Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»୨୫ ବର୍ଷର ସଫଳ ଯାତ୍ରା, ନବଜ୍ୟୋତି ନାଟକ ପ୍ରତିଯୋଗିତା ପାଇଁ ଲଟେରୀ ଉଠାଣ
ଆଞ୍ଚଳିକ

୨୫ ବର୍ଷର ସଫଳ ଯାତ୍ରା, ନବଜ୍ୟୋତି ନାଟକ ପ୍ରତିଯୋଗିତା ପାଇଁ ଲଟେରୀ ଉଠାଣ

February 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗବ୍ଳକ ବିଶ୍ୱାଳୀ ଠାରେ ସ୍ଥାନୀୟ ନବଜ୍ୟୋତି ୟୁଥ କ୍ଳବ ପକ୍ଷରୁ ୨୫ତମ ବାର୍ଷିକ  ମୁକ୍ତମଂଚ ନାଟକ ପ୍ରତିଯୋଗିତା ପାଇଁ ଆଜି ବିଭିନ୍ନ ପ୍ରତିଯୋଗୀ ଦଳ ମଧ୍ୟରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ୟୁଥ୍ କ୍ଳବର ସଭାପତି ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଏବଂ ଇଂ. ସୁରେଶ ବେହେରାଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭକ୍ତଚରଣ ସାମଲ, ପବିତ୍ର ସାହୁ, ପ୍ରମୋଦ ସାମଲ, ରାଜେନ୍ଦ୍ର କୁମାର ଦାସ, ଇଂ. ଅତନୁ ସାମନ୍ତ, ଚନ୍ଦ୍ରକାନ୍ତ ସାମଲ, ଅରକ୍ଷୀତ ଦାସ, ମାନଭଞ୍ଜନ ମଲ୍ଲ, ଆଲୋକ ସାହୁ, ରଜକିଶୋର ପତି, ତପନ କୁମାର ପରିଡ଼ା, ଇଂ. ଅଜୟ ବେହେରା, ଇଂ. ହିରୋଣ୍ୟ ଶଗଡ଼ିଆ, ବାବୁଲୀ ରାୟ, ପ୍ରଦୀପ୍ତ କୁମାର ସାମଲ, ନିଳାଦ୍ରୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ନବଜ୍ୟୋତି ୟୁଥ କ୍ଳବର ଏହି ୨୪ ବର୍ଷର ଦୀର୍ଘପଥ ଅତିକ୍ରମ କରିବାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅନୁଷ୍ଠାନ ରାଜ୍ୟର ଅନେକ ଲବ୍ଧପ୍ରତିଷ୍ଠ ଅନୁଷ୍ଠାନ ତୁଳନାରେ କୌଣସି ଗୁଣରେ କମ ନୁହେଁ ବୋଲି ଅତିଥିମାନେ ପ୍ରକ।ଶ କରିଥିଲେ। ପରେ ଧର୍ମଗୁଳା ଲଟେରୀ ଉଠାଣ କରାଯାଇଥିଲା। ଆସନ୍ତା ଅପ୍ରେଲ ୨୧ ତାରିଖଠାରୁ ଅନୁଷ୍ଠିତ ହେବାକୁ ଥିବା ଏହି  ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୭ଟି ଦଳ ଅଂଶ ଗ୍ରହଣ କରିବାକୁ ଥିବାବେଳେ ୨୧ ତାରଖଠାରୁ ୨୭ ତାରିଖ ମଧ୍ୟରେ ଯଥାକ୍ରମେ କୁଜଙ୍ଗ, ଜଗତସିଂହପୁର, ପାରାଦୀପ, ରାଉରକେଲା, ଭୂବନେଶ୍ୱର, ଖରିଗୋଠ, ପ୍ରହରାଜପୁର ଦଳ ସେମାନଙ୍କର ନାଟକ ପରିବେଷଣ କରିବେ ବୋଲି ସାବ୍ୟସ୍ତ ହୋଇଥିଲା। ସେହିପରି ଭାବେ ପ୍ରତ୍ୟେକ ଦଳ ସଙ୍ଗୀତ, ନୃତ୍ୟ ଏବଂ ନାଟକର ହାସ୍ୟରସ ଜରିଆରେ କୌଣସି ଅଶାଳୀନ ଦୃଶ୍ୟ ପରିବେଷଣ କିମ୍ବା ଦ୍ୱିଅର୍ଥବୋଧକ ସଂଳାପ ବ୍ୟବହାର କଲେ ଏବଂ ପ୍ରତ୍ୟେକ ପ୍ରତିଯୋଗୀ ଦଳ ପ୍ରାରମ୍ଭରେ ଜନସଚେତନତା କାର୍ଯ୍ୟକ୍ରମ ପରିବେଷଣ ନକଲେ ସେମାନଙ୍କର ନାଟକକୁ ମୂଲ୍ୟାଙ୍କନ କରାଯିବ ନାହିଁ ବୋଲି ବୈଠକରେ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟଭାବେ କୁହାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.