Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ

May 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତ ତିନି  ତାରିଖ ଠାରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟାୟ କ୍ରମେ ଆସି ବିଭିନ୍ନ ବ୍ଲକରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରୁଛନ୍ତି। ଏହି କ୍ରମରେ ୧୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ୨୬ଜଣ, ତାମିଲନାଡୁରୁ ୧୮ଜଣ, ତେଲେଙ୍ଗାନାରୁ ୨୯ଜଣ, ଝାଡଖଣ୍ଡରୁ ୪ଜଣ, ପଶ୍ଚିମବଙ୍ଗରୁ ୨୪ଜଣ, ମହାରାଷ୍ଟ୍ରରୁ ୪ଜଣ, ରାଜସ୍ଥାନରୁ ୧ଜଣ, ଉତ୍ତରପ୍ରଦେଶରୁ ୧ଜଣ, କର୍ଣାଟକରୁ ୨ଜଣ, ଭୁବନେଶ୍ବରରୁ ୩ଜଣ, ମୟୁରଭଞ୍ଜରୁ ୨ଜଣ, ଗଞ୍ଜାମରୁ ୧ଜଣ ଆସିଥିଲେ।

ସମସ୍ତ ପ୍ରବାସୀଙ୍କର ସ୍ଥାନୀୟ ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ସ୍ୱାବ ସଂଗ୍ରହ କରାଯାଇ  ଜିଲ୍ଲାରେ ଥିବା ବିଭିନ୍ନ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ପୌରାଞ୍ଚଳକୁ ୨ଜଣ, ଜଗତସିଂହପୁର ବ୍ଲକକୁ ୩୫ଜଣ, ବିରିଡି ବ୍ଲକକୁ ୪ଜଣ, ବାଲିକୁଦା ବ୍ଲକକୁ ୨୫ଜଣ, ନାଉଗାଁ ବ୍ଲକକୁ ୭ଜଣ, ରଘୁନାଥପୁର ବ୍ଲକକୁ ୩ଜଣ, ତିର୍ତ୍ତୋଲ ବ୍ଲକକୁ ୧୧ଜଣ, କୁଜଙ୍ଗ ବ୍ଲକକୁ ୯ଜଣ, ଏରସମା ବ୍ଲକକୁ ୧୪ଜଣ, ପାରାଦ୍ଵୀପ ପୌରାଞ୍ଚଳକୁ ୫ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଇଛି। ଗତକାଲି ୧୧୫ଜଣ ପ୍ରବାସୀ ଓଡିଆ, ଜଣେ ସ୍ୱାସ୍ଥ୍ୟକର୍ମୀ, ଜଣେ ଡ୍ରାଇଭର ଓ ନାଉଗାଁର ୩ଜଣଙ୍କ ଠାରୁ ପୁନର୍ବାର ସ୍ୱାବ ଏହିପରି ମୋଟ୍ ୧୨୦ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି।

ଏତଦବ୍ୟତୀତ ଜିଲ୍ଲାପାଳ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାରମ୍ବାର ପରିଦର୍ଶନ କରି ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ସ୍ଥାନୀୟ ବି.ଡି.ଓ ଏବଂ ସରପଞ୍ଚ ମାନଙ୍କ ଠାରୁ ଅବଗତ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟାଦେଶ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଔଷଧ ଦୋକାନ ପାଇଁ ସମୟ ପରିବର୍ତ୍ତନ ପ୍ରଯୁଜ୍ୟ ନୁହେଁ। କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାର କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.