Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ଦୁଇଟି ପଂଚାୟତର ୩ଟି ଗାଁରେ ସଟଡାଉନ, ଏନଏସିର କିଛି ଅଞ୍ଚଳ କଣ୍ଟେନମେଣ୍ଟ
ଆଞ୍ଚଳିକ

ବାଣପୁର ବ୍ଲକ ଦୁଇଟି ପଂଚାୟତର ୩ଟି ଗାଁରେ ସଟଡାଉନ, ଏନଏସିର କିଛି ଅଞ୍ଚଳ କଣ୍ଟେନମେଣ୍ଟ

July 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣପୁର ବ୍ଲକର ଦୁଇଟି ପଂଚାୟତର ତିନିଟି ଗାଁରେ ସଟଡାଉନ ଲାଗୁ କରାଯିବା ସହ ବାଣପୁର ଏନଏସିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ବାଣପୁର ବ୍ଲକ ତୋରସିଂହ ଗ୍ରାମ ପଞ୍ଚାୟତର ନଛିପୁର ଗାଁର ଜଣେ ତେଜରାତୀ ଦୋକାନୀ କରୋନା ଆକ୍ରାନ୍ତ ହେବା ପରେ ପଞ୍ଚାୟତ ସଂରପଞ୍ଚ ମିନାକ୍ଷୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଗାଁକୁ ଆଜି ଅପରାହ୍ନ ୩ଟାରୁ ୩୧ ତାରିଖ ଅପରାହ୍ନ ୩ଟା ଯାଏଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଅନେକ ଲୋକଙ୍କ ସହ ସଂପର୍କରେ ଆସିଥିବାରୁ ଗାଁରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ଲକ୍ଷ୍ୟ କରି ଗାଁକୁ ସାନିଟାଇଜ କରିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆୟତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଟା ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଆଗାମୀ ଦିନରେ ସଂକ୍ରମଣ ରୋକିବା ପାଇଁ ଏହି ଗାଁରେ ଆସନ୍ତାକାଲି ସକାଳ ୬ଟାରୁ ୨୮ ତାରିଖ ସକାଳ୬ଟା ସୁଦ୍ଧା ତୋଟା ଏବଂ ଭରତପୁର ଗାଁକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ପଞ୍ଚାୟତ ସରପଂଚ ହରଷ ସେଠୀ ସଟଡାଉନ ଘୋଷଣା କରିଛନ୍ତି।

ଏପଟେ ବାଣପୁର ଏନଏସି ଅଞ୍ଚଳରେ ୬ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସଂକ୍ରମଣକୁ ରୋକିବା ପାଇଁ ବାଣପୁର ଏନଏସିର ୪,୭ ଓ ୧୦ ନମ୍ବର ୱାର୍ଡରେ ଆସୁଥିବା ଅଞ୍ଚଳ ବିଶେଷ କରି ଗୋବିନ୍ଦ ପାତ୍ର( ପିଏନବି ଏଟିଏମ) ଘରଠାରୁ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଏବଂ ଥାନା ଛକଠାରୁ ତଳସାହି ଡାକ ଘର ପଛପଟ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଫଳରେ ଶନିବାର ସକାଳ ୭ଟାରୁ ୨୮ ତାରିଖ ସକାଳ ୭ଟା ଯାଏଁ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିବ। ଏହି ସମୟରେ ଏହି ଅଞ୍ଚଳକୁ ଯାତାୟତ ଉପରେ କଟକଣା ଲଗାଯାଇଛି।

BJP Ads
କରୋନା ଅପଡେଟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025
BJP Ads
Latest News

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025

ସାମ୍ବାଦିକ ରାଣା ଆୟୁବଙ୍କୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇଙ୍କ ଫଟୋ ଥିବା ନମ୍ବରରୁ ମେସେଜ୍

November 6, 2025

ବିହାର ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ବମ୍ପର ମତଦାନ, ୨୦୨୦ ତୁଳନାରେ ୧୦% ଅଧିକ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.