ଗଂଜାମ ଜିଲ୍ଲାର କରୋନା ଅପ୍‌ଡେଟ୍‌: 24 ସୁସ୍ଥ, 5 ନୂତନ ଆକ୍ରାନ୍ତ

Published: May 26, 2020, 9:33 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରେଡ଼୍‌ଜୋନ୍‌ରେ ଥିବା ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରତିଦିନ କିଛି କିଛି ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ତା’ଠାରୁ ଅଧିକ ବ୍ୟକ୍ତି ସୁସ୍ଥ ହେଉଥିବା ଖବର ଆଶ୍ୱସ୍ତି ଆଣିଦେଇଛି। ଆଜି ପୁଣି ଗଂଜାମ ଜିଲ୍ଲାରୁ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି। ସମୁଦାୟ ୩୫୮ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୪୮ ଜଣ ସୁସ୍ଥ ହୋଇଛନ୍ତି। ୧୦୭ ଜଣ ସଂକ୍ରମିତ ରୋଗୀ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଭଲ କଥା ଗଂଜାମ ଜିଲ୍ଲାରେ ସୁସ୍ଥ ହେବା ପ୍ରତିଶତ ଭଲ ରହିଛି। ତେବେ ଆଜି ପର୍ଯ୍ୟନ୍ତ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଓଡ଼ିଶା ଫେରିଥିବାବେଳେ ସେଥିମଧ୍ୟରୁ ପ୍ରାୟ ୭୦ ହଜାର ଲୋକ କେବଳ ଗଂଜାମ ଜିଲ୍ଲାର। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ରହିଥିବାବେଳେ ସମସ୍ତଙ୍କ କରୋନା ଟେଷ୍ଟ ବର୍ତ୍ତମାନ ହୋଇନାହିଁ। ସମସ୍ତଙ୍କ କରୋନା ଟେଷ୍ଟ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଗଂଜାମ ଜନସାଧାରଣ କହିଛନ୍ତି।

Related posts