Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାକୁ ଫେରିଲେ ପ୍ରବାସୀ ଓଡିଆ : ଜାଣନ୍ତୁ କେଉଁ ବ୍ଲକ୍‌ରେ ରହିଛନ୍ତି କେତେ ପ୍ରବାସୀ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାକୁ ଫେରିଲେ ପ୍ରବାସୀ ଓଡିଆ : ଜାଣନ୍ତୁ କେଉଁ ବ୍ଲକ୍‌ରେ ରହିଛନ୍ତି କେତେ ପ୍ରବାସୀ

May 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ଯୋଗୁଁ ଓଡିଆ ଶ୍ରମିକ ମାନଙ୍କୁ ଜିଲ୍ଲାକୁ ଫେରାଇ ଅଣାଯାଇଛି। ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଗତକାଲି କେରଳ,ରାଜସ୍ଥାନ ଓ ଗୁଜୁରାଟରୁ ବହୁ ଶ୍ରମିକ ଓ ଛାତ୍ର ଛାତ୍ରୀ ଜଗତସିଂହପୁର ଜିଲ୍ଲାକୁ ଫେରି ଆସିଛନ୍ତି। ଗତକାଲି ମଧ୍ୟାହ୍ନରେ କେରଳର ଏର୍ଣ୍ଣାକୁଲମ୍ ଟ୍ରେନ୍ ଯୋଗେ ଖୋର୍ଦ୍ଧା ରେଳ ଷ୍ଟେସନରେ ପହଞ୍ଚିବା ପରେ ଜଗତସିଂହପୁର ଜିଲ୍ଲାର ୭ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ବସ୍ ଯୋଗେ ଜଗତସିଂହପୁର ଆଣି ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ୫ ଜଣଙ୍କୁ ବାଲିକୁଦା ଓ ୨ ଜଣଙ୍କୁ ଏରସମା ବ୍ଲକକୁ ପଠାଇ ଦିଆଯାଇଥିଲା। ସେଠାରେ ବିଡିଓ ସ୍ଥିର କରିଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ୧୪ ଦିନ ସଂଗରୋଧରେ ରହିବେ। ସେହିପରି ୧୫ଜଣ ସୁରଟ୍ ଫେରନ୍ତା ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକରୁ ବସ୍ ଯୋଗେ ଅପରାହ୍ନରେ ଜଗତସିଂହପୁର ଅଣାଯାଇ ସେମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଏରସମା ବ୍ଲକର ୬ଜଣ, କୁଜଙ୍ଗ ବ୍ଲକର ୫ଜଣ ଓ ରଘୁନାଥପୁର ବ୍ଲକର ୨ଜଣ, ବାଲିକୁଦା ବ୍ଲକର ୧ଜଣ ଓ ନାଉଗାଁ ବ୍ଲକର ୧ଜଣଙ୍କୁ ନିଜ ନିଜ ବ୍ଲକର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି।

ସେହିପରି ରାଜସ୍ଥାନର କୋଟାରୁ ଆସିଥିବା ଜଗତସିଂହପୁର ଜିଲ୍ଲାର ୧୩ଜଣ ଛାତ୍ର ଛାତ୍ରୀଙ୍କୁ କଟକରୁ ବସ୍ ଯୋଗେ ଅଣାଯାଇ ଜଗତସିଂହପୁର ସରଳା କଲ୍ୟାଣ ମଣ୍ଡପରେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଜଗତସିଂହପୁର, ନାଉଗାଁ ବ୍ଲକର ଜଣେ ଲେଖାଏଁ ଥିବାବେଳେ କୁଜଙ୍ଗ ବ୍ଲକର ୨ଜଣ ଓ ପାରାଦ୍ବୀପ ମ୍ୟୁନିସିପାଲିଟିର ୯ଜଣଙ୍କୁ ନିଜ ଅଞ୍ଚଳକୁ ପଠାଇ ଦିଆଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜେ ଉପସ୍ଥିତ ରହି ଶ୍ରମିକ ଓ ଛାତ୍ର/ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ସେମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ସହିତ ୧୪ ଦିନ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହିତ ଏସ୍.ପି ପ୍ରକାଶ ଆର୍, ଏ.ଡି.ଏମ୍ ସଚିଦାନନ୍ଦ ସାହୁ, ମେଡିକାଲ ଟିମ୍, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରବାସୀ ଶ୍ରମିକଙ୍କ ପାଇଁ ଜଗତସିଂହପୁର ପୌରାଞ୍ଚଳ, ବାଲିକୁଦା ବ୍ଲକର ବାଲିକୁଦା, ଅଳାଭର ଓ ବଡଗାଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ଶଯ୍ୟା ବ୍ୟବସ୍ଥା, ବିଦ୍ୟୁତ, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସେହିପରି ଆଜି କେରଳରୁ ୧୪ଜଣ ପ୍ରବାସୀଙ୍କୁ ବ୍ରହ୍ମପୁର ଜଗନ୍ନାଥପୁର ଷ୍ଟେସନରୁ ଅଣାଯାଇ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ତିର୍ତ୍ତୋଲ ବ୍ଳକର ୬ଜଣ, ବାଲିକୁଦାର ୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିର ୩ଜଣ ଓ ଏରସମା ବ୍ଲକର ୨ଜଣଙ୍କୁ ସେମାନଙ୍କ ବ୍ଲକ୍ ଅଞ୍ଚଳକୁ ପଠାଯିବ। ସେହିପରି ଗୁଜୁରାଟର ସୁରାଟରୁ ୮ଜଣ ଶ୍ରମିକଙ୍କୁ କଟକରୁ ଗାଡିରେ ଅଣାଯିବ ଓ ସେମାନଙ୍କ ସ୍ୱାବ ସଂଗ୍ରହ କରି ନାଉଗାଁ ବ୍ଲକକୁ ୬ଜଣ ଓ ବାଲିକୁଦାକୁ ୨ଜଣଙ୍କୁ ପଠାଇ ଦିଆଯିବ। ବାଙ୍ଗାଲୋରରୁ ୧୯ଜଣ ପ୍ରବାସୀଙ୍କୁ ଭୁବନେଶ୍ବରରୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତକାଲି ପାରାଦ୍ବୀପର ୫ଜଣ ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ଝାଡଖଣ୍ଡକୁ ପଠାଯାଇଛି।

jagatsinghpur migrant
Share. Facebook Twitter LinkedIn Email WhatsApp Copy Link

Related Posts

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025
Latest News

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.