Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ: ଜିଲ୍ଲା ପ୍ରଶାସନ, ପୋଲିସ୍‌, ଡ଼ାକ୍ତରଙ୍କ ତତ୍ପରତା ପାଇଁ ଘଣ୍ଟି ବଜାଇ ଧନ୍ୟବାଦ ଦେଲେ ଜନତା
ଆଞ୍ଚଳିକ

ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ: ଜିଲ୍ଲା ପ୍ରଶାସନ, ପୋଲିସ୍‌, ଡ଼ାକ୍ତରଙ୍କ ତତ୍ପରତା ପାଇଁ ଘଣ୍ଟି ବଜାଇ ଧନ୍ୟବାଦ ଦେଲେ ଜନତା

March 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଆଜି ଦେଶରେ ରାଜ୍ୟରେ ତଥା ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ ହୋଇଛି । ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ର ଜନତା କର୍ଫ୍ୟୁ ମାନିନେଇ ସକାଳ ୭ ଘଟିକାରୁ ରାତ୍ର ୯ ଘଟିକା ଯାଏଁ ଏତେ ବ୍ରହ୍ମପୁର ପରି ବଡ଼ ସହର ଏବଂ ଜିଲ୍ଲାର ବିଭିନ୍ନ ଗ୍ରାମ, ପୁରପଲ୍ଲୀରେ ନୀରବତା ଦେଖିବାକୁ ମିଳିଥିଲା । ଏଭଳି ନୀରବତା ବୋଧେ କେହି କେବେ ଇତିହାସରେ ଦିନବେଳେ ଦେଖିନଥିବେ । ରାସ୍ତା ଖାଁ ଖାଁ, ସବୁଆଡ଼େ ଏକ ଅଜଣା ନୀରବତା । ଏପରିକି ନୀରବତାରେ ଯେଉଁଠାରେ ପକ୍ଷୀମାନଙ୍କ ସ୍ୱର କେବେ ଶୁଭାଯାଇନଥିଲା ସେଠାରେ ଆଜି ସେମାନଙ୍କ କଳରବ ଦେଖିବାକୁ ମିଳିଛି । ବୋଧହୁଏ ଭଗବାନ ସେମାନଙ୍କ ପାଇଁ ଆଜିର ଦିନଟିଏ ଆଗରୁ ପ୍ରସ୍ତୁତ କରି ରଖିଥିଲା । ସହରର ପ୍ରତି ସାହି ଗଳି, ପ୍ରତି ଛକରେ ଜନତା ସ୍ୱତଃପୂର୍ବ ଭାବେ ଏହି କର୍ଫ୍ୟୁକୁ ସମର୍ଥନ ଦେଇଥିଲେ । ଜିଲ୍ଲାରେ ଶିକ୍ଷକ, ଅଶିକ୍ଷିତ, ବୁଢ଼ା ବୁଢ଼ୀ, ଛୁଆ ସମସ୍ତେ ଘରେ ରହି ସରକାରଙ୍କୁ ସମର୍ଥନ କରିଥିଲେ । ସନ୍ଧ୍ୟା ୫ ଘଣ୍ଟା ସମୟରେ ଆବାଳ ବୃଦ୍ଧବନିତା ହାତରେ ଘଣ୍ଟ, ଶଂଖ, ଥାଳି, ଗିନା, ତାଟିଆ ଯିଏ ଯାହା ପାଇଲା ଧରି ଶବ୍ଦ କରି ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ପ୍ରଶାସନର ଅଧିକାରୀ ଡ଼ାକ୍ତର, ପୋଲିସ୍‌, ନର୍ସ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ସଂପ୍ରତି କରୋନା ଭୁତାଣୁ ବ୍ୟାଧି ସଂକଟରୁ ମୁକୁଳିବାର ସର୍ବଶ୍ରେଷ୍ଠ ଉପାୟ ଜନଗହଳିଠାରୁ ନିଃସଂଗତା । ଏହି ବାର୍ତ୍ତା ଏକ ସାଧନା ଓ ତପସ୍ୟା ବୋଲି ମାନିବାକୁ ସାଧାରଣ ଜନତା ସଂପୂର୍ଣ୍ଣ ପ୍ରସ୍ତୁତ । ଯେଉଁ ରୋଗ ସଇତାନ ପରି ମାଡ଼ି ଆସିଛି ଏହା ଯେ ବିଶ୍ୱ ସମୁଦାୟକୁ ଚେତାଇ ଦେଇନି ବରଂ ଅସାଧାରଣ ସଂକଟ ବଳୟକୁ ଠେଲି ଦେଇଛି । ଟିକିଏ ସତର୍କ ନ ରହିଲେ ଏତେବଡ଼ ଜନପଦ ଆଖିପୁଛାଳାକେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁହଁକୁ ଠେଲି ହେବାର ପ୍ରମାଣ ପ୍ରତ୍ୟେକ ଦିନ ଅନ୍ୟ ଦେଶକୁ ଦେଖିଲେ ଦେଖିବାକୁ ମିଳୁଛି । ଭୟଙ୍କର ପରିସ୍ଥିତି ଦେଶ ବାହାର ରାଷ୍ଟ୍ର ଇଟାଲୀ, ଫ୍ରାନସ, ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ଉନ୍ନତମାନର ଦେଶ ବିପଦ ବଳୟରେ ସଂଘର୍ଷ ଜାରି ରଖିଛନ୍ତି । ଭାରତ ଗୋଟିଏ ବିଶାଳ ଦେଶ । ବିବିଧ ଭାଷା, ସଂସ୍କୃତି, ପର୍ବପର୍ବାଣି ସାମାଜିକ ଓ ଆଧ୍ୟାତ୍ମିକ ପାରମ୍ପରିକ ଭଳି ବିଭିନ୍ନ ଅନୁଷ୍ଠାନ ଏଠାରେ ହୁଏ । ଯେଉଁଠି ହଜାର ହଜାର ଲୋକଙ୍କ ସମାଗମରେ ଯଦି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ରହିଲେ ତେବେ ପରିସ୍ଥିତି ଅସମ୍ଭାଳ । ଏସବୁ ବିଷୟକୁ ଆଖି ଆଗରେ ରଖି ଦେଶର ପ୍ରଧାନମନ୍ତ୍ରୀଙ୍‌କ ଆହ୍ୱାନ ଥିଲା ଜନତା କର୍ଫ୍ୟୁ । ଏହାକୁ ରାଜ୍ୟ ସରକାର ମଧ୍ୟ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଏହି ସଫଳ ପଛରେ ଜିଲ୍ଲା ପ୍ରଶାସନ, ପୋଲିସ୍‌, ଗଣମାଧ୍ୟମ ସହ ସାଧାରଣ ଜନତାଙ୍କ ଆନ୍ତରିକ ସହଯୋଗ । ବିଶେଷ କରି ବ୍ରହ୍ମପୁର ଗଂଜାମ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ନିୟନ୍ତ୍ରଣକୁ ନେଇଥିଲା । ପ୍ରତି ବ୍ଳକ୍‌, ସଦର ମହକୁମା, ନଗର ପାଳିକାରେ ଜନତା କର୍ଫ୍ୟୁ ବଳବତ୍ତର ରହିଥିଲା ଏବଂ ଲୋକମାନେ ଘରେ ରହିଥିବା ଖବର ଅଦ୍ଭୂତପୂର୍ବ । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କଠୋର ପରିଶ୍ରମ ଏବଂ ଜିଲ୍ଲା ପୋଲିସ୍ ଅଧିକାରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ମଧ୍ୟ ପ୍ରଶଂସନୀୟ ।

କରୋନାର ଭୟଙ୍କର ଚିତ୍ର ବିଦେଶରେ ଦେଖୁଥିବାବେଳେ ଭାରତରେ ଆଜି ଗୋଟିଏ ଦିନରେ ୫୦ରୁ ଉର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେବା ପରେ ଭୟ ଟିକିଏ ବଢ଼ିଛି । ଏଇ ଗୋଟିଏ ସପ୍ତାହ ଅଗ୍ନି ପରୀକ୍ଷାର ବେଳ । ସତର୍କତା ସହ ପ୍ରତିକାରପୂର୍ଣ୍ଣ ବ୍ୟବସ୍ଥା ହିଁ ମହୌଷଧି; ନହିଲେ ଯାହା ଘଟିବ ସମୟ ହାତରୁ ଖସିଯିବ ଏବଂ ଅଣାୟତ୍ତ ପରିସ୍ଥିତିକୁ ଆମ ଶାସନ ବ୍ୟବସ୍ଥା ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପାରେ । ଏହି ବ୍ୟବସ୍ଥା ନ ଭଗିବା ପାଇଁ ଓଡ଼ିଶା ବହୁ ଆଗରେ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟକୁ ହାତଛଡ଼ା ନକରି ବିଭିନ୍ନ ଜିଲ୍ଲା ସହ କିଛି ସହରକୁ ଲକ୍‌ଡ଼ାଉନ୍ ମଧ୍ୟ କରିଛନ୍ତି । ଏହା ମଧ୍ୟ ଅଭିନନ୍ଦନୀୟ । ଗଂଜାମ ଜିଲ୍ଲାରେ ବହୁ ଶ୍ରମଜୀବୀ ପ୍ରବାସରେ କାମ କରନ୍ତି । ବର୍ତ୍ତମାନ କରୋନା ଭୟରେ ଗାଁକୁ ପେରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏମାନଙ୍କୁ ପରୀକ୍ଷା କରିବାକୁ ହେବ । ଅଧିକରୁ ଅଧିକ ସଚେତନତା ଆବଶ୍ୟକତା ରହିଛି ।

ପୃଥିବୀର ବିକାଶଶୀଳ ରାଷ୍ଟ୍ର ମଧ୍ୟରୁ ଆମେରିକା, ଚୀନ୍‌, ଫ୍ରାନସ, ଇଟାଲୀ ଓ ଜର୍ମାନୀ ଜ୍ଞାନ, ବୈଷୟିକ କ୍ଷେତ୍ରରେ କେବଳ ଆଗୁଆ ନୁହନ୍ତି ବରଂ ସ୍ୱାସ୍ଥ୍ୟସେବାରେ ଶୀର୍ଷରେ । ଆମ ଭାରତର ଅଧିକାଂଶ ଲୋକ ବିଶେଷ ଭାବରେ ଗ୍ରାମାଞ୍ଚଳରେ । ଏମାନଙ୍କର ସଚେତନତା ଅଭାବରୁ ଅନେକ ସମୟରେ ଏମିତି କିଛି ପ୍ରତିକୂଳ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ । ବର୍ତ୍ତମାନ କରୋନା ପାଇଁ ଚିନ୍ତିତ ଥିବାବେଳେ କିଛି ପ୍ରଶ୍ନ ଠିଆ କରିଛି । ସ୍ୱାସ୍ଥ୍ୟସେବାରେ ଗ୍ରାମାଞ୍ଚଳ ପରିସ୍ଥିତି ଦୁର୍ବଳ । ଗ୍ରାମାଞ୍ଚଳରେ ଡ଼ାକ୍ତର ମଧ୍ୟ ଅଭାବ । କିନ୍ତୁ ଏଇ ଯୁଦ୍ଧକାଳୀନ ଜରୁରୀ ସମୟରେ ସ୍ୱାସ୍ଥ୍ୟସେବାର ସବୁ ଦିଗଗୁଡ଼ିକ ଯତ୍ନ ସହକାରେ ତନ୍ନତନ୍ନ କରି ଅନୁଶୀଳନ କରାଯାଉ । ଜଣେ ଡ଼ାକ୍ତର ନିଜର ମନ୍ତବ୍ୟରେ କହିଛନ୍ତି ଗଂଜାମ ଜିଲ୍ଲାର କୌଣସି ଚିକିତ୍ସାଳୟରେ ସ୍ୱଚ୍ଛତା, ପରିଷ୍କାର, ପରିମଳ ପ୍ରାୟତଃ ନାହିଁ । ଯେଉଁଠିକି ଦୈନିକ ଶହଶହ ରୋଗୀ ସମାଗମ ହୁଏ । ଏଣୁ ଲୋକମାନଙ୍କ ଦୂରତ୍ୱ ରକ୍ଷା କରାଯିବା ସହ ଭଗ୍ନ ପ୍ରାୟ ଚିକିତ୍ସାଳୟର ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ସାଜଡ଼ିବା ମଧ୍ୟ ଜରୁରୀ । ରୋଗୀ ସଂଖ୍ୟା ଓଡ଼ିଶାରେ ମାତ୍ର ୨, ଯାହା ସୁଖଦ ଖବର । ଜିଲ୍ଲାପାଳଙ୍କ ଉଦ୍ୟମ ଏବଂ ପ୍ରଶାସନିକ କାର୍ଯ୍ୟଧାରା ପାଇଁ ହୁଏତ କରୋନା ଭୟ ମନରୁ ଲିଭିଯିବ ଏବଂ ଜୀବନଯାତ୍ରା ସ୍ୱାଭାବିକ ହେବ ।

brahmapur
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.