Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମଣିଜଙ୍ଗା ଜଳସେଚନ ବିଭାଗର ଠିକାଦାର ପ୍ରୀତି, ୧୨ ନଂ ଶାଖା କେନାଲ ସଫେଇ ନାଁରେ ଜାଲ୍ ବିଲ୍ କରିବାକୁ ଉଦ୍ୟମ, ତଦନ୍ତ ଦାବି
ଆଞ୍ଚଳିକ

ମଣିଜଙ୍ଗା ଜଳସେଚନ ବିଭାଗର ଠିକାଦାର ପ୍ରୀତି, ୧୨ ନଂ ଶାଖା କେନାଲ ସଫେଇ ନାଁରେ ଜାଲ୍ ବିଲ୍ କରିବାକୁ ଉଦ୍ୟମ, ତଦନ୍ତ ଦାବି

July 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ମଣିଜଙ୍ଗା ଜଳସେଚନ ବିଭାଗରେ ମହାଦୁର୍ନୀତିର ଅଭିଯୋଗ। ଠିକାଦାରଙ୍କ ପ୍ରେମରେ ବିଭାଗୀୟ ଯନ୍ତ୍ରୀମାନେ ଉବୁଟୁବୁ ହେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତିର୍ତ୍ତୋଲ ବ୍ଳକ ଅଧିନସ୍ଥ ନୂଆପଡ଼ା ଠାରୁ ମୁଖ୍ୟ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ ନଂ କେନାଲ ଭିତର ସଫେଇ ନାଁରେ କେତେକ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ଏହି ୧୨ନଂ କେନାଲରୁ ବାହାରିଥିବା ଶାଖା କେନାଲ ଗୁଡିକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକାଦାର କେନାଲ ସଫେଇ ନକରି ବିଭାଗୀୟ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ଜାଲ୍ ବିଲ୍ କରିବାକୁ ଉଦ୍ୟମ ଚଳାଇଥିବା ନେଇ ଅଭିଯୋଗ ହେବା ପରେ କେନାଲ ଭିତର ଫଟୋ ସହ ଖବର ପ୍ରସାର ହେବା ପରେ ଦୁର୍ନୀତି ଚପାଇବାକୁ ଯାଇ ବିଭାଗୀୟ କର୍ତ୍ତୃପକ୍ଷ ଏବେ ଉକ୍ତ କେନାଲରେ ପାଣି ଛାଡି ଦେଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଟେଣ୍ଡର ନେଇଥିବା କେତେକ ଠିକାଦାର ଉକ୍ତ ଶାଖା ୧୨ନଂ କେନାଲ ଭିତର ସଫେଇ ନାଁରେ କେନାଲ ଭିତରେ ସ୍ଥାନେ ସ୍ଥାନେ ଜେସିବି ଆମ୍ପୁଡା ଚିହ୍ନ ଥିବା ବେଳେ କେନାଲ୍ ଭିତର ଦୁଇକଡ ସାରା ଘାସ ଜଙ୍ଗଲ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି। ଏମିତିକି ଉକ୍ତ ୧୨ନଂ କେନାଲର ଗୁଣ୍ଠିଲୋ ପୋଲ ପାଖରୁ ବାହାରିଥିବା ୧୨/ଏଫ୍ ଶାଖା କେନାଲକୁ ଟେଣ୍ଡର ନେଇଥିବା ଠିକାଦାର କେନାଲ ଭିତର ଦୁଇପାଖ ବିଲକୁଲ ସଫେଇ ନକରି କେନାଲ ଭିତରେ ଖାଲି ଜେସିବି ମେସିନ୍ ଚଲାଇ ନେଇଥିବା ଦେଖିବାକୁ ମିଳିବା ସହ କେନାଲ୍ ଭିତରେ ଦୁଇକଡରେ ଘାସ ଜଙ୍ଗଲ ହୋଇଥିବା ବେଳେ କୌଣସି ସ୍ଥାନରେ ଟିକେବି ଜେସିବିରେ ଆମ୍ପୁଡା ହୋଇଥିବା ଦାଗ ମଧ୍ୟ ଦେଖିବାକୁ ମିଳିନଥିଲା।

ଠିକା କାର୍ଯ୍ୟର ତଦାରଖ କରିବାକୁ ଥରେ ବି ବିଭାଗୀୟ ଯନ୍ତ୍ରୀଙ୍କ ପାଦ ପଡିନାହିଁ ବୋଲି ସ୍ଥାନୀୟ ଚାଷୀ କହୁଛନ୍ତି। ଏମିତିକି ଶୁଣିବାକୁ ମିଳୁଛି ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଫଳରେ ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ନେଇଥିବା ଠିକାଦାର ଉକ୍ତ କେନାଲ ଭିତରକୁ ମୋଟେ ସଫେଇ ନକରି ବିଲ୍ କରିବାକୁ ଉଦ୍ୟମ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି, ଯାହାକି ଫଟୋ ସହିତ ଖବର ପ୍ରସାର ହୋଇଥିଲା।

ବିଭାଗ ପକ୍ଷରୁ ତଦନ୍ତ ହେବା ତ ଦୂରର କଥା ତରବରିଆ ଭାବେ ଉକ୍ତ କେନାଲ ସଫେଇ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ଠିକାଦାରଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ମଣିଜଙ୍ଗା ଜଳସେଚନ ବିଭାଗ ଉକ୍ତ କେନାଲରେ ପାଣି ଛାଡି ଦେଇଥିବା ଚର୍ଚ୍ଚା ହେଉଛି। ସେହିପରି ଶାଖା ୧୨ନଂ କେନେଲ ସମେତ ଉକ୍ତ କେନାଲରୁ ଅରଡଙ୍ଗ ପୋଲ ପାଖରୁ ବାହାରିଥିବା ୧୨ନଂ/ଇ ଶାଖା କେନାଲ ସଫେଇ ଓ ପଣୁସଗଡା ପୋଲଠାରୁ ବାହାରିଥିବା ୧୨ନଂ/ଏଫ୍ ଶାଖା କେନାଲ ସଫେଇ କାର୍ଯ୍ୟକୁ ନେଇ ମଧ୍ୟ ସ୍ଥାନୀୟ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏହି କେନାଲ ଗୁଡିକର ସଫେଇ କାର୍ଯ୍ୟ ସଠିକ୍ ହେଉନଥିବାରୁ ପାଣି କେନାଲର ତଳମୁଣ୍ଡକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ପାଣି ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।

ଉକ୍ତ ୧୨ନଂ କେନାଲ ସହ ଶାଖା କେନାଲ ଗୁଡିକର ସଫେଇ କାର୍ଯ୍ୟ ଠିକାଦାର ମାନଙ୍କ ପାଇଁ ପାଲଟିଛି ଲେଉଟିଆ କିଆରୀ ବୋଲି ଚର୍ଚ୍ଚା ହେଉଛି। ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ବିଭାଗ ଏପରି କାର୍ଯ୍ୟକୁ ଆଖିବୁଜି ଦେଉଥିବା କୁହାଯାଉଛି। ଉକ୍ତ କାର୍ଯ୍ୟକୁ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ପକ୍ଷରୁ ତଦନ୍ତ କରାଗଲେ କିଛି ଯନ୍ତ୍ରୀଙ୍କ କାରନାମାର ପର୍ଦ୍ଦାଫାସ୍ ହୋଇପାରନ୍ତା ବୋଲି ଉକ୍ତ କେନାଲ ପାଣି ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବୀ ହେଉଛି।

ଜଗତସିଂପହୁର ଜିଲ୍ଲାପାଳ ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ଇଣ୍ଡିଆ ଏଆଇ ମିଶନ୍‌ର ବଡ଼ ପଦକ୍ଷେପ: ସୁଲଭ ମୂଲ୍ୟରେ ଉନ୍ନତ ଭିଡିଓ ପାଇଁ ‘ଭାର୍ୟା’ ଏଆଇ ଲଞ୍ଚ

June 13, 2026

ସାଙ୍ଗକୁ ପଥରରେ ଛେଚି ହତ୍ୟା

June 13, 2026

ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜର ସଂକଳ୍ପ

June 13, 2026

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.