Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସିର ୯ ନମ୍ବର ୱାର୍ଡ ହେଲା କଣ୍ଟେନମେଣ୍ଟ ଜୋନ୍, ଆଜି ସନ୍ଧ୍ୟା ୭ ରୁ ୨୪ ତାରିଖ ସନ୍ଧ୍ୟା ୭ଟା ଯାଏଁ କଟକଣା
ଆଞ୍ଚଳିକ

ବାଣପୁର ଏନଏସିର ୯ ନମ୍ବର ୱାର୍ଡ ହେଲା କଣ୍ଟେନମେଣ୍ଟ ଜୋନ୍, ଆଜି ସନ୍ଧ୍ୟା ୭ ରୁ ୨୪ ତାରିଖ ସନ୍ଧ୍ୟା ୭ଟା ଯାଏଁ କଟକଣା

July 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର, କରୋନା ପଜିଟିଭ ଚିହ୍ନଟ ପରେ ବାଣପୁର ଏନଏସିର ୯ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଆଦେଶ ଆଜି ୨୧ ତାରିଖ ସନ୍ଧ୍ୟା ୭ଟାରୁ ଆସନ୍ତା ୨୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ବଳବତ୍ତର ରହିବ। ଖୋର୍ଦ୍ଧା ଜିଲ୍ଲାପାଳ ଜାରି କରିଥିବା ଆଦେଶନାମା ଅନୁଯାୟୀ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୯ ନମ୍ବର ୱାର୍ଡରେ ଥିବା ସାଜିଦ୍ ଚିକେନ ସେଣ୍ଟରଠାରୁ ସତ୍ୟ ସାଇ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ୫୦ ଟି ପରିବାରର ୨୦୦ ଲୋକ ରହୁଛନ୍ତି।

ଏହି ସମୟରେ କଣ୍ଟେନମେଣ୍ଟ ଜୋନର ଭିତରକୁ ବାହାରୁ କେହି ଯାଇ ପାରିବେ ନାହିଁ ଏବଂ ଜୋନ ଭିତରେ ରହିଥିବା ଲୋକଙ୍କୁ ବାହାରକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତ ଲୋକଙ୍କୁ ଘର ଭିତରେ ରହିବା ପାଇଁ କୁହାଯାଇଛି। ଏହି ଜୋନରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ଦ୍ବାରା ଗଠିତ ସ୍ବତନ୍ତ୍ର ଦଳ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧପତ୍ର ପହଞ୍ଚାଇବାର ବ୍ୟବସ୍ଥା କରିବେ। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ।

ବାଣପୁର ଏନଏସିର ୯ ନମ୍ବର ୱାର୍ଡରେ ୨ ଜଣ ଏବଂ ୨ ନମ୍ବର ୱାର୍ଡରେ ଥିବା ବାଣପୁର ସବ୍ ଜେଲରେ ୫ ଜଣ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ-୧୯ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏପରି ବ୍ୟବସ୍ଥା ଗ୍ରହଣ କରିଛି। ବିଭିନ୍ନ କାର୍ଯ୍ୟର ତଦାରଖ କରିବା ପାଇଁ ବାଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଗୁମାନସିଂ, ବାଣପୁର ଫାୟାର ଷ୍ଟେସନର ଅଫିସର, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଡି. ମହାପାତ୍ର, ବାଣପୁର ସିଡିପିଓ ଶ୍ରୀମତୀ ବିଦ୍ୟୁତପ୍ରଭା ରଥ ପ୍ରମୁଖଙ୍କୁ ଦାୟିତ୍ବ ଦିଆଯାଇଛି। ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା ଏସବୁର ତଦାରଖ କରିବେ।

banpur khurda
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ

August 22, 2026

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.