
ବବ୍ଲୁ ସାହୁ
କଳାହାଣ୍ଡି : କଥାରେ ଅଛି ମାନବ ସେବାହିଁ ମାଧବ ସେବା । ତେବେ କରୋନା କାରଣରୁ କେବଳ ମଣିଷ ନୁହନ୍ତି ବରଂ ପଶୁପକ୍ଷୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଡାଉନ୍ କାରଣରୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୁନଶାନ୍ । ତେଣୁ ପଶୁପକ୍ଷୀ ମାନେ ଖାଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରୀପ୍ରେକ୍ଷୀରେ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଭାରତ ବିକାଶ ଅଭିଯାନ ସ୍ବେଚ୍ଛାସେବୀ ସଙ୍ଗଠନ ।
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପଶୁପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ଜିଲ୍ଲା ଅନ୍ତର୍ଗତ ନରଲା, ମ. ରାମପୁର,କେସିଙ୍ଗା, କରଲମୁଣ୍ଡା ବ୍ଲକରେ ମାସ୍କ,ସାବୁନ, ବିସ୍କୁଟ୍, ଚାଉଳ, ଡାଲି ସହିତ ବୁଲା ପଶୁ ପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି ।