Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ସଚେତନତା ସଭାରେ ଅଢେଇ ଘଂଟା ବିଳମ୍ବରେ ପହଂଚିଲେ ବିଧାୟକ
ଆଞ୍ଚଳିକ

କରୋନା ସଚେତନତା ସଭାରେ ଅଢେଇ ଘଂଟା ବିଳମ୍ବରେ ପହଂଚିଲେ ବିଧାୟକ

March 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଳକ ସଭାଗୃହରେ ଆଜି କରୋନା ସମ୍ପର୍କୀତ ସ୍ୱତନ୍ତ୍ର ପଂଚାୟତ ସମିତି ବୈଠକ ପ୍ରହସନରେ ପରିଣତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସ୍ଥାନୀୟ ବିଧାୟକଙ୍କ ପାଇଁ ଅଢେଇଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ଏହି ସମାବେଶ। ଫଳରେ ଅର୍ଦ୍ଧାଧିକ ପଂଚାୟତ ନିର୍ବାଚିତ ପ୍ରତିନିଧି ମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିଥିଲେ। ସେହିପରିଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବୈଠକରେ ସାମିଲ ହେବାକୁ ଜିଲ୍ଲାପାଳ ବାରଣ କରିଥିବା କହି ଅନୁମତି ପ୍ରଦାନ କରିନଥିଲେ। ଫଳରେ ଉପସ୍ଥିତ ସାମ୍ବାଦିକମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ।

ପ୍ରକାଶଯେ, ଦୀର୍ଘ ପାଞ୍ଚମାସ ହେବ ବିଡ଼ିଓଙ୍କ ଅନୁପସ୍ଥିତିକ୍ରମେ ଏଠାରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ବିଡ଼ିଓଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଦୀର୍ଘ ୮ମାସ ହେବ ଏଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନାହିଁ। କେବଳ କରୋନା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସ୍ୱତନ୍ତ୍ରଭାବେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପୂର୍ବାହ୍ନ ସାଢେ ଦଶଟା ସମୟରେ ଅନୁଷ୍ଠିତ ହେବ ବୋଲି ପଂଚାୟତର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ମାତ୍ର ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ ପ୍ରାୟ ଅଢେଇଘଂଟା ବିଳମ୍ବରେ ଅର୍ଥାତ ପ୍ରାୟ ଅପରାହ୍ନ ଗୋଟାଏ ସମୟରେ ବ୍ଳକରେ ପହଂଚିଥିଲେ। ନିର୍ଦ୍ଧାରିତ ସମୟଠାରୁ ଅଢେଇ ଘଂଟା ବିଳମ୍ବରେ ବୈଠକ ଆରମ୍ଭ ହୋଇଥିବାରୁ ବିରକ୍ତି ପ୍ରକାଶ କରି କୁଜଙ୍ଗ ବ୍ଳକର ୨୮ ପଂଚାୟତରୁ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ପଂଚାୟତର ସରପଂଚ ଏବଂ ସମିତିସଭ୍ୟ ମାନେ ବୈଠକକୁ ବର୍ଜନ କରି ପଳାଇଥିଲେ। ବିଧାୟକ ପହଂଚିବାପରେ ଆରମ୍ଭ ହୋଇଥିବା ବୈଠକ ମାତ୍ର ଏକଘଂଟା ମଧ୍ୟରେ ଶେଷ ହୋଇ ଯାଇଥିଲା। ତେବେ ଔପଚାରିକତା ଦୃଷ୍ଟିରୁ କେବଳ କିଛି କରୋନା ସଚେତନତା ବାର୍ତା ପ୍ରଦାନ କରାଯାଇ ବୈଠକକୁ ଶେଷ କରି ଦିଆଯାଇଥିଲା।

ଏଭଳି ଭାବେ ଯଦି କରୋନା ସଚେତନତା କରାଯାଏ ତାହାଲେ ସ୍ଥାନୀୟ ଜନସାଧାରଣମାନେ କରୋନା ଭୂତାଣୁ ସମ୍ପର୍କରେ ଆବଶ୍ୟକୀୟ ସୂଚନା ପାଇପାରିବେ ନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ଚିକିତ୍ସାଧିକାରୀ ଡ଼. ପ୍ରସନ୍ନ କୁମାର ପଣ୍ଡା, ସାଂସଦ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ, ଅତିରିକ୍ତ ଯନ୍ତ୍ରୀ ସଙ୍ଗ୍ରାମ କେଶରୀ ପରିଡ଼ା, ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ସତ୍ୟଜିତ ସ୍ୱାଇଁ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଅବସରରେ ଯୋଗଦାନ କରିଥିଲେ।

corona
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026
Latest News

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026

ହଳଦିଆ ଦାନ୍ତ ନେଇ ଚିନ୍ତିତ କି? ଲୁଣ-ଲେମ୍ବୁ ଲଗାଇବା ପୂର୍ବରୁ ଜାଣନ୍ତୁ ଏହି କଥା

September 18, 2026

ପୋଲିସ କବଜାରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ: ମୁଣ୍ଡ ଉପରେ ଥିଲା ୨.୨୦ କୋଟିର ପୁରସ୍କାର

September 18, 2026

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର: ବୃଦ୍ଧି ହେବ କି ଫି’?

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.