Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଛତ୍ରପୁର ବ୍ଲକ୍‌ର ୬ଟି ଗ୍ରାମ ୫ ଦିନ ପାଇଁ ସଟ୍‌ଡ଼ାଉନ୍‌
ଆଞ୍ଚଳିକ

ଛତ୍ରପୁର ବ୍ଲକ୍‌ର ୬ଟି ଗ୍ରାମ ୫ ଦିନ ପାଇଁ ସଟ୍‌ଡ଼ାଉନ୍‌

June 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଦିନକୁ ଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକାଲ୍ କେସ ବାହାରୁଥିବାରୁ ଲୋକଙ୍କ ମଧ୍ୟରେ ଭୟସଞ୍ଚାର ହୋଇଛି । ପ୍ରବାସୀଙ୍କ ଆସିବା କମିଥିବାବେଳେ ସେମାନଙ୍କୁ ସେବା ଯୋଗାଉଥିବା ଯୋଦ୍ଧାଙ୍କ ଦେହରେ କରୋନା ଭୂତାଣୁ ଦେଖିବାକୁ ମିଳୁଛି । ତେବେ ଛତ୍ରପୁର ବ୍ଲକ୍‌ର ନରେନ୍ଦ୍ରପୁର ଏବଂ ଶ୍ରୀରାମଚନ୍ଦ୍ରପୁର ପଂଚାୟତରେ ଲୋକାଲ୍ କରୋନା ପଜିଟିଭ୍ କେସ ମିଳିଥିବାରୁ ଏହି ଦୁଇ ଅଂଚଳକୁ ଉଭୟ ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୫ ଦିନ ପାଇଁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଶ୍ରୀରାମଚନ୍ଦ୍ରପୁରର ସରପଞ୍ଚ ରେବତୀ କୁମାର ପ୍ରଧାନ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଉକ୍ତ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ଗ୍ରାମର କୌଣସି ଲୋକ ବାହାରକୁ ଯିବନାହିଁ ଏବଂ କିଏବି ବାହାରକୁ ଆସିବ ନାହିଁ ବୋଲି ଧେଣ୍ଡୁରା ମାଧ୍ୟମରେ ସଚେତନ କରାଯାଇଛି । ଏହି ଗ୍ରାମରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁବାର ରାତ୍ରିରୁ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସିଲ୍ କରିବା ସହ ଲୋକଙ୍କୁ ବାହାରକୁ ନ ବାହାରିବାକୁ ପ୍ରଶାସନର ଅଧିକାରୀମାନେ ସଚେତନ କରିଥିଲେ ।

ଏନେଇ ଶନିବାର ଦିନ ସରପଞ୍ଚ ରେବତୀ ପ୍ରଧାନ, ନୋଡ଼ାଲ୍ ଅଫିସର ସ୍ୱପ୍ନେଶ୍ୱର ପାଳ, ଅଙ୍ଗନୱାଡ଼ି କର୍ମୀ ଗାୟତ୍ରୀ ମହାନ୍ତି, ଆଶାକର୍ମୀ ଦମୟନ୍ତି ସାହୁ, ଏମ୍‌. ରଘୁନାଥ ଗ୍ରାମ ମଧ୍ୟକୁ ଯାଇ ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରିଥିଲେ । ସେହିପରି ନରେନ୍ଦ୍ରପୁର ସରପଞ୍ଚ ବାବୁଲା ବେହେରା ମଧ୍ୟ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ତାଙ୍କ ପଞ୍ଚାୟତର ସମସ୍ତ ୫ଟି ଗ୍ରାମକୁ ୫ ଦିନ ପର୍ଯ୍ୟନ୍ତ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଅଂଚଳରେ ଜଣଙ୍କ ଦେହରେ କରୋନା ସଂକ୍ରମିତ ଦେଖାଯିବାରୁ ସମସ୍ତ ଯାତାୟତ ପଥକୁ ସିଲ୍ କରିବା ସହ ଲୋକମାନଙ୍କୁ ଘରେ ରହିବା ପାଇଁ କୁହାଯାଇଛି । ସଟ୍‌ଡ଼ାଉନ୍ ଘୋଷଣା ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦଣ୍ଡପାଣି ପ୍ରଧାନ, ନରେନ୍ଦ୍ରପୁର ଆର୍‌ଆଇ ତଥା ନୋଡ଼ାଲ୍ ଅଧିକାରୀ ଜି. ଦୁର୍ବାସା, ଜି.ଆର୍‌.ଏସ୍‌. ବସନ୍ତ କୁମାର ରାଉଳ, ଅଙ୍ଗନୱାଡ଼ି କର୍ମୀ ମମତା ମଲ୍ଲିକ, ଆଶା କର୍ମୀ ସଂଗିତା ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଗ୍ରାମଗୁଡ଼ିକ ସାନିଟାଇଜ୍ କରିବା ପାଇଁ ସରପଞ୍ଚ ଅନୁରୋଧ କରିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025
BJP Ads
Latest News

୧୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିବ ହକି ଇଣ୍ଡିଆ

November 5, 2025

କ୍ୟୁ.ଏସ୍ ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି: ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

November 5, 2025

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.