Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଦି ବ୍ଲଡ଼ ଡୋନର୍ସ ଓଡିଶା
ଆଞ୍ଚଳିକ

ବାଣପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଦି ବ୍ଲଡ଼ ଡୋନର୍ସ ଓଡିଶା

May 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଗାଲୁଆ ଗ୍ରାମ ପଞ୍ଚାୟତରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ଏକ କ୍ଷୁଦ୍ର ସଭାର ଆୟୋଜନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ବ କରିବା ସହ କରୋନା ମହାମାରୀ ସମୟରେ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ନିଜ ସଂସାରକୁ ପାଥେୟ କରି ଜନସାଧାରଣଙ୍କୁ ବଞ୍ଚାଉଛନ୍ତି ତାଙ୍କର ଋଣ ଆମେ ସୁଝି ପରିବା ନାହିଁ କିନ୍ତୁ ତାଙ୍କର ଏ ମହାନ କାମ ପାଇଁ ଟିକିଏ ଧନ୍ୟବାଦ ଦେଇ ପାରିବା ବୋଲି ବିବୃତି ପ୍ରଦାନ କରିଥିଲେ। ସମ୍ପାଦକ ବିନୟ ଭୂଷଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ଗାଲୁଆ ପଞ୍ଚାୟତର ସରପଞ୍ଚ ରୋଜାଲିନ ସାମନ୍ତରାୟ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ପ୍ରଧାନ, ୱାର୍ଡ ମେମ୍ବର ଦୁର୍ଗା ଶଙ୍କର ବେହେରା, କୋରୋନା ଯୁଦ୍ଧର ସ୍ବେଛାସେବୀ ବିରଞ୍ଚି ଘଡାଇ, ଚିନ୍ତାମଣି ଘଡାଇ, ଛାୟାକାନ୍ତ ଲେଙ୍କା, ସଞ୍ଜୟ କୁମାର ଜେନାଙ୍କୁ ପୁଷ୍ପ ଚନ୍ଦନ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହା ସହ ବାଣପୁର ଅଗ୍ନିଶମ ବିଭାଗର ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଡାକ୍ତରଖାନାର ଅଧିକାରୀ ଧୂର୍ଯଟି ପ୍ରସାଦ ମହାପାତ୍ର, ବାଣପୁର ଏନ୍.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କୁ ଅନୁରୂପ ଭାବେ ପୁଷ୍ପ ଚନ୍ଦନ, ଉପଢୌକନ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ପରିଶେଷରେ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଆମ ପାଖକୁ ସଠିକ୍ ଖବର ପହଞ୍ଚାଇ ଅସୀମ ସାହସର ପରିଚୟ ଦେଇଥିବା ଚିଲିକା ରିପୋଟର୍ସ ଆସୋସିଏସନର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଭାପତି ସୁନିଲ କୁମାର ସୁବୁଦ୍ଧି, ସମ୍ପାଦକ ଅମିତାଭ ପଟ୍ଟଯୋଶୀ, ଅନିଲ କୁମାର ଅଗ୍ରୱାଲ, ଶେଖ୍ ମୋଇନୁଲ୍ ହକ୍, ସୀତାରାମ ଅଗ୍ରୱାଲ, ଅନିଲ ପାଇକରାୟ, ଅଜିତ ସାହୁ, ଗୋବିନ୍ଦ ଜାଲି, ଦିବ୍ୟକାନ୍ତ ବେହେରା ଏବଂ ସୁଧୀର କୁମାର ବେହେରାଙ୍କୁ ପୁଷ୍ପ ଚନ୍ଦନ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

ଉକ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦି ବ୍ଲଡ଼ ଡୋନର୍ସ ଓଡିଶାର ସ୍ବେଚ୍ଛାସେବୀମାନେ ସଫଳ କରିଥିଲେ। ସଂଗଠନର ସ୍ବେଚ୍ଛାସେବୀ ଏନ୍. ନରେଶ କୁମାର, ସିତାଂସୁ ସାମଲ, ବଳରାମ ନାୟକ, ମଧୁମିତା ପ୍ରଧାନ, ବିଷ୍ଣୁପ୍ରିୟା ବରାଳ, କିରଣ ଘଡ଼ାଇ ଓ କାଶୀନାଥ ସହଯୋଗ କରିଥିଲେ। ସବୁ କରୋନା ଯୋଦ୍ଧାମାନେ ଓଡ଼ିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ରକ୍ତଦାନ ସଂଗଠନ ଦି ବ୍ଲଡ଼ ଡୋନର୍ସର ନିସ୍ଵାର୍ଥପର ସେବା କାର୍ଯ୍ୟ ପାଇଁ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏପ୍ରିଲ ୧୭,୨୦୧୯ ରେ ଗଢିଉଠିଥିବା ଏହି ସାମାଜିକ ଅନୁଷ୍ଠାନ ବହୁତ କମ ଦିନ ମଧ୍ୟରେ ସମଗ୍ର ଓଡିଶାର ପାଖାପାଖି ୧୭ ଟି ଜିଲ୍ଲାରେ ନିଜର ନିସ୍ଵାର୍ଥପର ସେବା କାର୍ଯ୍ୟ ଜାରି ରଖିବାରେ ସମର୍ଥ ହୋଇଛି ଏବଂ ଆଜି ସୁଦ୍ଧା ପାଖାପାଖି ଏଗାର ଶହରୁ ଉର୍ଦ୍ଧ୍ଵ ବ୍ଲଡ଼ କେସ ସମାଧାନ କରିପାରିଛି। ଏହି କୃତିତ୍ବ ପାଇଁ ଓଡିଶାର ଏକାଧିକ ସ୍ଥାନରେ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ସଂସ୍ଥାକୁ ପୁରସ୍କୃତ ମଧ୍ୟ କରାଯାଇଛି।

BANAPUR coronawarriors
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Latest News

ଆସନ୍ତା ୮ ରୁ ପୁଣିଥରେ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି

April 6, 2026

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.