Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କରୋନା ବେଳେ ବାଣପୁରରେ ଜୁଆ ଆଡ୍ଡା, ଚଢଉ ବେଳେ ୩ ଗିରଫ, ୬ଟି ଦୁଇ ଚକିଆ ଓ ଅଟୋ ଜବତ
ଆଞ୍ଚଳିକ

କରୋନା ବେଳେ ବାଣପୁରରେ ଜୁଆ ଆଡ୍ଡା, ଚଢଉ ବେଳେ ୩ ଗିରଫ, ୬ଟି ଦୁଇ ଚକିଆ ଓ ଅଟୋ ଜବତ

July 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ସଂକଟ ସମୟରେ ବାଣପୁର ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢାଉ। ବାଣପୁର ଥାନା ଅନ୍ତର୍ଗତ ଓଡ଼ଗାଁ ଗାଁ ପାଖ ପାହାଡିଆ ଅଞ୍ଚଳରୁ ଚାଲିଥିବା ଏକ ଜୁଆ ଆଡ୍ଡାରୁ ବହୁ ସଂଖ୍ୟାରେ ଜୁଆ ସାମଗ୍ରୀ, ମୋବାଇଲ, 6ଟି ଦୁଇ ଚକିଆ ଏବଂ ଗୋଟିଏ ଅଟୋ ଜବତ କରାଯାଇଛି। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଣପୁର ଥାନାଧିକାରୀ ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ଗୁରୁବାର ରାତିରେ ସଦଳବଳେ ଓଡଗାଁ ଗାଁ ପାଖରେ ଥିବା ପାହାଡିଆ ଅଞ୍ଚଳରେ ଚଢଉ କରିଥିଲେ। ସେହି ସମୟରେ ଜୁଆ ଖେଳ ଚାଲିଥିଲା। ଆଡ୍ଡାରୁ ପୋଲିସ ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ରାତ୍ରି ଏବଂ ପାହାଡିଆ ଅଞ୍ଚଳର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ।

ଗିରଫ ଅଭିଯୁକ୍ତ ତିନି ଜଣ ହେଲେ ପଞ୍ଚାନନ ଦାସ (୩୦) ଓ ବଂଗାଳୀ ପ୍ରତିହାରୀ (୫୦) ଏବଂ ସତ୍ୟନାରାୟଣ ମହାରଥୀ(୩୫)। ଜୁଆ ଆଡ୍ଡାରୁ ନଗଦ ୩୪୦୦ ଟଙ୍କା, ଗୋଟେ ସିଲ ପ୍ୟାକେଟ ତାସ ଏବଂ ଖୋଲା ୫୨ ଖଣ୍ଡ ତାସ, ଏକ ତାରପଲିନ, ଦୁଇଟି ମୋବଇଲ ଫୋନ, ୫ଟି ବାଇକ, ଗୋଟିଏ ସ୍କୁଟି ଏବଂ ଏକ ଅଟୋ ଜବତ ହୋଇଛି।

ଏହି ଚଢଉରେ ଏସ.ଆଇ ରାଜକିଶୋର ବେହେରା, ଏସ.ଆଇ ପ୍ରସନ୍ନ କୁମାର ଜେନା, ଏ.ଏସ.ଆଇ ମହେନ୍ଦ୍ର କୁମାର ସେଠି, ଏ.ଏସ.ଆଇ ବସନ୍ତ କୁମାର ପଟ୍ଟନାୟକ ଏବଂ ଓ.ଏ.ପି.ଫ କର୍ମଚାରୀ ସାମିଲ ହୋଇଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.