ମହ୍ଲାସାହି ଗ୍ରାମ କମିଟି ପକ୍ଷରୁ ମାଗଣା ମାସ୍କ ବଣ୍ଟନ

Published: Apr 9, 2020, 2:53 pm IST

 

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ : ଆଜିଠୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବାହାରକୁ ଗଲେ ମୁହଁରେ କପଡ଼ା ଦେବା ଜରୁରୀ। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ସମସ୍ତେ ମାସ୍କ ପିନ୍ଧିବାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଏହ ପରିପ୍ରେକ୍ଷୀରେ ମହ୍ଲାସାହି ମା’ କେନ୍ଦୁଳାଇ  ଗ୍ରାମ କମିଟି ପକ୍ଷରୁ ମାଗଣା ମାସ୍କ ବଣ୍ଟନ କରାଯାଇଛି । 60 ବର୍ଷରୁ ବୟସ୍କଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଥିଲା ।

ବଲ୍ଲଭ ଚରଣ ପାଣି ଓ ବିଶ୍ବନାଥ ପାଣିଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସମ୍ପାଦନା କରାଯାଇଥିବାବେଳେ ତପନ ମହାନ୍ତି, ପ୍ରସନ୍ନ ପଣ୍ଡା, କୁଳମଣି ଦାସ, ମାଧବ ଚରଣ ପାଣି ଓ ବଳାରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts