Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅସହାୟ ପରିବାର ପାଖରେ ଖାଦ୍ୟ ପହଞ୍ଚାଇଲେ ସାହସପୁର ଗ୍ରାମର ମହିଳା ସଙ୍ଗଠନ
ଆଞ୍ଚଳିକ

ଅସହାୟ ପରିବାର ପାଖରେ ଖାଦ୍ୟ ପହଞ୍ଚାଇଲେ ସାହସପୁର ଗ୍ରାମର ମହିଳା ସଙ୍ଗଠନ

April 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: କରୋନା ମୁକାବିଲା ଲାଗି ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହି ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଉଛି। ଅନେକ ସରକାରୀ ଓ ବେସରକାରୀ ସଂସ୍ଥାମାନେ ଏହି ଲକ୍‌ ଡାଉନ୍‌ ସମୟରେ ଅସହାୟ ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି। ସ୍ବେଚ୍ଛାସେବୀ ତଥା ବହୁ ବଦାନ୍ୟ ବ୍ୟକ୍ତିମାନେ ଏନେଇ ଏବେ ସାହାଯ୍ୟର ହାତ ବଢାଇଛନ୍ତି। ଏହି କ୍ରମରେ ବାଣପୁର ଅଞ୍ଚଳରେ ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ମହିଳା ସଦସ୍ୟାମାନେ ଅସହାୟ ପରିବାରଙ୍କୁ ସହାୟତା କରିଛନ୍ତି।

ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତର ସାହସପୁର ଗ୍ରାମରେ ରହିଥିବା ପ୍ରାୟ ୨୨ଟି ପରିବାରର ଗରିବ ଲୋକଙ୍କୁ ସହାୟତା କରିଛନ୍ତି ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ସଦସ୍ୟାମାନେ। ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉନଥିବା ପରିବାରଙ୍କ ପ୍ରତି ସହାୟତାର ହାତ ବଢାଇଛି ଏହି ସଙ୍ଗଠନ। ସଙ୍ଗଠନ ପକ୍ଷରୁ ଚାଉଳ, ଡାଲି, ଖାଇବା ତେଲ, ପରିବା ଏବଂ ବିସ୍କୁଟ ପ୍ୟାକିଂ କରାଯାଇ ଅସହାୟ ପରିବାରଙ୍କ ମଧ୍ୟରେ ବଣ୍ଟାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଏହି ସଙ୍ଗଠନର ମହିଳା ମାନେ ସାହସର ଅନନ୍ୟ ଉଦାହରଣ ଦେଖାଇ ଚୋରାମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ମହିଳାଙ୍କ ଏଭଳି ବଦାନ୍ୟତାକୁ ସ୍ଥାନୀୟ ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରାଯାଉଛି।

 

banpur
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026
Latest News

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.