Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣପୁର ସବ୍‌ ଜେଲକୁ ଆସିଲେ ଝାରପଡା ଜେଲର ୯୮ ଜଣ କଏଦୀ
ଆଞ୍ଚଳିକ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣପୁର ସବ୍‌ ଜେଲକୁ ଆସିଲେ ଝାରପଡା ଜେଲର ୯୮ ଜଣ କଏଦୀ

April 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରାଜ୍ୟ ସରକାର କରୋନା ପାଇଁ ସବୁ ବିଭାଗରେ ସତର୍କତା ଅବଲମ୍ବନ କରୁଛନ୍ତି। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ଓଡ଼ିଶାର ବିଭିନ୍ନ କାରାଗାରରେ ଥିବା କଏଦୀମାନଙ୍କ ସଂଖ୍ୟାକୁ ସୀମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ କାରାଗାରରେ ଅଧିକ ସଂଖ୍ୟକ କଏଦୀ ଅଛନ୍ତି ସେମାନଙ୍କୁ ନିକଟସ୍ଥ କାରାଗାର କିମ୍ବା ଉପ କାରାଗାରକୁ ସ୍ଥାନାନ୍ତରଣ କରାଯାଉଅଛି। ଏହି କ୍ରମରେ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରଗାରକୁ ଭୁବନେଶ୍ବର ସ୍ଥିତ ଝାରପଡା କାରାଗାରରେ ଥିବା ୯୮ ଜଣ କଏଦୀକୁ ସ୍ଥାନାନ୍ତର କରାଯାଇଛି।

୨୦୦୮ ମସିହାରେ ନିର୍ମିତ ବାଣପୁର ଉପ କାରାଗାରରେ ପାଖାପାଖି  ୨୦୦ ଜଣ କଏଦୀ ରହିବା ପାଇଁ କ୍ଷମତା ଥିବାବେଳେ ସେଠାରେ ୪୨ ଜଣ କଏଦୀ ରହୁଥିଲେ। ଏବେ ଏହି ନୂତନ ୯୮ ଜଣ କଏଦୀଙ୍କୁ ମିଶାଇ ବାଣପୁର ଉପକାରାଗାରରେ ମୋଟ୍‌ ୧୪୦ ଜଣ କଏଦୀ ରହିଛନ୍ତି। ବାଣପୁରରେ ରହିଥିବା ମୂଳ ୪୨ ଜଣ କଏଦୀଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କ ସଂଖ୍ୟା ୮ ଜଣ ଥିବାବେଳେ ବିଚାରଧୀନ କଏଦୀ ହେଉଛନ୍ତି ୩୪ ଜଣ। ସେହିପରି ନୂତନ ଭାବେ ଝାରପଡାରୁ ସ୍ଥାନାନ୍ତର ହୋଇଥିବା ୯୮ ଜଣ କଏଦୀଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୩ ଜଣ କଏଦୀ ରହିଥିବାବେଳେ ବିଚାରଧୀନ କଏଦୀ ରହିଛନ୍ତି ୭୫ ଜଣ।

କରୋନାକୁ ଆଖି ଆଗରେ ରଖି ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା କଏଦୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଅଛି। କଏଦୀଙ୍କ ପରିଷ୍କାର ପରିଚ୍ଛନ୍ନତା ସହ କାରାଗାରରେ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱାରୋପ ଦିଆଯାଉଛି। ଜେଲରଙ୍କ ତରଫରୁ ସବୁ କଏଦୀ ମାନଙ୍କୁ ମାସ୍କ, ଲାଇଫ ବୟ ସାବୁନ ଓ ଡେଟଲ ସାନିଟାଇଜର ଯୋଗାଇ ଦିଆଯିବା ସହ ଅତିରିକ୍ତ ପାଣି ଟାଙ୍କିର ବ୍ୟବସ୍ଥା ମଧ୍ୟ କରାଯାଇଛି। କଏଦୀମାନଙ୍କ ଦ୍ବାରା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟ କରାଯାଉଥିବାବେଳେ ପ୍ରତିଦିନ ଭିଡିଓ କନଫରେନ୍ସ ଦ୍ୱାରା ବିଭିନ୍ନ ବିଭାଗୀୟ ଅଦାଲତର ବିଚାରପତିଙ୍କ ସମ୍ମୁଖରେ ରିମାଣ୍ଡ ତାରିଖ ଅନୁଯାୟୀ କଏଦୀ ମାନଙ୍କୁ ହାଜିର କରାଯାଉଅଛି ବୋଲି ଜେଲ ସୁପରିଟେଣ୍ଡେଣ୍ଟ ସୁରେନ୍ଦ୍ର ନାଥ ବାରିକ ସୂଚନା ଦେଇଛନ୍ତି।

କରୋନା ମହାମାରୀ ବାଣପୁର ସବ ଜେଲ
Share. Facebook Twitter LinkedIn Email WhatsApp Copy Link

Related Posts

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026
Latest News

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.