Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କଲେ କୋଟବିଦ୍ୟାଧରପୁର ଗ୍ରାମବାସୀ
ଆଞ୍ଚଳିକ

ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କଲେ କୋଟବିଦ୍ୟାଧରପୁର ଗ୍ରାମବାସୀ

June 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟ କର୍ମୀଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଦେଇ ସାରା ରାଜ୍ୟରେ ପ୍ରଶଂସାର ପାତ୍ର ହୋଇଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିର କୋଟବିଦ୍ୟାଧରପୁର ଗ୍ରାମରେ ଆଜି ପୁଣି ଏକ ସଂସ୍କାରମୂଳକ କାର୍ଯ୍ୟ  ନଜରକୁ ଆସିଛି । ଏହି ଗ୍ରାମର ଅଧିବାସୀମାନେ ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତିକରଣ କରିଛନ୍ତି ।

କିଛି ଲୋକମାନେ ସରକାରୀ ରାସ୍ତାକୁ କବଜା କରିଵା ଫଳରେ ଜନସାଧାରଣ ବିଭିନ୍ନ ପ୍ରକାର ଯାତାୟତର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କୋଟପୁର ଗ୍ରାମବାସୀମାନେ ନିଜ ଉଦ୍ୟମରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ଅନେକ ଦିନ ଧରି ଗ୍ରାମର ରାସ୍ତା ସଂକୀର୍ଣ୍ଣ ହେଇଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କିଛି ଦିନ ତଳେ ଗ୍ରାମର ଜଣେ ସ୍ବାସ୍ଥ୍ୟ କର୍ମୀ କୋଭିଡ ଆକ୍ରାନ୍ତ ହେବା ଫଳରେ ସଂପୂର୍ଣ୍ଣ ଗ୍ରାମକୁ କଂଟେନମେଣ୍ଟ କରାଯାଇ  ଗ୍ରାମକୁ ବିଶୋଧନ କରାଯାଇଥିଲା । ଏହି ସମୟରେ ରାସ୍ତା ସଂକୀର୍ଣ୍ଣ ଥିବାରୁ ଦମକଳ ଗାଡି ଗ୍ରାମ ଭିତରେ ପ୍ରବେଶ କରିବାକୁ ନେଇ ନାନା ସମସ୍ୟା ଦେଖାଦେଇଥିଲା। ତେଣୁ କଣ୍ଟେନମେଣ୍ଟ ସରିବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗ୍ରାମର ମୁଖ୍ୟ ସଡକକୁ ପ୍ରଶସ୍ତ କରିବାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଆଜି ଗ୍ରାମର ଯୁବକମାନେ ସକାଳୁ ଶାବଳ କୋଡି ଧରି ଏକତ୍ରିତ ହୋଇ ରାସ୍ତାର ଦୁଇ ପାର୍ଶ୍ବକୁ ପ୍ରଶସ୍ତ କରି ରାସ୍ତାକୁ ଚଉଡା କରିଛନ୍ତି । ଗ୍ରାମର ଯୁବକମାନଙ୍କ ଏତାଦୃଶ କାର୍ଯ୍ୟକୁ ଆଖପାଖ ଗ୍ରାମବାସୀମାନେ ବହୁତ ପ୍ରଶଂସା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗ୍ରାମର ହର ପ୍ରସାଦ ରଥ , ସ୍ୱୟଂପଦ ଶତପଥୀ , ପ୍ରଭାସ ହୋତା , ଜଗଦୀଶ ଷଡ଼ଙ୍ଗୀ , ରବି ନାରାୟଣ ଶତପଥୀ , ସନ୍ତୋଷ କୁମାର ଷଡ଼ଙ୍ଗୀ , ତପନ କୁମାର ଶତପଥୀ , ସରୋଜ କୁମାର ହୋତା ,ରଞ୍ଜନ ଷଡ଼ଙ୍ଗୀ, ମିଲୁ, ଅମନ , ବବଲୁ, ପ୍ରମୋଦ ଶତପଥୀ, ପରେଶ ଦାସ ଓ ଗ୍ରାମବାସୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.