Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏବିଭିପି ବାଣପୁର-ବାଲୁଗାଁ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ଶୁଭକାମନା
ଆଞ୍ଚଳିକ

ଏବିଭିପି ବାଣପୁର-ବାଲୁଗାଁ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ଶୁଭକାମନା

March 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବିଗତ ଦୁଇ ଦିନ ହେବ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଯାଇଛି। ଗତକାଲି ବିଜ୍ଞାନ ବିଭାଗ ର ପରୀକ୍ଷା  ଆରମ୍ଭ ହୋଇଥିବାସ୍ଥଳେ ଆଜି କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହି ସମୟରେ ବାଣପୁର-ବାଲୁଗାଁ ଅଞ୍ଚଳର ପ୍ରତ୍ୟେକ କଲେଜ ସମ୍ମୁଖରେ ଗତ ଦୁଇଦିନ ହେଲା ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ଦ୍ୱାରା ଏହା ଅଧୀନରେ ଥିବା ସମସ୍ତ ୭ ଗୋଟି ଯୁକ୍ତ ଦୁଇ ଜୁନିଅର ମହାବିଦ୍ୟାଳୟ ଯଥା ଗୋଦାବରୀଶ ଜୁନିଅର ମହାବିଦ୍ୟାଳୟ,  ବାଣପୁର, ବାଲୁଗାଁ ଜୁନିଅର କଲେଜ, ବାଲୁଗାଁ, ନାଚୁଣୀ ଜୁନିଅର ମହାବିଦ୍ୟାଳୟ, ନାଚୁଣୀ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ବାଣପୁର, ପର୍ଶୁରାମ ଜୁନିଅର କଲେଜ, ଗମ୍ଭାରୀମୁଣ୍ଡା, ପି.ବି.ବି ଜୁନିଅର କଲେଜ, ଆଙ୍କୁଲା ଓ କାଳିଜାଇ ଜୁନିଅର କଲେଜ, ବାଲୁଗାଁ ରେ ପରୀକ୍ଷାର୍ଥୀ ମାନଙ୍କୁ ଅଭିନବ ଉପାୟରେ ଶୁଭକାମନା ଜ୍ଞାପନ କରାଯାଇଥିଲା ।

ପ୍ରତ୍ୟେକ କଲେଜର ମୁଖ୍ୟ ପ୍ରବେଶ ପଥ ସମ୍ମୁଖରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି କୁ  ପ୍ରବେଶ କରୁଥିବା ପରୀକ୍ଷାର୍ଥୀମାନଙ୍କ ମଥାରେ ପୁଷ୍ପ, ଚନ୍ଦନ ଓ ଚାଉଳ ଲଗାଇ ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଇଥିଲେ । କେତେ ଗୋଟି କଲେଜ ସମ୍ମୁଖରେ ଏବିଭିପି ଦ୍ୱାରା ରଖାଯାଇଥିବା  ସ୍ୱାମୀ ବିବେକାନନ୍ଦ ଓ ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ଫଟୋକୁ ପରୀକ୍ଷାର୍ଥୀ ମାନେ ପୂଜାର୍ଚ୍ଚନା କରି କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବା ପରିଲକ୍ଷିତ କରାଯାଇଥିଲା। ବିଦ୍ୟାର୍ଥୀ ପରିଷଦ ପ୍ରତିବର୍ଷ ଏପରି ଶୁଭକାମନା କାର୍ଯ୍ୟକ୍ରମ କରୁଅଛି ବୋଲି ନଗର ସମ୍ପାଦକ ବିକାଶ ସେଠି, ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ଓ ବିପ୍ଳବ ଗୁରୁ ମତପ୍ରକାଶ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏବିଭିପି ଦ୍ୱାରାଏହିପରି କାର୍ଯ୍ୟକ୍ରମ ଜାରିରହିବ ବୋଲି ନଗର ସହ ସମ୍ପାଦିକା ସଂଗୀତା ସ୍ୱାଇଁ ଓ ବର୍ଷାରାଣୀ ପ୍ରଧାନ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଜୟ, ସିଦ୍ଧାର୍ଥ, ସୁଜିତ, ଗୁରୁ, ଦିପୁ, ସୋମନାଥ, ବଳରାମ, ସୁଜିତ, ଦୀପକ, ପୁଲକ, ଜିତୁ, ବିରେନ ଓ ବହୁ କାର୍ଯ୍ୟକର୍ତ୍ତାମାନେ ପରିଚାଳନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ବିକାଶର ଧାରା ଓଡ଼ିଶା ସାରା: ଖୋର୍ଦ୍ଧା ବ୍ଲକ ସ୍ତରୀୟ ଜନସଚେତନତା ଓ ସେବା କାର୍ଯ୍ୟକ୍ରମ

June 23, 2026

ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.