ରିକ୍ସା ଚାଳକ ଓ କୁଲିଙ୍କୁ ଆର୍ଥିକ ସହାୟତା ପାଇଁ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

Published: May 26, 2020, 7:21 pm IST

କନ୍ଦର୍ପ ବେହେରା
ରେଢାଖୋଲ: ସମଗ୍ର ଦେଶରେ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ଥିବାରୁ ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଶ୍ରମିକ, କୁଲି ଏବଂ ରିକ୍‌ସା ଚାଳକ ମାନେ ମଧ୍ୟ ନିଜ ରୋଜଗାରକୁ ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଏଭଳି ଭୋକ ଉପାସରେ ଦିନ ବିତାଉଥିବା ରେଢାଖୋଲର ରିକ୍‌ସା ଚାଳକ ଓ ବସ୍‌ଷ୍ଟାଣ୍ଡର କୁଲିମାନଙ୍କୁ ଆର୍ଥିକ ସହାୟତା ଦାବି କରାଯାଇଛି। ଖଟିଲେ ପେଟକୁ ଦାନା ମିଳୁଥିବା ବେଳେ ଦୀର୍ଘ ଦୁଇମାସ ହେଲା ସାରା ଦେଶରେ ଲକଡାଉନ୍ ଯୋଗୁଁ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ବର୍ତମାନ ସେମାନେ ପରିବାର ପ୍ରତିପୋଷଣ କରିବାକୁ ଚିନ୍ତାରେ ଅଛନ୍ତି।

ଆଜି ରିକ୍ସାଚାଳକ ଓ କୁଲିମାନେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଲିଖିତାକାରରେ ଏକ ଦାବିପତ୍ର ଦେଇଛନ୍ତି। ରେଢାଖୋଲରେ ଉଠାଦେକାନୀମାନଙ୍କୁ ୩୦୦ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ମିଳୁଥିବା ବେଳେ ସେମାନଙ୍କୁ ସେମିତି ସହଯୋଗ ଦିଆଯାଉବୋଲି ଦାବିପତ୍ରରେ ଲେଖାଯାଇଛି। ସମାଜସେବୀ ଶିବରାମ ସାହୁଙ୍କ ନେତୃତ୍ୱରେ ରିକ୍‌ସାଚାଳକ ଓ କୁଲିମାନେ ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲଙ୍କୁ ଦାବିପତ୍ର ଦେଇଛନ୍ତି।

Related posts