Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟ କରୁ ନାହାନ୍ତି ଜୁନାଗଡ କାଡା ଜେଇ, ଚାଷି ପଚାରିଲେ ଧମକ ଦେଉଥିବା ଅଭିଯୋଗ
ଆଞ୍ଚଳିକ

ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟ କରୁ ନାହାନ୍ତି ଜୁନାଗଡ କାଡା ଜେଇ, ଚାଷି ପଚାରିଲେ ଧମକ ଦେଉଥିବା ଅଭିଯୋଗ

June 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରେ ଇନ୍ଦ୍ରାବତୀ କମାଣ୍ଡ ଏରିଆ ଉନ୍ନୟନ ଏଜେନ୍ସି ( କାଡା) ତରଫରୁ ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରିଥାନ୍ତି। ହେଲେ ଜୁନାଗଡ ଠାରେ ଅବସ୍ଥାପିତ କାଡା ବିଭାଗ କନିଷ୍ଠ ଯନ୍ତ୍ରୀ କିଛି ଠିକାଦାରଙ୍କ ସହିତ ମିଳିମିଶି ସମାନଙ୍କ ସହିତ ପାର୍ଟନରସିପ କରୁଥିବା ଅଭିଯୋଗ ହେଉଛି।

ନିୟମ ଅନୁସାରେ କାଡା ବିଭାଗ ପକ୍ଷରୁ ବିଭିନ୍ନ ପାଣି ପଂଚାୟତ ମାନଙ୍କ ଅଂଚଳରେ ଚାଷୀ ମାନଙ୍କ ସୁବିଧା ପାଇଁ କରନାଳ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଯେଉଁ ପାଣିପଂଚାୟତ ଗୁଡିକର କାର୍ଯ୍ୟକର୍ତ୍ତାମାନେ ସଂପୃକ୍ତ ଜେଇଙ୍କ ଇଚ୍ଛା ଅନୁସାରେ ଓ ଜେଇ-ଠିକାଦାର ମିଳିତ ଗୋଷ୍ଠୀକୁ ସୁହାଇବା ଭଲି କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି ନାହିଁ। ସେହି ପାଣିପଂଚାୟତ ପାଇଁ ଅନୁଦାନ ଯୋଗାଇଦେବାର ବ୍ୟବସ୍ଥା କିମ୍ବା କୌଣସି ଏଷ୍ଟିମେଟ ପ୍ରସ୍ତୃତ କରୁନଥିବାର ଅଭିଯୋଗ ହେଉଛି।

ଯେଉଁ ପାଣିପଂଚାୟତ ଗୁଡିକ ସଂପୃକ୍ତ ଜେଇ ତଥା ତାଙ୍କ ମନୋନୀତ ଠିକାଦାରଙ୍କୁ ସୁହାଇବା ଭଲି କାର୍ଯ୍ୟକୁ ସ୍ୱୀକାର କରନ୍ତି ସେହି ପାଣିପଂଚାୟତ ପାଇଁ ଅନୁଦାନ ଦେବାର ବ୍ୟବସ୍ଥା କରିବା ସହିତ ନିଜ ମନଇଚ୍ଛା ଏଷ୍ଟିମେଟ କରୁଥିବ କୁହାଯାଉଛି। ଏପରିକି ଅନାବଶ୍ୟକ ସ୍ଥଳରେ କାମ କରିଦେଉଥିବା ଏବଂ ତଳୁ ଉପରମୁଣ୍ଡକୁ ପାଣି ଯିବା ଭଲି କରନାଳ ନିର୍ମାଣ କରିଦେଇ ବିଲ ଉଠାଣ କରୁଥିବା ଅଭିଯୋଗ ହେଉଛି। ଯେଉଁ ପାଣିପଂଚାୟତ ଗୁଡିକ ସଂପୃକ୍ତ ଜେଇ ଓ ତାଙ୍କ ଗୋଷ୍ଠୀ ର ଠିକାଦାରଙ୍କ ସହ ବୁଝାମଣା କରନ୍ତି ନାହିଁ। ତେବେ ସେମାନଙ୍କୁ ବିଭିନ୍ନ ସମୟରେ ଅସାମାଜିକ ଓ ଗୁଣ୍ଡା ଶ୍ରେଣୀୟ ଲୋକ ଲଗାଇ ସେହି ପାଣିପଂଚାୟତ କର୍ମକର୍ତ୍ତା ମାନଙ୍କୁ ଭୟଭୀତ କରାଉଥିବା ହେତୁ ଅଧିକାଂଶ ପାଣିପଂଚାୟତ କର୍ମକର୍ତ୍ତା ଭୟରେ ମୁହଁ ଖୋଲୁନଥିବାର ପ୍ରକାଶ।

ଅଧିକାଂଶ ସମୟରେ ସଂପୃକ୍ତ ଜୁନାଗଡ କାଡା ଜେଇ ଜଣକ ନିଜ ଗୋଷ୍ଠୀର ଠିକାଦାର ଏବଂ କାମ ଯୋଗାଡ କରୁଥିବା ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ବିଶେଷ ମାନଙ୍କ ସହିତ ନକଟୀଗୁଡା ଧାନ ମଣ୍ଡି ନିକଟରେ ବିହାରୀ ପାଣି ସହିତ ଭୋଜିଭାତ କରୁଥିବା କେହି କେହି ଦେଖିଥିବାର ଅଭିଯୋଗ ହୋଇଛି। ଯେଉଁ ପାଣିପଂଚାୟତ କର୍ମକର୍ତ୍ତା ମାନେ ସଂପୃକ୍ତ ଜେଇ ଗୋଷ୍ଠୀ ଙ୍କୁ କାମ ଦେବାକୁ ରାଜି ହୁଅନ୍ତି ନାହିଁ ସେମାନଙ୍କୁ ଏକ ଧଳା ରଙ୍ଗର କାରରେ ବୋହି ଆଣି ଉକ୍ତ ଜେଇଙ୍କ ଦ୍ୱାରା ନିଯୁକ୍ତ ଠିକାଦାରଙ୍କୁ କାମ ଦେବାକୁ ବାଧ୍ୟ କରାଉଥିବାର ମଧ୍ୟ ଅଭିଯୋଗ ହେଉଛି।

ଏସବୁ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ତରଫରୁ ସଂପୃକ୍ତ ଜେଇ ଙ୍କ ମୋବାଇଲ ନଂ. ୮୦୧୮୪୪୯୮୨୮ ରେ ଫୋନ କରି ପଚାରିବାରୁ ଜେଇ ଜଣକ ଉତ୍ୟକ୍ତ ହୋଇ ମୁଁ ତୁମ ଅଧିନରେ ଚାକିରୀ କରିନାହିଁ, ମୋର ଯାହା ଇଚ୍ଛା ତାହା କରିବି ତୁମେ କହିବାକୁ କିଏ ବୋଲି ରୁକ୍ଷ ସ୍ୱରରେ ଜବାବ ଦେଇଥିବା ଜଣାପଡିଛି। ଏଥି ସହିତ କିଛି ଭିନ୍ନ ସ୍ୱରରେ କଥା କହୁଥିବା ତିନି ଜଣ ବ୍ୟକ୍ତି ସୋମବାର ଅପରାହ୍ନରେ ଅଶାଳିନ ଅସଭ୍ୟ ଭାଷାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗାଳି କରୁଥିବା ଦେଖାଯାଇଥିଲା। ଏସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ କାଡା ବିଭାଗ ମୂଖ୍ୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି। ଜଣେ ସରକାରୀ ପଦାଧିକାରୀ ଭାବରେ ଉକ୍ତ କାଡା ଜେଇ ଜଣକ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟ କରିବାକୁ ନିଯୁକ୍ତ ହୋଇଥିବା ବେଳେ ନିଜର ଗୋଷ୍ଠୀ କରି ସେହି ଗୋଷ୍ଠୀ ପାଇଁ କାର୍ଯ୍ୟ କରୁଥିବା ଏବଂ ପ୍ରାୟତଃ ଏକ ଭିନ୍ନ ଦୁନିଆରେ ରହୁଥିବା ହେତୁ ସଂପୃକ୍ତ ଜେଇଙ୍କର ଡାକ୍ତରୀ ପରୀକ୍ଷା କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Latest News

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.