Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରନ୍ଧା ଖାଦ୍ୟ ବଣ୍ଟନରେ ଚଞ୍ଚକତା : ରାସନ କାର୍ଡଧାରୀଙ୍କ ନାମରେ ହରିଲୁଟ
ଆଞ୍ଚଳିକ

ରନ୍ଧା ଖାଦ୍ୟ ବଣ୍ଟନରେ ଚଞ୍ଚକତା : ରାସନ କାର୍ଡଧାରୀଙ୍କ ନାମରେ ହରିଲୁଟ

April 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: କୋଭିଡ୍ -୧୯ ମହାମାରୀ ସମୟରେ ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୟସ୍କ ବ୍ୟକ୍ତି ମାନଙ୍କ ମୁଣ୍ଡ ପିଛା ଦୁଇ ବେଳା ହିସାବରେ ୬୦ ଟଙ୍କା ରହିଥିବା ବେଳେ (୧୨ବର୍ଷ ରୁ କମ )୪୫ ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି। ତେବେ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉନଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକରେ ମୋଟ୍ ଉପରେ ୧୪୦୦ରୁ ୧୫୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି । ମାତ୍ର ଏହି ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏପରିକି କିଛି ଦିନ ହେଲାଣି କୁଜଙ୍ଗ ବ୍ଲକ୍ ମହ୍ଲାସାହି ପଞ୍ଚାୟତରେ ଗରିବଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନରେ ଘୋଟଲା କରାଯାଉଛି। ତାହା ପୁଣି ମଧ୍ୟାହ୍ନରେ ଭାତ ଓ ଡାଲି , ରାତି ବେଳେ ଖାଲି ପାଉଁରୁଟିତ କେତେବେଳେ ୪ ପଟ ପୁରୀ ଦିଆ ଯାଉଛି। ତାଲିକା ଦର୍ଶାଯାଇ ରନ୍ଧା ଖାଦ୍ୟ ଦିଆ ଯାଇଛି ବୋଲି ଦାବି କରାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ହେଉନାହିଁ। ତାଲିକାରେ ଦର୍ଶାଯାଇ ଥିବା ଅସହାୟ ଲୋକ ମାନଙ୍କ ଭିତରେ ଶତକଡ଼ା ୮୦ ଭାଗ ଲୋକ ରାସନ୍ କାର୍ଡରେ ଚାଉଳ ଓ ଭତ୍ତା ପାଉ ଥିବାର ଦେଖିବାକୁ ମିଳୁଛି। ସୂଚାଉଛି କି, ପକୃତ ଅସହାୟ ଲୋକଙ୍କୁ ଚିହ୍ନଟ କରିବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛି।ଏଠାରେ ସରକାରଙ୍କ ନିର୍ଦ୍ଦେଶ ଅଛି ସରପଞ୍ଚ ମାନଙ୍କୁ ଯେ ଅସହାୟ ଓ ନିରାଶ୍ରୟ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ କିନ୍ତୁ ମହ୍ଲାସାହି ପଞ୍ଚାୟତରେ ବାସ୍ତବ ଚିତ୍ର କଣ ପାଇଁ ଅଲଗା? ଏଥିପାଇଁ ଦାୟୀ କିଏ? ଏଥି ପାଇଁ ଯିଏ ଦାୟୀ ରହିବେ ସେମାନଙ୍କ ପ୍ରତି ବର୍ତ୍ତମାନର ବିପର୍ଯ୍ୟୟ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଉଲ୍ଲେଖଯୋଗ୍ୟ ଯେ, ମହ୍ଲାସାହି ପଞ୍ଚାୟତରେ ଶତାଧିକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଥାଇ ମଧ୍ୟ ବାରମ୍ବାର ନିର୍ଦ୍ଧିଷ୍ଟ ଗୋଟେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଏତେ ଅନୁକମ୍ପା କଣ୍ ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

ରନ୍ଧାଖାଦ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ଘୋଷଣା ହେଲା ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ: ଜାଣନ୍ତୁ କେବେ?

March 20, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.