Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଅମାନିଆ ଚୋରା ଦେଶୀ ମଦ ବେପାରୀଙ୍କୁ ଅବକାରୀ ବିଭାଗର ଛାଟ: ଗାଡ଼ି ସମେତ ଦୁଇ ଗିରଫ
ଆଞ୍ଚଳିକ

ବାଣପୁରରେ ଅମାନିଆ ଚୋରା ଦେଶୀ ମଦ ବେପାରୀଙ୍କୁ ଅବକାରୀ ବିଭାଗର ଛାଟ: ଗାଡ଼ି ସମେତ ଦୁଇ ଗିରଫ

July 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ବାଣପୁର-ବାଲୁଗାଁ ଅଞ୍ଚଳରେ ଅନଲକର ସୁଯୋଗ ନେଇ ଚୋରା ଦେଶୀ ମଦବେପାରୀ ସେମାନଙ୍କ ଚୋରା ପସରା ଖୋଲିଥିବାବେଳେ ଗତ କିଛିଦିନ ହେବ ଅବକାରୀ ବିଭାଗ ଲାଗି ସେମାନଙ୍କ ପସରାର ଫସର ଫାଟିଯାଉଛି। ଗତକାଲି ଅବକାରୀ ବିଭାଗ ବାଲୁଗାଁରୁ ୫୧ ଲିଟର ଦେଶୀ ମଦ ସହ ଦୁଇ ମଦ ବେପାରୀଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ପାଖରୁ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୨ ଲିଟର ଦେଶୀ ମଦ ସହ ଗୋଟେ ମଟରସାଇକେଲ ଜବତ ହୋଇଥିବାର ସୂଚନା ଦେଇଛନ୍ତି ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ। ଗିରଫ ଦୁଇଜଣ ହେଲେ ରମେଶ ଚନ୍ଦ୍ର ଶବର ଓ ଶ୍ରୀଧର ଶବର। ଉଭୟଙ୍କ ଘର ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଡ଼ିହ ଗ୍ରାମର।

ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଟିମ ଗତକାଲି ରାତି ୨:୩୦ ସମୟରୁ ସାନସିରେଇପୁର ଫରେଷ୍ଟ ବିଟ ହାଉସ ପାଖେ ଛକି ରହିଥିଲେ। ପାଖାପାଖି ରାତି ୩:୩୦ ରେ ଉଭୟ ବେପାରୀ ଅବକାରୀ ବିଭାଗ ହାତରେ ଧରା ପଡ଼ିଥିଲେ। ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ବିଭାଗ ଏ.ଏସ.ଆଇ ରଂଜନୀ ମିଶ୍ର, କନଷ୍ଟେବଳ ରତ୍ନାକର ଜାଲୀ, ପ୍ରିୟବ୍ରତ ପରିଡ଼ା ଏବଂ ପୁରୁଷୋତ୍ତମ ସାମନ୍ତରାୟ ସାମିଲ ଥିଲେ। ଉଭୟଙ୍କ ବିରୋଧରେ କେସ ନମ୍ବର ୩୦, ୩୧ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି। ସୂଚନା ଥାଉ କି ଗତ କିଛି ଦିନ ହେଲା ବାଣପୁର -ବାଲୁଗାଁ ଅଞ୍ଚଳରେ ବାରମ୍ବାର ଅଭିଯୋଗ ପରେ ଅବକାରୀ ବିଭାଗ ଆହୁରି କ୍ରିୟାଶୀଳ ହୋଇ ଉଠିଛି ଏବଂ ପ୍ରତିଦିନ ପାଟ୍ରୋଲିଂ ଜାରି ରଖିଛି।

ଦୁଇ ଗିରଫ ବାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.