Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଓ ଚିଲିକାରେ ଧରାପଡ଼ିଲେ ଅମାନିଆ, ଗଣିଲେ ତଣ୍ଡ, ତହସିଲଦାରଙ୍କ ଦ୍ବାରା କରୋନା ନିୟମର କଡ଼ାକଡ଼ି ଚେକିଂ
ଆଞ୍ଚଳିକ

ବାଣପୁର ଓ ଚିଲିକାରେ ଧରାପଡ଼ିଲେ ଅମାନିଆ, ଗଣିଲେ ତଣ୍ଡ, ତହସିଲଦାରଙ୍କ ଦ୍ବାରା କରୋନା ନିୟମର କଡ଼ାକଡ଼ି ଚେକିଂ

July 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ବେଖାତିର କରି କିଛି ଅମାନିଆ ଆଜି ତଣ୍ଡ ଗଣିଛନ୍ତି। ବାଣପୁର-ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ବିପଦ ଜୋନରେ ରହିଥିବାରୁ ପ୍ରଶାସନ ବହୁ ସତର୍କତା ଅବଲମ୍ବନ କରୁଛି।  ସ୍ଥିତି ଖରାପ ହେଉଥିବାରୁ ବାଣପୁର ତହସିଲଦାର ମନ୍ମଥ ବେହେରା ତିନି ଦିନ ହେଲା ତହସିଲର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ ଜାରି ରଖିଛନ୍ତି।

ବାରମ୍ବାର ଲୋକଙ୍କୁ କରୋନା ନିୟମ ପାଳନ କରିବାକୁ ଅନୁରୋଧ କଲେ ମଧ୍ୟ ଅନେକ ଅମାନିଆ ସରକାରୀ କଟକଣାକୁ ଭୃକ୍ଷେପ କରୁନାହାନ୍ତି। ଗଞ୍ଜାମ ଜିଲ୍ଲା ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଥିବାରୁ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦେଇଛନ୍ତି। ଯାହାର ଗୋଟିଏ ପାର୍ଶ୍ୱ ବାଣପୁର-ଗଞ୍ଜାମ ଶେଷ ସୀମା କୁମାରୀପାରିରେ ରହିଛି।

ଆଜି ଦିନ ୧୧ଟାରେ ବାଣପୁର ତହସିଲଦାର ସଦଳବଳେ ବାଣପୁର-ବାଲୁଗାଁ ବାଇପାସ ଠାରେ ପାଖାପାଖି ଦୁଇ ଘଣ୍ଟାଧରି ଜୋରଦାର ଚେକିଂ କରିଥିଲେ। ବିଭିନ୍ନ ଦୋକାନରେ ସାମାଜିକ ଦୂରତ୍ୱ ତଦାରଖ କରିବା ସହ ମାସ୍କ ପିନ୍ଧିନଥିବା ୩୭ ଜଣ ଅମାନିଆଙ୍କଠାରୁ ୧୮ ହଜାର ୫00 ଟଙ୍କା ଜରିମାନା ଆଦାୟ କରିଛନ୍ତି।

ସେହିପରି ଆଗକୁ ବାଣପୁର ଅଞ୍ଚଳରେ କରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ରାତ୍ରି କର୍ଫ୍ୟୁ କୁ ଶହେ ପ୍ରତିଶତ ପାଳନ କରାଯିବ ବୋଲି ତହସିଲଦାର ଗଣମାଧ୍ୟମକୁ କହିଛନ୍ତି। ଆଗକୁ କରୋନା ପ୍ରକୋପ ବଢିବା ଆଶଙ୍କା ଥିବାରୁ ବାଣପୁରରେ ଦୋକାନ ବଜାର ଖୋଲିବା ସମୟ କମେଇବା ପାଇଁ ତହସିଲଦାର ଶ୍ରୀ ବେହେରା ଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଆଜିର ଚେକିଂରେ ବାଣପୁର ତହସିଲର ବରିଷ୍ଠ ରାଜସ୍ବ ସହାୟକ ଅଧିକାରୀ ଅବନୀକାନ୍ତ ଦାସ, ସେକ୍ସନ ଅଫିସର ବସନ୍ତ ବେଦମତା ଏବଂ ବାଣପୁର ପୋଲିସ ଏ.ଏସ.ଆଇ ବସନ୍ତ ପଟନାୟକ ସହଯୋଗ କରିଥିଲେ।

ଆଜି ବାଲୁଗାଁରେ ମଧ୍ୟ ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କଡ଼ା ଚେକିଂ କରାଯାଇଥିଲା। ସହରର ବିଭିନ୍ନ ଲୁଗା ଦୋକାନ, ଚିଲିକା ରୋଡ଼ରେ ଥିବା ବିଭିନ୍ନ ଦୋକାନ ବଜାର ଆଦି ସ୍ଥାନରେ ଚଢ଼ାଉ କରାଯାଇ ଆଇନ ଉଲଙ୍ଘନ କାରୀଙ୍କଠାରୁ ପାଖାପାଖି ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପ୍ରଶାସନ ତରଫରୁ ଭାରି ଯାନ ପ୍ରବେଶ କଟକଣା ପାଇଁ ଚିଲିକା ରୋଡ଼ ମାଛ ମାର୍କେଟରେ ବ୍ୟାରିକେଡ଼ ଲଗାଯାଇଛି। ଚେକିଂ ବେଳେ ବାଲୁଗାଁ ପୋଲିସ ଏସ.ଆଇ ଦିଲୀପ ସାହୁ ସହଯୋଗ କରିଥିଲେ।

କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ଆଜିଠାରୁ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦିଆଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧା ଏସ.ପି ଙ୍କ ସୁପାରିସ କ୍ରମେ ଆଜି ଖୋର୍ଦ୍ଧା ଉପ ଜିଲାପାଳ ଏକ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ଆଜିଠାରୁ ଉଭୟ ଜିଲ୍ଲା ସୀମା ସିଲ ନ ଖୋଲିବା ପର୍ଯ୍ୟନ୍ତ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମା ଅଞ୍ଚଳ ଯଥା କୁମାରିପାରି ଏବଂ ନାଭାଲ ଛକରେ ଆଇନଶୃଙ୍ଖଳା ତଦାରଖ ପାଇଁ ବାଣପୁର ଏବଂ ଚିଲିକା ତହସିଲଦାରଙ୍କୁ ଉପଜିଲ୍ଲାପାଳ ପୋଲିସ ଫୋର୍ସ ଇନଚାର୍ଜର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଚିଲିକା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026
Latest News

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.