Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାରାଦ୍ବୀପ ୟୁନିଟ୍‌ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ
ଆଞ୍ଚଳିକ

ପାରାଦ୍ବୀପ ୟୁନିଟ୍‌ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ

May 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ: କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି । ଲୋକ ବାହାରକୁ ବାହାରି ପାରୁ ନଥିବା ବେଳେ ଖାଦ୍ୟ ବିନା ଭୋକ ଉପାସରେ ପାରାଦ୍ଵୀପ ଭଳି ସହର ଓ ବଜାର ଘାଟରେ ଅନେକ ଭୀକାରି ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ପାରାଦ୍ବୀପରେ ଥିବା ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ସ୍ବେଚ୍ଛାସେବୀ ସଂଗଠନ ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଅଞ୍ଚଳରେ ଥିବା ନିରାଶ୍ରୟ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଉକ୍ତ ସହରରେ ରହୁଥିବା ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କ ସହିତ ରିକ୍ସା ଓ ଟ୍ରଲି ଚାଳକ ଏବଂ ମାନସିକ ଅନଗ୍ରସର ଲୋକଙ୍କୁ ରନ୍ଧା ଖାଦ୍ୟ ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ପକ୍ଷରୁ ଯୋଗାଉଛନ୍ତି । ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ସାମାଜିକ ଦୂରତ୍ବ ଏବଂ ସ୍ବଚ୍ଛତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଏହା ସହିତ ହାତ ଧୋଇବା ପାଇଁ ସାବୁନ ଏବଂ ମାସ୍କ ପ୍ରଦାନ କରାଯାଉଛି ।

ପାରାଦ୍ବୀପର ବଡପଡିଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ନେହେରୁ ବଙ୍ଗଳା, ବିଭିନ୍ନ ବସ୍ତି, ଲେବର କଲୋନୀ ଓ ବାଲିଝରା ସ୍ଥିତ ଜରାଶ୍ରମ ଅନ୍ତେବାସୀଙ୍କୁ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ବଣ୍ଟନ କରା ଯିବା ସହିତ ଥଣ୍ଡା ଓ ଜ୍ବର ପାଇଁ ମେଡିସିନ ଯୋଗାଇ ଦିଆ ଯାଇଛି । ତେବେ ପାରାଦ୍ବୀପ ୟୁନିଟ ଟ୍ରଷ୍ଟର ସଭାପତି ତପନ ସ୍ବାଇଁ, ଉପ ସଭାପତି ଲୁଡୁକା ମହାନ୍ତି, ସଂପାଦକ ଅମୀୟ ମହାନ୍ତି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସ୍ବାଇଁ, ସାଧାରଣ ସମ୍ପାଦକ ବିବେକାନନ୍ଦ ମହାପାତ୍ର, ପ୍ରଦୀପ ମାଝୀ, ବିଜୟ କୁମାର ଲେଙ୍କା, ରାଜେନ୍ଦ୍ର ମହାପାତ୍ର, ମିର୍ଦୋଶ ବିଶ୍ୱାଳ, ଶିବ ଦଳେଇ, ରବିନ୍ଦ୍ର ରଜାକ୍, ବାଦଲ ଜେନା, ମଳୟ ସ୍ବାଇଁ, ବ୍ରଜ ଗୋପାଳ ମାଝୀଙ୍କ ସମେତ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ଉପସ୍ଥିତ ଥିଲେ । ପାରାଦୀପ ଭଳି ଶିଳ୍ପାନୁଷ୍ଠାନ ମାନଙ୍କରେ ପ୍ରାୟ ୮୦ପ୍ରତିଶତ କାର୍ଯ୍ୟ ବନ୍ଦ ହୋଇ ପଡିଥିବା ବେଳେ ୟୁନିଟ ଟ୍ରଷ୍ଟ ସଦାସର୍ବଦା ସାହାଯ୍ୟ ପାଇଁ ଉପଲବ୍ଧ ବୋଲି ଟ୍ରଷ୍ଟର ଉପଦେଷ୍ଟା ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି ।

ଲକଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026
Latest News

ଏହି ୫ ଟି ସହରରେ ୩୫ ଟଙ୍କାରେ ମିଳିବ ପିଆଜ: ସରକାରଙ୍କ ବଡ଼ ନିଷ୍ପତ୍ତି

August 25, 2026

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

August 25, 2026

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

August 25, 2026

ଲଗାଣ ବର୍ଷାରେ ଅସ୍ତରଙ୍ଗରେ ରାସ୍ତା ଉପରେ ପାଣି

August 25, 2026

ବର୍ଦ୍ଧିତ ଚିନି ଦର ମଧ୍ୟରେ ଆମଦାନୀ ନିୟମ ପରିବର୍ତ୍ତନ କଲେ ସରକାର

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.