Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ବୈଠକ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ବୈଠକ

June 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଯୋଗଦେଇ କହିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ଫସଲ ପାଇଁ ଚାଷୀଙ୍କୁ ବୀମା ସୁବିଧା କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଥାଏ। ୨୦୧୯-୨୦ ବର୍ଷ ପାଇଁ ଶୀତଦିନିଆ ଆଳୁଚାଷ, ଖରାଦିନିଆ ଧାନଚାଷ ଓ ଖରାଦିନିଆ ଚିନାବାଦାମ ଚାଷ ପାଇଁ ଅଧିସୂଚିତ ବ୍ଲକ ଓ ପଞ୍ଚାୟତୱାରୀ କ୍ରପ୍ କଟିଙ୍ଗ୍ କରାଯାଇଥିଲା। ଏହା ଆଜିର ବୈଠକରେ ଅନୁମୋଦନ ଲାଭ କରିବ।

ଏହି ବୈଠକରେ ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପନିର୍ଦ୍ଦେଶକ ସବିତା ସାହୁ ଯୋଗଦେଇ ପାୱାରଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ବ୍ଲକ୍ ଓ ପଞ୍ଚାୟତ ୱାରୀ କ୍ରପ୍ କଟିଙ୍ଗ୍ ର ରିପୋର୍ଟ ବୈଠକରେ ଉପସ୍ଥାପିତ କରିଥିଲେ। ଶୀତଦିନିଆ ଆଳୁଚାଷ ନିମନ୍ତେ କୁଜଙ୍ଗ ବ୍ଲକକୁ ଅଧିସୂଚିତ ଭାବେ ନିଆଯାଇ ୧୬ଟି କ୍ରପ୍ କଟିଙ୍ଗ୍ ପରିକ୍ଷା କରାଯାଇଥିଲା।ସେହିପରି ଖରାଦିନିଆ ଧାନଚାଷ ପାଇଁ କୁଜଙ୍ଗ ଓ ଏରସମା ବ୍ଲକର ୧୨ଟି ପଞ୍ଚାୟତ ଅଧିସୂଚିତ ଭାବେ ଗ୍ରହଣ କରାଯାଇ କ୍ରପ୍ କଟିଙ୍ଗ୍ କରାଯାଇଥିଲା। କୁଜଙ୍ଗ ବ୍ଲକର ଭୁତମୁଣ୍ଡେଇ, ନୁଆଗଡ, କୋଠି, ବିଶ୍ୱାଳି ଏବଂ ପାରାଦ୍ବୀପଗଡ ଓ ଏରସମା ବ୍ଲକର ଗଡକୁଜଙ୍ଗ, ନୁଆଗାଁ, କୁଂଜକୋଠି, ବାଲିତୁଠ, ଢିଙ୍କିଆ, ଗଡହରିଶପୁର ଏବଂ ବାମଦେଇପୁର ପଞ୍ଚାୟତରେ କ୍ରପ୍ କଟିଙ୍ଗ୍ ଅନୁଷ୍ଠିତ ହୋଇଥିଲା। ଖରାଦିନିଆ ଚିନାବାଦାମ ଚାଷ ପାଇଁ ୪ଟି ବ୍ଲକ ରଘୁନାଥପୁର, ଜଗତସିଂହପୁର, ନାଉଗାଁ ଓ କୁଜଙ୍ଗ ବ୍ଲକକୁ ଅଧିସୂଚିତ ଭାବେ ଗ୍ରହଣ କରାଯାଇ ୧୬ଟି କ୍ରପ୍ କଟିଙ୍ଗ୍ ପରୀକ୍ଷା କରାଯାଇଥିଲା। ଜିଲ୍ଲାସ୍ତରୀୟ ବୈଠକରେ ଏହା ଅନୁମୋଦନ ଲାଭ କରିଥିଲା।

ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ,ଡି.ଡି.ଏମ୍ ନାବାର୍ଡ ବିଶ୍ୱଭୂଷଣ ମହାନ୍ତି ,ଏଲ୍.ଡି.ଏମ୍ ସତୀଶ ଚନ୍ଦ୍ର ପାତ୍ର ,ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ମିହିର କୁମାର ସ୍ବାଇଁଙ୍କ ସମେତ ସମବାୟ ଓ ବୀମା କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.