ବାଣପୁରରେ ଚିଲିକା ବିଜେପି ପକ୍ଷରୁ ରାସନ୍‌ ସାମଗ୍ରୀ ବଣ୍ଟନ

Published: May 6, 2020, 7:01 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଲକଡାଉନ ସମୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଭୋକ ଉପାସରେ ଦିନ କାଟୁଥିବା ଗରିବ, ଗୁରୁବା ତଥା ରାସନ କାର୍ଡ ନଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି। ଆଜି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉଦ୍ୟମରେ ପାଖାପାଖି ଏକ ହଜାର ଶୁଖିଲା ଖାଦ୍ୟ କିଟ ଚିଲିକା ନିର୍ବାଚନମଣ୍ଡଳୀରେ ପହଁଚିଛି। ପ୍ରତ୍ୟେକ କିଟରେ ଚାଉଳ ୫ କିଲୋ, ଡାଲି ୧ କିଲୋ, ଚିନି ୧ କିଲୋ, ଚୁଡା ୧ କିଲୋ ଓ ଦୁଇଟି ସାବୁନ ଥିବା ସୂଚନା ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ବାଣପୁର ଏନ.ଏ.ସି ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ଏନ.ଏ.ସି ର ୧୫ ଗୋଟି ୱାର୍ଡରେ ରାସନ କାର୍ଡ ନଥିବା ବିଭିନ୍ନ ପରିବାରକୁ ପାଖାପାଖି ୪୦୦ ଖାଦ୍ୟ କିଟ ବଣ୍ଟନ କରାଯାଇଛି। ବାଣପୁର ବିଜେପି ନଗର ମଣ୍ଡଳ ଉପଦେଷ୍ଟା ଭାସ୍କର ନାୟକ, ରବିନାରାୟଣ ପ୍ରଧାନ, ରମେଶ ମାର୍ଥା, ଚିରଞ୍ଜିବି, ସୁଧୀର ପାତ୍ର ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅନୁରୂପ ଭାବେ ଖୁବ ଶୀଘ୍ର ବାଲୁଗାଁ ଏନ.ଏ.ସି ଓ ଆଦିବାସୀ ଅଧ୍ୟୁସିତ ଦାମିଆ ବରବରା ଓ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଉକ୍ତ ଖାଦ୍ୟ କିଟ ବଣ୍ଟନ କରାଯିବ ବୋଲି ବାଲୁଗାଁ ଏନ.ଏ.ସି ମଣ୍ଡଳ ସଭାପତି ସତ୍ୟନାରାୟଣ ସେନାପତି ଓ ତେର ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ ସୂଚନା ଦେଇଛନ୍ତି।

Related posts