Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦେଶୀମଦ ବିରୁଦ୍ଧରେ ବାଲୁଗାଁ ଏସ୍‌ଡିପିଓଙ୍କୁ ଭେଟିଲେ ବାଣପୁର ମହିଳା ସମାଜ
ଆଞ୍ଚଳିକ

ଦେଶୀମଦ ବିରୁଦ୍ଧରେ ବାଲୁଗାଁ ଏସ୍‌ଡିପିଓଙ୍କୁ ଭେଟିଲେ ବାଣପୁର ମହିଳା ସମାଜ

June 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର/ ବାଲୁଗାଁ: ବାଣପୁର-ବାଲୁଗାଁରେ ଦେଶୀ ମଦ ବନ୍ୟାକୁ ରୋକିବାକୁ ବିଭିନ୍ନ ରାସ୍ତା ଆପଣେଇବା ପରେ ଶେଷରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରସ୍ଥ ହୋଇଛନ୍ତି ମା ଭଗବତୀ ମହିଳା ବିକାଶ ମଞ୍ଚର ସଦସ୍ୟ ଓ ଏହାର ଆବାହକ। ଆଜି ଯୁବ ସମାଜସେବୀ ତଥା ମଞ୍ଚର ଆବାହକ ଲଲାଟେନ୍ଦୁ ଶତପଥୀ ଓ ଚିଲିକା ରିପୋର୍ଟର ଆସୋସିଏସନର ସମ୍ପାଦକ ଅମିତାଭ ପାଟ୍ଟଯୋଶୀ, ମନୋଜ କୁମାର ଜେନା ପ୍ରମୁଖଙ୍କ ସହ ମହିଳା କର୍ମକର୍ତ୍ତା ସବିତା ଦାସ, ରୀନା ଶ୍ରୀଚନ୍ଦନ, କଳ୍ପନା ମହାରଣା, ବବିନା ତ୍ରିପାଠୀ, କବିତାରାଣୀ ମହାପାତ୍ର, ସୁପ୍ରଭା ସାସମଲ ବାଲୁଗାଁ ଥାନାରେ ପୂର୍ବ ନିର୍ଧାରିତ ସମୟ ଅନୁସାରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଥିଲେ।

ଉପଖଣ୍ଡ ଅଧୀକ୍ଷକ ଶ୍ରୀ ଏସ କେ ଦାସ ପ୍ରାୟ ଏକ ଘଣ୍‌ଟା ଧରି ଏହି ବିଷୟରେ ଆଲୋଚନା କରିଥିଲେ। ମଞ୍ଚ ତରଫରୁ ଏନେଇ ଏକ ଦାବି ପତ୍ର ମଧ୍ୟ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା।

ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ରେଡ୍‌ ପରେ ମଧ୍ୟ ଏହି ଅଞ୍ଚଳରେ ଦେଶୀ ମଦ କାରବାର କମିବା ପରିବର୍ତ୍ତେ ବଢି ଚାଲିଛି ବୋଲି ଅଭିଯୋଗ କରିଥିଲେ ମହିଳା ସଦସ୍ୟା ବୃନ୍ଦା। ପୁଲିସ୍‌ ଓ ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀ ଓ ଅସାଧୁ ବ୍ୟବସାୟୀଙ୍କ ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ଏହି ବେପାର ବଢି ଚାଲିଥିବାର ଅଭିଯୋଗ ହେଉଛି। ଏପରି ସ୍ଥିତିରେ ପୋଲିସ ଓ ଅବକାରୀ ବିଭାଗର ଅସାଧୁ କର୍ମଚାରୀଙ୍କୁ ଦଣ୍ଡିତ କରାଯିବା ସହ ସମଗ୍ର ଅଞ୍ଚଳକୁ ମଦ ମୁକ୍ତ କରିବା ନେଇ କାର୍ଯ୍ୟାନୁଷ୍ଠାନ କରିବା ନେଇ ଦାବି ଜଣାଇଛନ୍ତି ଏହି ମହିଳା ବିକାଶ ସଦସ୍ୟ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବିଷୟକୁ ନେଇ ଅତିରିକ୍ତ ଏସ ପି, ଉପଖଣ୍ଡ ଅଧୀକ୍ଷକ ଓ ଦୁଇ ଥାନାର ପ୍ରମୁଖ ଅଧିକାରୀ ବସି ଚର୍ଚ୍ଚା କରିବା ସହ ଉଦବେଗ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଦ ବେପାରୀଙ୍କ ନିସ୍ତାର ନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ: ମିଳିଲା କ୍ୟାବିନେଟ ମନ୍ତ୍ରୀର ମାନ୍ୟତା

October 7, 2026

ସରକାରର ମୁଖ୍ୟ ଭାବରେ ୨୫ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

October 7, 2026

ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

October 7, 2026

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

October 7, 2026

ଇଗ୍ନୋ ପକ୍ଷରୁ CII ଏବଂ ‘ଟାଟା ଷ୍ଟିଲ୍ ଫାଉଣ୍ଡେସନ୍’ ସହଯୋଗରେ କ୍ୟାମ୍ପସ୍ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.