Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳ କନିଷ୍ଠ ମହାବିଦ୍ୟାଳୟରେ ଅନଲାଇନ୍ ସ୍ୱଚ୍ଛତା କ୍ୟାମ୍ପସ କର୍ମଶାଳା
ଆଞ୍ଚଳିକ

ନାକଟିଦେଉଳ କନିଷ୍ଠ ମହାବିଦ୍ୟାଳୟରେ ଅନଲାଇନ୍ ସ୍ୱଚ୍ଛତା କ୍ୟାମ୍ପସ କର୍ମଶାଳା

June 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ବିଶ୍ୱ ପରିବେଶ ଦିବସ ଅବସରରେ ନାକଟିଦେଉଳ କନିଷ୍ଠ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ୱଚ୍ଛତା କ୍ୟାମ୍ପସ ସଂପର୍କରେ ଏକ ଅନଲାଇନ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କନ୍ଦର୍ପ ରାଉଳଙ୍କ ପୌରହିତ୍ୟରେ ଏବଂ ଏନ୍‌ଏସ୍‌ଏସର ପୋଗ୍ରାମ୍ ଅଫିସର ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ଦାଶଙ୍କ ପରିଚାଳନାରେ ଉକ୍ତ ଅନଲାଇନ୍ କର୍ମଶାଳା ଗୁଗୁଲମେଟ୍ ମାଧ୍ୟମରେ ସଂପାଦିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ଡଃ ଦୀପେନ୍ କୁମାର ପଟ୍ଟନାୟକ ଆଲୋଚକ ଭାବରେ ଯୋଗଦେଇ ପରିବେଶ ପ୍ରଦୂଷଣ ସମସ୍ୟା, ସ୍ୱଚ୍ଛ ଭାରତ ଅଭିଯାନର ପ୍ରାସଙ୍ଗିକତା ଓ ସ୍ୱଚ୍ଛତା କ୍ୟାମ୍ପସ ପରିଚାଳନା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଡକ୍ଟର ପ୍ରଶାନ୍ତ ଦାସ କର୍ମଶାଳାର ବିଭିନ୍ନ ଦିଗ , ଛାତ୍ରଛାତ୍ରୀଙ୍କର ଭୂମିକା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଦାୟିତ୍ୱ ସଂପର୍କରେ ବିଶ୍ଳଷଣ କରିଥିଲେ । ଉକ୍ତ ଅନଲାଇନ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମାନସ ମହାପାତ୍ର, ମିତାଞ୍ଜଳି ସାହୁ, ମୋନାଲିସା ସାହୁ, ହେମାନନ୍ଦ ସାହୁ, ଗୀତାଞ୍ଜଳୀ ସାହୁ, ବନମାଳୀ ସାହୁ, ଆଲୋକ ନାଏକ, ସୋହନ ଦାଶ ଓ ରୋଜାଲିନ୍ ସାହୁ ଯୋଗଦେଇ ନିଜସ୍ୱ ମତ ଉପସ୍ଥାପନ କରିବା ସହିତ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ସଂପର୍କରେ ବୃତଚିତ୍ର ପ୍ରଦର୍ଶନ କରାଯିବା ସହିତ ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା । ଅଧ୍ୟାପକ ସରୋଜ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

online swachhbharat
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ

November 16, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025

ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର

November 15, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

November 15, 2025
Latest News

ସୁରତରେ ଭାରତର ହାଇସ୍ପିଡ୍‌ ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

November 17, 2025

ଓଡ଼ିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ମହାସମ୍ମିଳନୀ

November 17, 2025

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

November 17, 2025

ଚିଲିକା ସେଲଡକ ଲୋକ ସଂସ୍କୃତି ଉତ୍ସବ ଦ୍ୱିତୀୟ ସନ୍ଧ୍ୟା

November 17, 2025

ରାଶିଫଳ: ଆଜି ନଭେମ୍ବର ୧୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.