Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସମୀକ୍ଷା ନ୍ୟୁଜର ପ୍ରଭାବ, ପକ୍ଷାଘାତ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଲା ‘ଇୟୋରସ ହୋପ’ ଫାଉଣ୍ଡେସନ
ଆଞ୍ଚଳିକ

ସମୀକ୍ଷା ନ୍ୟୁଜର ପ୍ରଭାବ, ପକ୍ଷାଘାତ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଲା ‘ଇୟୋରସ ହୋପ’ ଫାଉଣ୍ଡେସନ

July 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସମୀକ୍ଷା ନ୍ୟୁଜରେ ଜଣେ ଅସହାୟଙ୍କ ସମ୍ପର୍କରେ ଖବର ପ୍ରକାଶ ପରେ ‘ଇୟୋରସ ହୋପ’ ଫାଉଣ୍ଡେସନ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢାଇଛି। ଏହି ସଂସ୍ଥାର ସହାୟତାରେ ପକ୍ଷାଘାତରେ ପୀଡିତ ରୋଗୀ ଜଣଙ୍କ ଏବେ କ୍ରମଶଃ ସୁସ୍ଥ ହେଉଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ପରବଳ ଗ୍ରାମର ବାସିନ୍ଦା ଶ୍ରୀ ସୁରେନ୍ଦ୍ର ନାଥ ବେହେରା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ। ତାଙ୍କ ସମ୍ପର୍କରେ ଗତ ୬ ତାରିଖରେ ଏକ ଖବର ସମୀକ୍ଷା ନ୍ୟୁଜରେ ପ୍ରକାଶିତ ହୋଇଥିଲା। ଏହା ପରେ ବହୁ ଗଣମାଧ୍ୟମର ପ୍ରତିନିଧି ତାଙ୍କ ଘରେ ପହଞ୍ଚିଥିଲେ। ଏବଂ ସେଠାରେ ସୁରେନ୍ଦ୍ର ବିକଳ ହୋଇ କୋହଭରା କଣ୍ଠରେ ସରକାରୀ ସାହାଯ୍ୟ ତଥା କିଛି ବଦାନ୍ୟ ବ୍ୟକ୍ତିଙ୍କଠୁ ସାହାଯ୍ୟ ପାଇଁ ଗଣମାଧ୍ୟମର ପ୍ରତିନିଧିଙ୍କୁ ହାତଯୋଡ଼ି ନିବେଦନ କରିଥିଲେ। ଏହାକୁ ଦେଖି ଓଡ଼ିଶାର ଏକ ସ୍ଵେଚ୍ଛାସେବୀ ସଂଗଠନ ‘ଇୟୋରସ ହୋପ’ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ରୀନରାଣୀ ନାୟକ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶ୍ରୀ ସୀମାଞ୍ଚଳ ସ୍ୱାଇଁ, ଚିଲିକା ବ୍ଲକ ସମ୍ପାଦକ ଶ୍ରୀ ସଂଗ୍ରାମ ରଣା, ଶ୍ରୀ ବିଜୟ ମହାରଣା, ଶ୍ରୀ ମୁନା ବେହେରା ଏବଂ ଟ୍ରଷ୍ଟର ଅନ୍ୟ କର୍ମକର୍ତ୍ତାଙ୍କୁ ନେଇ ଏକ ଟିମ୍ ଜୁଲାଇ ୮ ତାରିଖ ଦିନ ଶ୍ରୀ ବେହେରାଙ୍କୁ ଭେଟିଥିଲା।

ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା ପରେ ତାଙ୍କୁ ସେମାନେ କିଛି ଅନୁକମ୍ପା ମୂଳକ ସହାୟତା ଦେଇଥିଲେ। ଏହା ପରେ ଚିଲିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଶ୍ରୀମତୀ ସୁଷମା ବାରିକ ଙ୍କୁ ଶ୍ରୀ ବେହେରାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।

ପ୍ରକାଶ ଥାଉକି ଶ୍ରୀ ବେହେରା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ନିଜର ମେରୁଦଣ୍ଡରେ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ଅସ୍ତ୍ରୋପଚାର ପରେ ସେ ପକ୍ଷାଘାତ ରୋଗର ଶିକାର ହୋଇଗଲେ। ଦୀର୍ଘଦିନ ଡାକ୍ତରଖନା ଦୌଡ଼ି ଏବଂ ଅସ୍ତ୍ରୋପଚାର ନିମିତ୍ତ ସେ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ ସହିତ ଘରବାଡ଼ି ଏବଂ ଆସବାବପତ୍ର ମଧ୍ୟ ବନ୍ଧକ ଦେଇସାରିଛନ୍ତି।

ବିଡ଼ିଓ ଶ୍ରୀମତୀ ବାରିକ ଦାବିପତ୍ର ପାଇବାପରେ ‘ଇୟୋରସ ହୋପ’ ଫାଉଣ୍ଡେସନକୁ ବେହେରାଙ୍କ ଅଧିକ ଚିକିତ୍ସା କରିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଯାହା କିଛି ସରକାରୀ ସହାୟତା ପ୍ରଦାନ ସମ୍ଭବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଦ୍ୱାରା ବ୍ୟବସ୍ଥା କରାଇବେ ବୋଲି ପ୍ରତଶୃତି ମଧ୍ୟ ଦେଇଛନ୍ତି ଏବଂ ଉକ୍ତ ଅର୍ଥ ପାଇଁ ଆବେଦନ ପତ୍ର ତହସିଲଦାରଙ୍କ କାର୍ଯ୍ୟାଳୟ ଠାରୁ ନେଇ ଫର୍ମ ପୂରଣ କରି ଦେବାପାଇଁ କହିଥଲେ। ଏହାପରେ ଉକ୍ତ ସ୍ବେଛାସେବୀ ସଂଗଠନ ର କାର୍ଯ୍ୟକର୍ତା ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କୁ ଭେଟି ଉକ୍ତ ସମସ୍ୟା ବିଷୟରେ ଅବଗତ କରାଇଥିଲେ ଏବଂ ଆବେଦନ ପତ୍ର ଦେବା ପାଇଁ ଅନୁରୋଧ କରିଥିଲେ। ତହସିଲଦାର ଦୁଇ ଦିନ ପରେ କାର୍ଯ୍ୟାଳୟ ଆସି ଫର୍ମ ନେଇଯିବାପାଇଁ ସେମାନଙ୍କୁ କହିଛନ୍ତି ଏବଂ ସେ ମଧ୍ୟ ଯଥା ସମ୍ଭବ ସହଯୋଗ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଏହାପରେ ‘ଇୟୋରସ ହୋପ’ ଫାଉଣ୍ଡେସନ ନିଜସ୍ଵ ପ୍ରଚେଷ୍ଟାରେ ଶ୍ରୀ ବେହେରାଙ୍କ ଚିକିତ୍ସା ଗତ ୨୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲରେ କରାଇଥିଲେ। ଡାକ୍ତର ଏକ ମାସ ପାଇଁ କିଛି ମେଡ଼ିସିନ ଲେଖିଥିଲେ ଏବଂ ଉକ୍ତ ସଂଗଠନ ଦ୍ୱାରା ମାସକ ପାଇଁ ମେଡ଼ିସିନ ସୁରେନ୍ଦ୍ରଙ୍କୁ ଯୋଗାଇଦିଆଯାଇଛି। ପୂର୍ବାପେକ୍ଷା ତାଙ୍କ ସ୍ବାସ୍ଥ୍ୟରେ ସ୍ୱଳ୍ପ ଉନ୍ନତି ଘଟିଛି। ଆଜି ଉକ୍ତ ସଂଗଠନର ସଦସ୍ୟ ସିମାଞ୍ଚଳ ସୁରେନ୍ଦ୍ରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ ଏବଂ ଡାକ୍ତରଙ୍କୁ ସବୁ ବିଷୟ ଅବଗତ କରାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସୁରେନ୍ଦ୍ରକୁ ଉକ୍ତ ସଂଗଠନ ଦ୍ୱାରା ଭୁବନେଶ୍ୱର ଏମ୍ସ ହସ୍ପିଟାଲ ନିଆଯିବ ଏବଂ ତାଙ୍କ ଟିମର ତତ୍ତ୍ବାବଧାନରେ ସୁରେନ୍ଦ୍ରଙ୍କ ଚିକିତ୍ସା ଆରମ୍ଭ ହେବ। ଏହାକୁ ଦେଖି ସୁରେନ୍ଦ୍ର ଅଶ୍ରୁଳ କୋହଭରା କଣ୍ଠ ରେ ‘ଇୟୋରସ ହୋପ’ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ରୀନାରାଣୀ ନାୟକ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସିମାଞ୍ଚଳ ସ୍ୱାଇଁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ଏବଂ ମଙ୍ଗଳ କାମନା କରିଛନ୍ତି।

banpur
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.