Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଷ୍ଠୀ ସଂକ୍ରମଣ ଭୟରେ ଖଲିକୋଟର ୧୦ ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୨୨ ଗ୍ରାମକୁ ବଫର ଜୋନ୍ ଘୋଷିତ
ଆଞ୍ଚଳିକ

ଗୋଷ୍ଠୀ ସଂକ୍ରମଣ ଭୟରେ ଖଲିକୋଟର ୧୦ ଗ୍ରାମକୁ କଣ୍ଟେନମେଣ୍ଟ ଏବଂ ୨୨ ଗ୍ରାମକୁ ବଫର ଜୋନ୍ ଘୋଷିତ

June 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନକୁ ଦିନ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟ ଦେଖିବାକୁ ମିଳିଲାଣି । ଫଳରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉକ୍ତ ଅଂଚଳଗୁଡ଼ିକୁ ନିଜ ଅକ୍ତିଆରରେ ନେଇଛି । ଗୋଷ୍ଠୀ ସଂକ୍ରମଣର ଭୟ ଥିବା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ବାଦପଲ୍ଲୀ ଓ ଆଇତିପୁର ପଞ୍ଚାୟତର ୧୦ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଓ ୨୨ ଟି ଗ୍ରାମକୁ ବଫର ଜୋନ୍ ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି । ବାଦପଲ୍ଲୀ ପଂଚାୟତରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଘୋଡ଼ାପଡ଼ା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ସାନବଳ, ନୂଆପଲ୍ଲୀ, ଛକାସିଂ, ଦେବୀଝର ପ୍ରଭୃତି ୯ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଏହି ପଞ୍ଚାୟତର ମରେଇ ନୂଆଗାଁ, ନଲସିଙ୍ଗ, ଖାସୁଲା, ସୋରିଷପାଟଗଞ୍ଜର, ବଡ଼ପଲ, କୁମାର ସିଙ୍ଗ ପ୍ରଭୃତି ୧୦ଟି ଗ୍ରାମକୁ ବଫଳ ଜୋନ୍ ଭାବେ ଘୋଷଣା କରାଯାଇଛି ।

ଆଇତିପୁର ପଂଚାୟତରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିରିପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବାବେଳେ ଉସ୍ତାପଡ଼ା, ଆଇତିପୁର, ଖୋଜାପଲ୍ଲୀ, ପାଳଧୂଆପଲ୍ଲୀ, ଭିକାପଡ଼ା, ରାଇପଡ଼ା, ରାମଚନ୍ଦ୍ରପୁର, କୈରାଶି, ଲକ୍ଷ୍ମଣପୁର, ରତନପୁର, ବାଗଲପୁର, ମାଳଖୋଜାପଲ୍ଲୀ ପ୍ରଭୃତି ୧୨ଟି ଗାଁକୁ ବଫଳ ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ । କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କ ଯିବା ଆସିବା ଉପରେ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି । କିନ୍ତୁ ବଫର ଜୋନ୍‌ରେ ଅତ୍ୟାବଶ୍ୟକ କ୍ଷେତ୍ରରେ ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । ସଂପୂର୍ଣ୍ଣ ଦୁଇଟି ଯାକ ପଂଚାୟତର ପ୍ରବେଶ ପଥରେ ବ୍ୟାରିକେଡ଼୍ କରାଯିବା ସହ ଚାରିପଟୁ ସିଲ୍ କରିଦିଆଯାଇଛି । ସେଠାରେ ଅସ୍ଥାୟୀ ଚେକପୋଷ୍ଟ କରିବା ପାଇଁ ଖଲିକୋଟ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖଲିକୋଟ ବ୍ଲକ୍‌ର ଅତିରିକ୍ତ ତହସିଲ୍‌ଦାର ଜ୍ୟୋତିର୍ମୟ ଦାଶଙ୍କୁ ଏକଜ୍ୟୁକିଟିଭ୍ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ବିଡ଼ିଓ ନବକୃଷ୍ଣ ଜେନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘରକୁ ଘର ବୁଲି ଲୋକଙ୍କୁ ସ୍କ୍ରିନିଂ କରିବା ସହ ଆବଶ୍ୟକ ସ୍ଥଳେ ସ୍ୱାବ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

August 10, 2026

ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଚିନ୍ତା ଦୂର କଲେ ଯୋଗାଣ ମନ୍ତ୍ରୀ

August 9, 2026

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.