Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଆରା ଢଙ୍ଗରେ ହୋଲି ପାଳିଲେ ସାନହନ୍ତୁଆଡର ଅରୁଣିମା କ୍ଲବର ସଦସ୍ୟମାନେ
ଆଞ୍ଚଳିକ

ନିଆରା ଢଙ୍ଗରେ ହୋଲି ପାଳିଲେ ସାନହନ୍ତୁଆଡର ଅରୁଣିମା କ୍ଲବର ସଦସ୍ୟମାନେ

March 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରଙ୍ଗର ପର୍ବ ହୋଲିକୁ ବେଶ୍‌ ନିଆରା ଢଙ୍ଗରେ ପାଳନ କରିଛି ଅରୁଣିମା କ୍ଲବ। ସାରା ବିଶ୍ବରେ କରୋନା ଭୟଙ୍କର ଆତଙ୍କ ଖେଳାଇଥିବାବେଳେ ଭାରତରେ ଏହି ରୋଗୀଙ୍କ ସଂକ୍ରମିତଙ୍କ ସଂଖ୍ୟା ୬୨ରେ ପହଞ୍ଚିଲାଣି। କରୋନାର କରାଳ ରୂପରେ ସମେସ୍ତ ପ୍ରାୟ ଭୀତତ୍ରସ୍ତ। ଏପରି ସମୟରେ ବାଣପୁର ସାନହନ୍ତୁଆଡର ଅରୁଣିମା କ୍ଲବର ସଦସ୍ୟମାନେ ହୋଲିରେ ରଙ୍ଗର ଖେଳ ନ ଖେଳି ମାନବତାର ରଙ୍ଗ ପ୍ରଦର୍ଶନ କରିଛନ୍ତି। କରୋନା  ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ନିରାକରଣ ପାଇଁ ଲୋକଙ୍କ ସତର୍କ କରାଇବା ସହିତ ସଚେତନତା ସୃଷ୍ଟି କରିଛନ୍ତି ଅରୁଣିମା ବ୍ଲକ୍‌ର ସଦସ୍ୟବୃନ୍ଦ। ଏହି କ୍ଲବ ତରଫରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇ ଘର ଘର ବୁଲି ଲୋକଙ୍କୁ ଏହାକୁ ବଣ୍ଟନ କରିବା ସହିତ ଏହା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିରେ କରୋନା ସତର୍କତା ନେଇ ଅନେକଗୁଡିଏ ପଦକ୍ଷେପ ବିଷୟରେ ଉଲ୍ଲେଖ ରହିଛି। ଯେପରିକି – ମୁହଁ  ଓ ହାତକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ ବା କରମର୍ଦ୍ଦନ ବା ଆଲିଙ୍ଗନ କରନ୍ତୁ ନାହିଁ। କାର୍ଯ୍ୟସ୍ଥଳରେ ସଭା ସମିତି କରନ୍ତୁ ନାହିଁ କି ଜ୍ବର, କାଶ ହେଉଥିବା ବ୍ୟକ୍ତିଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ। ସେହିପରି ଜରୁରୀ ଆବଶ୍ୟକତା ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ସାମାନ୍ୟ ଜ୍ବର, କାଶ କିମ୍ବା ଥଣ୍ଡା ପରି ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନିୟମିତ ହାତ ଓ ମୁହଁକୁ ସଫା ରଖନ୍ତୁ। ନିଜ ପରିବେଶକୁ  ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଜନଗହଳି ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ଜନଗହଳି ଥିବା ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ ବୋଲି କୁହାଯାଇଥିଲା।

ଏହି କ୍ଲବର ସଭାପତି ଶେଷଦେବ ବରାଳଙ୍କ ନେତୃତ୍ବରେ ଆୟୋଜିତ ଏହି ନିଆରା ରଙ୍ଗ ଉତ୍ସବରେ ସାମିଲ୍‌ ହୋଇଥିଲେ ଦୀପକ ଜେନା, କହ୍ନା ସ୍ବାଇଁ , ସୁନଜ ମହାନ୍ତି , ସମ୍ପାଦକ ସୁନୀଲ, ମୁନା ବରାଳ, ଦିନେଶ, ଆଶିଷ ଏବଂ ଅନ୍ୟ ସଦସ୍ୟ ମାନେ ହେଲେ ମହେନ୍ଦ୍ର, ଗୁରୁ, ଭାଗି, ଦାଶରଥି, କାଳିଆ, ମୁନା ବିଶ୍ୱାଳ ପ୍ରମୁଖ।

ସୂଚନାଯୋଗ୍ୟ, ନୂଆବର୍ଷକୁ ମଧ୍ୟ ବେଶ୍‌ ନିଆରା ଢଙ୍ଗରେ ପାଳିତ କରିଥିଲେ ଏହି ଅରୁଣିମା କ୍ଲବ। ନବବର୍ଷ ଅବସରରେ ଏହି କ୍ଲବର ସଦସ୍ୟମାନେ ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କରିଥିଲେ। ଏତଦ୍‌ବ୍ୟତୀତ ଏହାର କର୍ମକର୍ତ୍ତାମାନେ ବାଣପୁର ଥାନାକୁ ଯାଇ ପୋଲିସ୍‌ ଓ ସାଧାରଣଜନତାଙ୍କ ସହ ନିବିଡିତା ହେବା ଦିଗରେ ଦୀର୍ଘ ସମୟ ଆଲୋଚନା କରିଥିଲେ। ଅରୁଣିମା କ୍ଲବର ଏଭଳି ଏକ ନିଆରା ଉଦ୍ୟମ ତଥା ବିଭିନ୍ନ ପର୍ବପର୍ବାଣୀକୁ ଭିନ୍ନ ଢଙ୍ଗରେ ପାଳନକୁ ନେଇ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ବିଶ୍ୱବିଦ୍ୟାଳୟରେ ଉତ୍ତିଷ୍ଠତ ଜାଗ୍ରତ ମହା ଶିବିରରେ ବାଣପୁର ଓ ବାଲୁଗାଁ ଛାତ୍ରଛାତ୍ରୀ

September 28, 2025

ଅବକାରୀ ବିଭାଗର ବାଣପୁର-ଟାଙ୍ଗୀରେ ଚଢାଉ: ଦେଶୀ ମହୁଲି ଓ ଗଞ୍ଜେଇ ଜବତ, ଦୁଇ ଗିରଫ

September 27, 2025

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ, ସ୍ୱାସ୍ଥ୍ୟ ଯାଞ୍ଚ କଲେ ୨୧୮ ପୁରୁଷ ଓ ମହିଳା

September 24, 2025
Latest News

ଦେଶରେ ପ୍ରତିଷ୍ଠା ହେବ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଖର୍ଚ୍ଚ ହେବ ୫୮୬୨ କୋଟି ଟଙ୍କା

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.