Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ: ତିର୍ତ୍ତୋଲର ୬୦ ଶ୍ରମିକଙ୍କୁ ପଠାଯିବ ନୂଆପଡ଼ା
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ: ତିର୍ତ୍ତୋଲର ୬୦ ଶ୍ରମିକଙ୍କୁ ପଠାଯିବ ନୂଆପଡ଼ା

April 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ୍ ଭି.ସି ରୁମ୍ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମେ ୩ ତାରିଖ ଲକ୍ ଡାଉନ୍ ପରେ ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରିବାକୁ ଥିବା ଶ୍ରମିକମାନଙ୍କୁ ସଂଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟି.ଏମ୍.ସି)ପ୍ରସ୍ତୁତି ସଂମ୍ପର୍କରେ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା। ସୋମବାର ସୁଦ୍ଧା ବିଭିନ୍ନ ରାଜ୍ୟରୁ ୧୨,୭୯୨ ଜଣ ବ୍ୟକ୍ତି ଜିଲ୍ଲାକୁ ଆସିବା ପାଇଁ ଅନଲାଇନ୍ ପଞ୍ଜିକରଣ କରିଛନ୍ତି ବୋଲି ଜିଲ୍ଲାପାଳ ଏହି ବୈଠକରେ ସୂଚନା ଦେଇଛନ୍ତି। ଆହୁରି 30 ହଜାର ଲୋକ ଆବେଦନ କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାରେ ୧୯୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ୩୩୫୩ ଶଯ୍ୟା ଓ ସହରାଞ୍ଚଳରେ ୪ଟି ଅସ୍ଥାୟୀ କେନ୍ଦ୍ରରେ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଅନ୍ୟୂନ ଆହୁରି ୧୦ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ବିଡିଓ ମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଜିଲ୍ଲାପାଳ ମତ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତରେ ୩ରୁ ୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ଜିଲ୍ଲାପାଳ ମତ ଦେଇଛନ୍ତି। ଏଥି ନିମନ୍ତେ ପ୍ରତ୍ୟେକ ବ୍ଲକ୍, ହାଇସ୍କୁଲ, କଲେଜ, ବହୁମୁଖି ବାତ୍ୟା ଆଶ୍ରୟସ୍ଥଳ, ନୋଡାଲ୍ ଏମ୍.ଇ ସ୍କୁଲ୍, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯିବ। ପ୍ରାଥମିକ ପ୍ରସ୍ତୁତି ସ୍ୱରୂପ ଘର ରଙ୍ଗଦେବା, ବିଦ୍ୟୁତ୍ ଓ ପାନୀୟଜଳ ବ୍ୟବସ୍ଥା, ପରିମଳ ନିମନ୍ତେ ପାଇଖାନା ନିର୍ମାଣ ପାଇଁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସେହିପରି ତିର୍ତ୍ତୋଲ ଅଞ୍ଚଳରେ ରହିଥିବା ୬୦ଜଣ ନୂଆପଡ଼ା ଶ୍ରମିକଙ୍କୁ ବସ୍ ମାଧ୍ୟମରେ ନୂଆପଡ଼ା ଜିଲ୍ଲାକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଏରସମା ବ୍ଲକର ଢିଙ୍କିଆ ପଞ୍ଚାୟତରେ କେନ୍ଦୁଝର ଜିଲ୍ଲାର ୧୦୦ରୁ ଉର୍ଦ୍ଧ ଶ୍ରମିକ ଅଛନ୍ତି। ପ୍ରାୟ ପ୍ରତ୍ୟେକ ପଞ୍ଚାୟତକୁ ୧୦୦ରୁ ୧୫୦ଜଣ ଲୋକ ଫେରିବେ ବୋଲି ଆଶା କରାଯାଉଛି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ପାଇଁ ଦିନକୁ ଖାଦ୍ୟ ବାବଦରେ ୧୨୦ଟଙ୍କା ଓ ୧୪ ବର୍ଷରୁ କମ୍ ପିଲାଙ୍କ ପାଇଁ ଦିନକୁ ୧୦୦ଟଙ୍କା ୧୪ଦିନ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ଜିଲ୍ଲାରେ କୋଭିଡ୍ ନିୟମ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ପୋଲିସ୍ ପକ୍ଷରୁ ଅଧିକ ଫାଇନ୍ ଆଦାୟ ହୋଇଥିବା ବେଳେ ତହସିଲଦାର ଓ ନିର୍ବାହୀ ଅଧିକାରୀମାନେ ଫାଇନ୍ ଆଦାୟ କରୁଛନ୍ତି। ପାରାଦ୍ୱୀପ ବନ୍ଦର ସହର ଦେଶର ଜୀବନରେଖା ହୋଇଥିବାରୁ ଏଠାକୁ ଯେପରି କୋଭିଡ୍ ପେସେଣ୍ଟ୍ ନ ଆସନ୍ତି ସେଥିପ୍ରତି ଅଧିକ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଭାରତୀୟ ତୈଳ ନିଗମ,ପାରାଦ୍ୱୀପ ବନ୍ଦର, ଇଫକୋ ଓ ପି.ପି.ଏଲ୍ ସାର କାରଖାନା, ଖାଇବାତେଲ ପ୍ରକଳ୍ପ ଓ ଅନ୍ୟାନ୍ୟ ବୃହତ୍ ଶିଳ୍ପସଂସ୍ଥା ରାଜ୍ୟ ଓ ଦେଶର ପ୍ରଗତିର ମୁଖଶାଳା ଅଟେ।ପ୍ରତ୍ୟେକ ଶିଳ୍ପସଂସ୍ଥା କର୍ତୃପକ୍ଷ ଥର୍ମାଲ୍ ସ୍କାନର୍ ରଖିବା,କର୍ମଚାରୀ ମାନଙ୍କର ହେଲଥ ଚେକ୍ ଅପ୍ କରିବା, ଅଳ୍ପ ସଂଖ୍ୟକ କର୍ମଚାରୀ ସାମାଜିକ ଦୂରତା ମଧ୍ୟରେ କାରଖାନା କାର୍ଯ୍ୟ ଚାଲୁ ରଖିବା କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ତଦାରଖ କରିବେ। ଗତକାଲି ସୁଦ୍ଧା ଜିଲ୍ଲାରୁ ୬୦୩ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ପାରାଦ୍ବୀପରୁ ୨୦୦ରୁ ଉର୍ଦ୍ଧ ନମୁନା ଅନ୍ତର୍ଭୁକ୍ତ ଅଛି। କୌଣସି ସରକାରୀ ଅଧିକାରୀ ଓ କର୍ମଚାରୀ କଟକ ଓ ଭୁବନେଶ୍ବରରୁ ଯିବା ଆସିବା କରୁଥିଲେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ସଚ୍ଚିଦାନନ୍ଦ ସାହୁ,ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଜିଲ୍ଲା ଶ୍ରମଅଧିକାରୀ, ବିଡିଓ, ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କ ଓ.ଏସ୍.ଡି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026

ବିଜେପି ବୁଥ ସଭାପତିଙ୍କୁ ହତ୍ୟା

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.