Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଆରା ଢଙ୍ଗରେ ହୋଲି ପାଳିଲେ ସାନହନ୍ତୁଆଡର ଅରୁଣିମା କ୍ଲବର ସଦସ୍ୟମାନେ
ଆଞ୍ଚଳିକ

ନିଆରା ଢଙ୍ଗରେ ହୋଲି ପାଳିଲେ ସାନହନ୍ତୁଆଡର ଅରୁଣିମା କ୍ଲବର ସଦସ୍ୟମାନେ

March 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରଙ୍ଗର ପର୍ବ ହୋଲିକୁ ବେଶ୍‌ ନିଆରା ଢଙ୍ଗରେ ପାଳନ କରିଛି ଅରୁଣିମା କ୍ଲବ। ସାରା ବିଶ୍ବରେ କରୋନା ଭୟଙ୍କର ଆତଙ୍କ ଖେଳାଇଥିବାବେଳେ ଭାରତରେ ଏହି ରୋଗୀଙ୍କ ସଂକ୍ରମିତଙ୍କ ସଂଖ୍ୟା ୬୨ରେ ପହଞ୍ଚିଲାଣି। କରୋନାର କରାଳ ରୂପରେ ସମେସ୍ତ ପ୍ରାୟ ଭୀତତ୍ରସ୍ତ। ଏପରି ସମୟରେ ବାଣପୁର ସାନହନ୍ତୁଆଡର ଅରୁଣିମା କ୍ଲବର ସଦସ୍ୟମାନେ ହୋଲିରେ ରଙ୍ଗର ଖେଳ ନ ଖେଳି ମାନବତାର ରଙ୍ଗ ପ୍ରଦର୍ଶନ କରିଛନ୍ତି। କରୋନା  ଭୂତାଣୁ ସଂକ୍ରମଣର ପ୍ରତିରୋଧ ପାଇଁ ନିରାକରଣ ପାଇଁ ଲୋକଙ୍କ ସତର୍କ କରାଇବା ସହିତ ସଚେତନତା ସୃଷ୍ଟି କରିଛନ୍ତି ଅରୁଣିମା ବ୍ଲକ୍‌ର ସଦସ୍ୟବୃନ୍ଦ। ଏହି କ୍ଲବ ତରଫରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇ ଘର ଘର ବୁଲି ଲୋକଙ୍କୁ ଏହାକୁ ବଣ୍ଟନ କରିବା ସହିତ ଏହା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିରେ କରୋନା ସତର୍କତା ନେଇ ଅନେକଗୁଡିଏ ପଦକ୍ଷେପ ବିଷୟରେ ଉଲ୍ଲେଖ ରହିଛି। ଯେପରିକି – ମୁହଁ  ଓ ହାତକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ ବା କରମର୍ଦ୍ଦନ ବା ଆଲିଙ୍ଗନ କରନ୍ତୁ ନାହିଁ। କାର୍ଯ୍ୟସ୍ଥଳରେ ସଭା ସମିତି କରନ୍ତୁ ନାହିଁ କି ଜ୍ବର, କାଶ ହେଉଥିବା ବ୍ୟକ୍ତିଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ। ସେହିପରି ଜରୁରୀ ଆବଶ୍ୟକତା ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ସାମାନ୍ୟ ଜ୍ବର, କାଶ କିମ୍ବା ଥଣ୍ଡା ପରି ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନିୟମିତ ହାତ ଓ ମୁହଁକୁ ସଫା ରଖନ୍ତୁ। ନିଜ ପରିବେଶକୁ  ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଜନଗହଳି ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ଜନଗହଳି ଥିବା ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ ବୋଲି କୁହାଯାଇଥିଲା।

ଏହି କ୍ଲବର ସଭାପତି ଶେଷଦେବ ବରାଳଙ୍କ ନେତୃତ୍ବରେ ଆୟୋଜିତ ଏହି ନିଆରା ରଙ୍ଗ ଉତ୍ସବରେ ସାମିଲ୍‌ ହୋଇଥିଲେ ଦୀପକ ଜେନା, କହ୍ନା ସ୍ବାଇଁ , ସୁନଜ ମହାନ୍ତି , ସମ୍ପାଦକ ସୁନୀଲ, ମୁନା ବରାଳ, ଦିନେଶ, ଆଶିଷ ଏବଂ ଅନ୍ୟ ସଦସ୍ୟ ମାନେ ହେଲେ ମହେନ୍ଦ୍ର, ଗୁରୁ, ଭାଗି, ଦାଶରଥି, କାଳିଆ, ମୁନା ବିଶ୍ୱାଳ ପ୍ରମୁଖ।

ସୂଚନାଯୋଗ୍ୟ, ନୂଆବର୍ଷକୁ ମଧ୍ୟ ବେଶ୍‌ ନିଆରା ଢଙ୍ଗରେ ପାଳିତ କରିଥିଲେ ଏହି ଅରୁଣିମା କ୍ଲବ। ନବବର୍ଷ ଅବସରରେ ଏହି କ୍ଲବର ସଦସ୍ୟମାନେ ବାଣପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କରିଥିଲେ। ଏତଦ୍‌ବ୍ୟତୀତ ଏହାର କର୍ମକର୍ତ୍ତାମାନେ ବାଣପୁର ଥାନାକୁ ଯାଇ ପୋଲିସ୍‌ ଓ ସାଧାରଣଜନତାଙ୍କ ସହ ନିବିଡିତା ହେବା ଦିଗରେ ଦୀର୍ଘ ସମୟ ଆଲୋଚନା କରିଥିଲେ। ଅରୁଣିମା କ୍ଲବର ଏଭଳି ଏକ ନିଆରା ଉଦ୍ୟମ ତଥା ବିଭିନ୍ନ ପର୍ବପର୍ବାଣୀକୁ ଭିନ୍ନ ଢଙ୍ଗରେ ପାଳନକୁ ନେଇ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ବିକାଶର ଧାରା ଓଡ଼ିଶା ସାରା: ଖୋର୍ଦ୍ଧା ବ୍ଲକ ସ୍ତରୀୟ ଜନସଚେତନତା ଓ ସେବା କାର୍ଯ୍ୟକ୍ରମ

June 23, 2026

ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

June 23, 2026

ଭାରତ ଏବଂ ଚୀନ ପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି

June 23, 2026

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.