Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତିର୍ତ୍ତୋଲ ଶାରଳା ସମବାୟ ସୂତାକଳ ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଆଞ୍ଚଳିକ

ତିର୍ତ୍ତୋଲ ଶାରଳା ସମବାୟ ସୂତାକଳ ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

June 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲଠାରେ ଥିବା ଶାରଳା ସମବାୟ ସୂତାକଳ ଆଜିକୁ ଦୀର୍ଘ ୨୦ବର୍ଷ ହେବ ବନ୍ଦହୋଇ ପଡିରହିଥିବା ବେଳେ ଏବେ ଏହି ସୂତାକଳର ପୁନରୁଦ୍ଧାର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ଉଦ୍ୟମ।ଏନେଇ ଅଣ୍ଟା ଭିଡିଛନ୍ତି ତିର୍ତ୍ତୋଲ ଅଞ୍ଚଳର ସମାଜସେବୀ ତଥା ଆବାହକ ପିସିସି ଅନୁସୂଚିତ ଜାତି ଜନଜାତି ବିଭାଗ ଓଡିଶା ଦେବେନ୍ଦ୍ର କୁମାର ମଲ୍ଲିକ।ତାଙ୍କ ନେତୃତ୍ୱରେ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ତିର୍ତ୍ତୋଲ ସ୍ଥିତ ଏହି ସୂତାକଳ ୧୯୮୨ ମସିହାରେ ୩୦ ଏକରରୁ ଉର୍ଦ୍ଧ ଜମିରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଏହି ସୂତାକଳଟି ତତକାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୩୫କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଯାହା ୧୯୮୪ ମସିହାରେ ଉତ୍ପାଦନ ଆରମ୍ଭ କରିଥିଲା। ଏଠାରୁ ଉନ୍ନତମାନର ସୂତା ବିଦେଶକୁ ରପ୍ତାନି ହେଉଥିଲା। ହାରାହାରି ୨୦୦ରୁ ଅଧିକ ଅଧିକାରୀ ଓ ୧୬୦୦ କର୍ମଚାରୀଙ୍କୁ ନେଇ ଚାଲିଥିବା ସୂତାକଳଟି ସୁରୁଖୁରୁରେ ଚାଲୁଥିବା ବେଳେ ଏହି ଅଞ୍ଚଳର ଅନେକ ପରିବାର ଜୀବନ ଜୀବିକାର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ଏହି ସୂତାକଳକୁ ବଲାଙ୍ଗୀର, କୋରାପୁଟ, ମହାରାଷ୍ଟ୍ର ଏବଂ ବିଦେଶରୁ ମଧ୍ୟ କଞ୍ଚାମାଲ ଆସୁଥିଲା। ସୂତାକଳ ପରିସର ମଧ୍ୟରେ ଷ୍ଟାଫ୍ କ୍ୱାଟର୍ ,ଗେଷ୍ଟହାଉସ୍, ଅଫିସର୍ କ୍ୱାଟର୍ ଆଦିର ସମସ୍ତ ପ୍ରକାର ବ୍ୟବସ୍ଥା ଥିଲା। ୧୯୯୯ ମସିହାର ମହାବାତ୍ୟାରେ ସୂତାକଳଟିର ବହୁତ କ୍ଷୟକ୍ଷତି ହୋଇଥିଲା। ଯାହାକି ଏହାପରଠାରୁ ସୂତାକଳଟିକୁ ଚାଲୁକରିବା ପାଇଁ କେହି ଜନପ୍ରତିନିଧି ମନଧ୍ୟାନ ଦେଇନଥିଲେ ବୋଲି କୁହାଯାଉଛି ।ଫଳରେ ଏହି ସୂତାକଳର ଅବସ୍ଥା ଜରାଜୀର୍ଣ୍ଣ ହୋଇଯାଇଥିଲା। ଏବେ ଏହି ସୂତାକଳ ପରିସର ବଣ ଜଙ୍ଗଲ ଘେରା ପରିବେଶରେ ନିଜର ଅସ୍ତିତ୍ବ ବଞ୍ଚାଇରଖିଛି।

ଦିନଥିଲା ଏହି ଅଞ୍ଚଳକୁ ଚଳଚଞ୍ଚଳ କରି ରଖିଥିବା ଏହି ସୂତାକଳଟିରେ ନିଯୁକ୍ତି ପାଇଥିବା ଶହଶହ ଶ୍ରମିକ ନିଜର ପରିବାର ପତିପୋଷଣ କରୁଥିଲେ।ଏଥିସହିତ ତିର୍ତ୍ତୋଲର ଆଖପାଖ ଅଂଚଳରେ ଥିବା ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ପରୋକ୍ଷରେ ଉପକୃତ ହେଉଥିଲେ।ସୂତାକଳ ବନ୍ଦହେବା ଫଳରେ କର୍ମଚାରୀମାନେ କର୍ମସଂସ୍ଥାନ ହରାଇଲେ। ସରକାର ଏହି ଦୁଃଖ ଦୁର୍ଦ୍ଦଶାରେ ଥିବା ପରିବାରକୁ ଆଡ ଆଖିରେ ମଧ୍ୟ ଅନାଇନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ଏପରିକି ଏହି ସୂତାକଳର ପୁନରୁଦ୍ଧାର ନିମନ୍ତେ ବହୁ ଆନ୍ଦୋଳନ ହୋଇସାରିଛି। ରାଜନୈତିକ ଦଳ ନିଜ ନିଜର ଇସ୍ତାହାରରେ ଏହି ସୂତାକଳର ପୁନରୁଦ୍ଧାର ପ୍ରସଙ୍ଗ ହୋଇଛି। ସବୁ ପ୍ରତିଶ୍ରୁତି ପରିକ୍ଷାର ସୀମା ସରହଦ ଲମ୍ବି ଲମ୍ବି ଯାଇଛି।

ଏବେ ଜଗତସିଂହପୁର ଜିଲ୍ଲାର ବହୁ କୁଶଳୀ ପ୍ରବାସୀ ଓଡିଆ କରୋନା ମହାମାରୀ ପ୍ରକୋପରେ ଗୁଜୁରାଟ, ଅହମଦାବାଦ,ମହାରାଷ୍ଟ୍ର ପରି ବିଭିନ୍ନ ବାହାର ରାଜ୍ୟ ଛାଡ଼ି ନିଜ ଜିଲ୍ଲାକୁ ଘରମୁହାଁ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ଉପରୋକ୍ତ ସୂତାକଳକୁ ପୁନରୁଦ୍ଧାର କରି ବେକାର ଯୁବକଯୁବତୀ ଓ କୁଶଳୀ ଅଣକୁଶଳୀ କର୍ମଚାରୀଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରାଗଲେ ବେକାରୀ ସମସ୍ୟାର ସମାଧାନ ହେବା ସହିତ ଆଉ ବାହାର ରାଜ୍ୟକୁ କାମ କରିବା ପାଇଁ ଯିବାକୁ ପଡନ୍ତାନି । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିପ୍ଳବ ଚୌଧୁରୀ ପୂର୍ବତନ ଅଧ୍ୟକ୍ଷ ଜଗତସିଂହପୁର ପୌରପରିଷଦ, ନଟବର ବାରିକ ଜିଲ୍ଲା କଂଗ୍ରେସ ସଭାପତି ଜଗତସିଂହପୁର, ପ୍ରତିମା ମଲ୍ଲିକ, ଦେବୀ ମଲ୍ଲିକ, ବରଦା ପ୍ରସନ୍ନ ରାଉତ, ତରଜଙ୍ଗା ସରପଞ୍ଚ ବସନ୍ତ ସେଠୀ, ବିଷ୍ଣୁ ଚରଣ ବାରିକ ପ୍ରମୁଖ ଦାବୀପତ୍ର ଦିଆଯିବା ବେଳେ ଉପସ୍ଥିତ ଥିଲେ ।

ପୁନରୁଦ୍ଧାର
Share. Facebook Twitter LinkedIn Email WhatsApp Copy Link

Related Posts

ବସ ଧକ୍କାରେ ୧୫ରୁ ଊର୍ଦ୍ଧ୍ୱ ଆହତ

September 28, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.