ ଧ୍ୱନି ପକାଇ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ଏବଂ ଅଭିଯୋଗ ସତ୍ତ୍ୱେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, କ୍ରମାଗତ ଭାବେ ଜାମିଆ ମିଲିଆ ଓ ଜେଏନ୍‌ୟୁ ଛାତ୍ରଛାତ୍ରୀମାନଙ୍କ ଉପରେ ଶାରୀରିକ ଆକ୍ରମଣ କରାଯିବା, ବିଜେପି ସରକାରଙ୍କ ଏକଛତ୍ରବାଦୀ ଏବଂ ଅଗଣତାନ୍ତ୍ରିକ ଆଚରଣକୁ ହିଁ ପ୍ରଦର୍ଶନ କରୁଛି ।

କେନ୍ଦ୍ର ସରକାର ବେକାରୀଙ୍କୁ ନିଯୁକ୍ତି, ଦର ବୃଦ୍ଧି ନିୟନ୍ତ୍ରଣ, କୃଷକ ଆତ୍ମହତ୍ୟା ଇତ୍ୟାଦି ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି । ଏହା ସାଙ୍ଗକୁ ଧର୍ମ ନାମରେ ଦେଶକୁ ବିଭାଜନ କରିବା ପାଇଁ ଯେଉଁ ଯୋଜନା ରଚନା କରିଥିଲେ, ତାହା ବିରୋଧରେ ଜନ ଆକ୍ରୋଶ ଏବଂ ଜନ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଦିଲ୍ଲୀ ନିର୍ବାଚନର ରାୟ ଏବଂ ସାରା ଦେଶରେ ଚାଲିଥିବା ଜନଆନ୍ଦୋଳନକୁ ସମ୍ମାନ ଦେଇ କେନ୍ଦ୍ର ସରକାର ଅବିଳମ୍ବେ ସମ୍ବିଧାନ ବିରୋଧୀ ନାଗରିକ ସଂଶୋଧନ ଆଇନ୍ ପ୍ରତ୍ୟାହାର କରନ୍ତୁ, ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା ରଦ୍ଦ କରନ୍ତୁ ଏବଂ ପ୍ରସ୍ତାବିତ ଜାତୀୟ ଜନସଂଖ୍ୟା ପଞ୍ଜିକା ବନ୍ଦ କରିବା ପାଇଁ ଦାବି କରାଯାଇଛି ।

BJP Ads
ଜାମିଆ ଇସ୍‌ଲାମିଆ ୟୁନିଭରସିଟି ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ଭୀମ ଭୋଇ ମହାବିଦ୍ୟାଳୟର ପ୍ରାଧ୍ୟାପିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

October 30, 2025

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ସ୍କୁଲ ପାଚେରୀ

October 29, 2025

ଚିଲିକା: ସ୍ମୃତିଚାରଣ ସଭାରେ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

October 28, 2025
BJP Ads
Latest News

“ଆମେରିକା ଏବଂ ଚୀନ୍ ପରସ୍ପର ପାଇଁ ବିପଦ”: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

November 3, 2025

ଆଗାମୀ ସିରିଜ କେବେ ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

November 3, 2025

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.