Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଘିଅଖଲା କରୋନା ମୃତକଙ୍କ ପରିବାରକୁ ସାହା ହେଲା “ସମାଜର ଦର୍ପଣ”
ଆଞ୍ଚଳିକ

ଘିଅଖଲା କରୋନା ମୃତକଙ୍କ ପରିବାରକୁ ସାହା ହେଲା “ସମାଜର ଦର୍ପଣ”

June 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ଚିଲିକା ବ୍ଳକ ଅନ୍ତର୍ଗତ ଶିଙ୍ଗେଶ୍ଵର ପଞ୍ଚାୟତର ଘିଅଖଲା ଗ୍ରାମର କରୋନା ମୃତକଙ୍କ ପରିବାରକୁ ସାହା ହେଲା “ସମାଜର ଦର୍ପଣ” ସ୍ବେଚ୍ଛାସେବୀ ସଂଗଠନ। ଗତ ମେ ମାସ ୨୬ ତାରିଖରେ ଘିଅଖଲା ଗ୍ରାମର ଗଣେଶ ଜୁଝାରସିଂଙ୍କ ସମ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳ ମୃତ୍ୟୁ ହୋଇଥିଲା। କିନ୍ତୁ ଏଯାବତ ସରକାର କରୋନା ମୃତକ ପରିବାରଙ୍କ ପାଇଁ କିଛି ଅନୁକମ୍ପାମୂଳକ ସହାୟତା ଘୋଷଣା କରିନାହାନ୍ତି। ଏଭଳି ସମୟରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ସହାୟତାର ହାତ ବଢେଇଛନ୍ତି। ଆଜି ବାଣପୁରସ୍ଥିତ “ସମାଜର ଦର୍ପଣ “ ସ୍ବେଚ୍ଛାସେବୀ ସଂଗଠନର ଯୁବ କର୍ମକର୍ତ୍ତାମାନେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣେଇବା ସହ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଘଟଣାନୁସାରେ ମୃତକ ଗଣେଶ ଜୂଝାରସିଂ ଗତ ମାସ ୧୬ ତାରିଖରେ ସ୍ଵାସ୍ଥ୍ୟଗତ ସମସ୍ୟା ହେତୁ ଭୁବନେଶ୍ଵରସ୍ଥିତ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଭର୍ତ୍ତି ହେବା ପରଦିନ ସେ କୋଭିଡ ପଜିଟିଭ ଘୋଷିତ ହୋଇଥିଲେ। ଯାହା ଫଳରେ ତାଙ୍କୁ ସମ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ତାଙ୍କ ପାଖରେ ଥିବା ପତ୍ନୀ ସଜନି ଜୁଝାରସିଂଙ୍କୁ ସଙ୍ଗରୋଧରେ ରଖାଗଲା। କିନ୍ତୁ ମେ ୨୬ ତାରିଖରେ ତାଙ୍କର ଦେହାନ୍ତ ହେଇଯିବା ଫଳରେ ସରକାର କୋଭିଡ ନିୟମାବଳୀ ଅନୁସାରେ ତାଙ୍କର ଶବ ଦାହ କରିଥିଲେ। କିନ୍ତୁ ସରକାରୀ ରିପୋର୍ଟରେ ତାଙ୍କୁ ମୃତକ ଘୋଷଣା କରା ନଯିବା ଦ୍ଵାରା ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ବଢିବାରେ ଲାଗିଲା। ଚିଲିକାର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଏହାକୁ ନେଇ ସରକାରଙ୍କ ପାଖରେ ବାରମ୍ବାର ଫେରାଦ ହେବା ପରେ ମୃତକଙ୍କୁ କୋଭିଡ ପଜିଟିଭ ଘୋଷଣା କରାଯିବା ସହ ଜକୃତ ରୋଗରେ ମୃତ ଘୋଷଣା କରାଗଲା। ମୃତକ ଗଣେଶଙ୍କ ଦୁଇ ସନ୍ତାନ ନାବାଳକ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ନାହିଁ। ଏଭଳିକି ସ୍ଥାନୀୟ ପ୍ରଶାସନ ମଧ୍ୟ ମୃତକଙ୍କ ପରିବାରକୁ କୌଣସି ସହାୟତାର ଆଶ୍ବାସନା ନ ଦେବା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଆଜି “ସମାଜର ଦର୍ପଣ” ସଂଗଠନର କର୍ମକର୍ତ୍ତାମାନେ ଗ୍ରାମରେ ପହଞ୍ଚି ସହଯୋଗର ହାତ ବଢେଇବା ସହ ୫୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ତା ସହିତ କିଭଳି ଭାବେ ନାବାଳକ ସନ୍ତାନମାନେ ପାଠ ପଢ଼ା ଜାରି ରଖିବେ ସେ ନେଇ ଆଶ୍ଵସ୍ତ କରିଥିଲେ। ଚିଲିକାର ଯୁବ ସମାଜସେବୀ ଲଲାଟେନ୍ଦୁ ଶତପଥୀ ଓ କଳିଯୁଗେଶ୍ଵର ମନ୍ଦିରର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସୁବାଷ ବେବର୍ତ୍ତା ମଧ୍ୟ ଏହି ସମୟରେ ଉପସ୍ଥିତ ରହି କିଭଳି ମୃତକଙ୍କର ମୃତ୍ୟୁ ପ୍ରମାଣପତ୍ର ମିଳିବ ଓ ବିଧବା ଭତ୍ତା କରାଯିବ ସେ ନେଇ ଚର୍ଚ୍ଚା କରିଥିଲେ। “ସମାଜର ଦର୍ପଣ “ ସଂଗଠନ ତରଫରୁ ଦୀପକ ଜେନା, ସୌରଭ ମହାରଣା, ରାମଚନ୍ଦ୍ର ଶତୃଶଲ୍ୟ, ଚୁମକି ବରାଳ, ଦିଲ୍ଲୀପ କୁମାର ସ୍ବାଇଁ ଓ ଆଶିଷ ପତି ପ୍ରମୁଖ ଏହି ସହାୟତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଯୁବ ସମାଜସେବୀଙ୍କ ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରସଂଶା କରିଥିଲେ।

chilika ସହାୟତା ରାଶି ପ୍ରଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.