Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ : ଉଠାଦୋକାନୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା
ଆଞ୍ଚଳିକ

କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ : ଉଠାଦୋକାନୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା

April 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ରବିବାର ସୁଦ୍ଧା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୭୬୦୫୯ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଖିଲା ଖାଦ୍ୟ କୁପନ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ୧୯୮ଟି ଗ୍ରାମପଞ୍ଚାୟତରେ ୧୯୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୨୮୮୨ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୪ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ୪,୯୩,୩୯୯ ହିତାଧିକାରୀଙ୍କୁ ସେମାନଙ୍କର ଏକକାଳୀନ ୩ ମାସର ଚାଉଳ/ଗହମ ୮୦,୨୯୮,୨୩ କ୍ୱିଣ୍ଟାଲ ବଣ୍ଟନ କରାଯାଇଛି। ଜିଲ୍ଲାର ୧,୬୮,୯୭୪ ରେସନକାର୍ଡ ଧାରୀଙ୍କୁ ୧୦୦୦ ଟଙ୍କା ଲେଖାଁ ବଣ୍ଟନ କରାଯାଇଛି। ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୫୪୯ଜଣ ପଞ୍ଜିକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାର ୩୫୦ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲାରେ ୧,୩୨,୪୭୩ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୨୮,୬୬, ୯୮୯ ଲକ୍ଷ ଟଙ୍କା ପେନସନ୍ ପ୍ରଦାନ କରାଯାଇଛି। ଜିଲ୍ଲାର ୧୯୮ ପଞ୍ଚାୟତ ମଧ୍ୟରୁ ୧୧୮ଟି ପଞ୍ଚାୟତରେ ୭୬୧୭ ଜଣଙ୍କ ପାଇଁ ମାଗଣା ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ୨ଟି ପୌରାଞ୍ଚଳର ୮୨୦ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ଓ ପାରାଦ୍ୱୀପ, ପ୍ରକଳ୍ପ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଉପଜିଲ୍ଲାପାଳ ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ମହାବିଷୁବ ସଂକ୍ରାନ୍ତି ଓ ଝାମୁଯାତ୍ରାକୁ ଦୃଷ୍ଟିରେ ରଖି ମା’ଶାରଳାଙ୍କ ମନ୍ଦିର ଓ ଅନ୍ୟାନ୍ୟ ଧର୍ମପୀଠ ମାନଙ୍କରେ ୧୪୪ ଧାରା ଜାରି କରାଯାଇଛି।

jagatsinghpur Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.