Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତିର୍ତ୍ତୋଲରେ ମାନୁନାହାଁନ୍ତି କଟକଣା, ଗ୍ୟାସ କାଉଣ୍ଟରରେ ପ୍ରବଳ ଭିଡ
ଆଞ୍ଚଳିକ

ତିର୍ତ୍ତୋଲରେ ମାନୁନାହାଁନ୍ତି କଟକଣା, ଗ୍ୟାସ କାଉଣ୍ଟରରେ ପ୍ରବଳ ଭିଡ

April 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ପରିବେଶ ଥିବା ବେଳେ ସାରାଦେଶରେ ଲକଡାଉନ ଜାରି ହୋଇଛି। ଓଡିଶା ସରକାର ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକ୍ ଡାଉନ୍ ବୃଦ୍ଧି ଘୋଷଣା କରିଛନ୍ତି। ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଆହ୍ୱାନ ଦିଆଯାଇଛି। ହେଲେ ସରକାରୀ କଟକଣାକୁ ମାନୁନାହାଁନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଳରେ ସାମାଜିକ ଦୁରତା କଟକଣାକୁ ଖୋଲମଖୋଲା ଉଲଘଂନ କରାଯାଉଛି। ସରକାରଙ୍କ ଉଜ୍ଜଳା ଗ୍ୟାସ ମାଗଣାରେ ପାଇବା ପାଇଁ ଗ୍ୟାସ କାଉଣ୍ଟରରେ ଜମାଉଛନ୍ତି ଭିଡ। ଗ୍ୟାସ ବିତରଣକାରୀ ଓ ଉପଭୋକ୍ତା ଖୋଲମଖୋଲା ନିୟମ ଉଲଘଂନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଥିବା ସାଇ ଏଚ୍.ପି ଗ୍ରାମୀଣ ଗ୍ୟାସ ବିତରଣ ସଂସ୍ଥା କାଉଣ୍ଟର ଆଗରେ ଉଜ୍ୱଳା ଗ୍ୟାସ ନେବାପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏକକାଳୀନ ଏକାଧିକ ଲୋକ କାଉଣ୍ଟର ଆଗରେ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି।ଏଥିପାଇଁ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ନିଘା ନାହିଁ କି ପୋଲିସ ପ୍ରଶାସନର ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ପଡିନଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତା ଭଙ୍ଗ କରିବା ପ୍ରୟାସ ଆଗକୁ ଜାରି ରହିବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

jagatsinghpur socialdistancing
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026

Union Budget 2026: ଆପଣ କେଉଁଠାରେ ସିଧା ପ୍ରସାରଣ ଦେଖିପାରିବେ ବଜେଟ୍?

February 1, 2026

ବଜେଟ୍ ଉପସ୍ଥାପନ ସହିତ ରେକର୍ଡ ସୃଷ୍ଟି କରିବେ ସୀତାରମଣ: ଇତିହାସର ପୃଷ୍ଠାରେ ଲିପିବଦ୍ଧ ହେବ ନାମ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.