Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜୁନାଗଡ ତହସିଲରେ ଲଘୁ ଖଣିଜ ପଥର, ବାଲି ଖାଦାନ ଲିଜରେ ବ୍ୟାପକ ଅନିୟମିତତା!
ଆଞ୍ଚଳିକ

ଜୁନାଗଡ ତହସିଲରେ ଲଘୁ ଖଣିଜ ପଥର, ବାଲି ଖାଦାନ ଲିଜରେ ବ୍ୟାପକ ଅନିୟମିତତା!

June 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ଜୁନାଗଡ ତହସିଲରେ ଲଘୁ ଖଣିଜ ଲିଜ୍‌ ପ୍ରଦାନରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ ଆସିଛି । ଜୁନାଗଡ ଅନ୍ତର୍ଗତ ଏକାଧିକ ପଥର ଖାଦାନ ଏବଂ ବାଲିଘାଟ ନିଲାମର ଲିଜ୍‌ ପ୍ରଦାନରେ ଅନିୟମିତତାର ଅଭିଯୋଗ କରାଯାଇଛି । ଦାୟିତ୍ବରେ ରହିଥିବା ଅଧିକାରୀ ଏବଂ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ମଧୁଚନ୍ଦ୍ରିକା କାରଣରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି । କୌଣସି ନିଲାମୀ ପାଇଁ ବିଜ୍ଞାପନର ବହୁଳ ପ୍ରସାରଣ କରାଯାଏ ଯାହା ଫଳରେ ଏକାଧିକ ଲୋକ ବିଡିଂରେ ଅଂଶଗ୍ରହଣ କରିଥାନ୍ତି ।

ତେବେ ବାଲିଘାଟ ନିଲାମ ପାଇଁ ପ୍ରକାଶ କରାଯାଇଥିବା ବିଜ୍ଞାପନରେ କୌଣସି ନମ୍ବର ଅଥବା ତାରିଖ ନଥିଲା । ଲକ୍‌ଡାଉନ୍‌ କାରଣରୁ ଖବରକାଗଜ ଆସୁନଥିବାରୁ ଅନ୍‌ଲାଇନ୍‌ରେ ଏହି ବିଜ୍ଞାପନକୁ ସ୍ପଷ୍ଟ ଭାବରେ ପ୍ରକାଶନ କରାଯାଇନଥିଲା । ଏପରିକି ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଚାର ପ୍ରସାର ପାଇଁ ପଠାଯିବାର ଉଲ୍ଲେଖ ଥିବା ବେଳେ କୌଣସି ଅଫିସକୁ ସେହି ବିଜ୍ଞାପନ ପଠାଯାଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ଉକ୍ତ ବାଲିଘାଟ ନିଲାମ ଇସ୍ତାହାରଟି ଅନଲାଇନରେ କଳାହାଣ୍ଡି ୱେବସାଇଟରେ ଏବଂ ଦୁଇଟି ଦୈନିକ ସମ୍ବାଦପତ୍ରରେ 10 ତାରିଖ ଦିନ ପ୍ରକାଶ କରାଯାଇଥିବା ତହସିଲ ପକ୍ଷରୁ କୁହାଯାଉଛି । ତେବେ ଅନ୍‌ଲାଇନ୍‌ରେ ପ୍ରକାଶିତ ବିଜ୍ଞାପନରେ କୌଣସି ନମ୍ବର ଏବଂ ତାରିଖ ପଡିନଥିବା ଜଣାପଡିଛି ।

ବିଡିଂ ଗୁଡିକ 27 ତାରିଖ ଅପରାହ୍ନ 1.30ରେ ଖୋଲାଯାଇଥିବା ବେଳେ 4 ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ସେହିପରି ଅଧିକ ବିଡିଂ ଦାଖଲ କରିଥିବା ବିଡରଙ୍କୁ ଲିଜ୍‌ ନ ଦିଆଯାଇ ଏହାକୁ ସର୍ବନିମ୍ନ ବିଡରଙ୍କୁ ପ୍ରଦାନ କରାଯାଇଛି । ସମସ୍ତ କାଗଜପତ୍ର ସଠିକ୍‌ ରହିଥିବା ସତ୍ତ୍ବେ 171 ଟଙ୍କାର ବିଡିଂ ଦାଖଲ କରିଥିବା ବିଡରଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ 86 ଟଙ୍କା ଦାଖଲ କରିଥିବା ବିଡରଙ୍କୁ ଲିଜ୍‌ ପ୍ରଦାନ କରାଯାଇଥିଲା । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଜୁନାଗଡ ତହସିଲଦାର ଏହାକୁ ଖଣ୍ଡନ କରିଛନ୍ତି ।

ବ୍ୟାପକ ଅନିୟମିତତା
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026
Latest News

ଲାଗୁ ହେବ ନାହିଁ କି ୧୦୦ ପ୍ରତିଶତ ଶୁଳ୍କ?: ତେଲ କ୍ରୟ ଉପରେ ଭାରତକୁ ମିଳିପାରେ ରିହାତି

September 5, 2026

ଗୁରୁ ଦିବସ: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

September 5, 2026

ମସଜିଦ ଉପରେ ଚାଲିଲା ବୁଲଡୋଜର: ଯୋଗୀ ସରକାରଙ୍କୁ ଏଭଳି ପରାମର୍ଶ ଦେଲେ ମାୟାବତୀ

September 5, 2026

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026

ବାଣପୁରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଳିତ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.